ପିଣ୍ଟୁଙ୍କ ରୋଗ ସଂପ-ର୍କରେ କହିଲେ, ଦିଲ୍ଲୀ ଡାକ୍ତର

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ଖରାପ ହେବା ଖବର ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପିଣ୍ଟୁଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଲୋକ ବିଭିନ୍ନ ମତ ରଖୁଛନ୍ତି ଏବଂ ସାହାଯ୍ୟର ହାତ ବଢାଉଛନ୍ତି । ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ପିଣ୍ଟୁ ନନ୍ଦ ପ୍ରସ୍ତୁତ ହେଉଥିବା ବେଳେ ଏଥିପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ କରିବାରେ ମଧ୍ୟ ଲାଗି ପଡିଛନ୍ତି ।

ତେବେ ପିଣ୍ଟୁଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ଦିଲ୍ଲୀ ଡାକ୍ତର ଅଶୋକ ଚୌଧୁରୀ କଣ କହୁଛନ୍ତି ଏ ସମ୍ପ-ର୍କରେ ଆମେ ଆପଣଙ୍କୁ କହିବୁ । ଡାକ୍ତରଙ୍କ କହିବା ଅନୁଯାୟୀ, ପିଣ୍ଟୁ ନନ୍ଦଙ୍କ ସହ ତାଙ୍କର ମୁହାଁମୁହିଁ କେବେ ଦେଖା ହୋଇନି । କିନ୍ତୁ ପିଣ୍ଟୁ ନନ୍ଦଙ୍କ ମେଡିକାଲ ରି-ପୋର୍ଟ ଓ ତାଙ୍କ ପରିବାର ଲୋକଙ୍କ ସହ ସେ କଥାବାର୍ତ୍ତା ହୋଇ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜାଣିବାକୁ ପାଇଛନ୍ତି ।

ପିଣ୍ଟୁଙ୍କ ରିପୋ-ର୍ଟରୁ ଜଣାପଡୁଛି କି, ତାଙ୍କ ଲିଭର ଫେଲ୍ଯୁର ଆଡକୁ ଗତି କରୁଛି । ପ୍ରଥମେ ଜଣ୍ଡିସ ହୋଇ ତାଙ୍କ ପେଟରେ ପାଣି ଜମା ହୋଇଥିଲା ଓ ଏହାସହ ପିଣ୍ଟୁଙ୍କୁ ର-କ୍ତ ବାନ୍ତି ମଧ୍ୟ ହୋଇଥିଲା । ଏହାକୁ ଆଡଭାନ୍ସ ଲିଭର ଡିଜିଜ ବା ସିରୋସିସ ବୋଲି କୁହାଯାଏ । ଏପରି ସ୍ଥଳେ ଲିଭର ସଂପୂର୍ଣ୍ଣ ଶୁଖି ଯାଇଥାଏ ଓ କାମ କରି ନଥାଏ । ଲିଭର ପ୍ରଥମେ ଫେଲ୍ଯୁର ହେଲେ ଏହା ବିଶେଷ ଲକ୍ଷଣ ନ ଦେଖାଇବାରୁ ଜଣାପଡେନି ।

ଏହା ବଢି ଚାଲିଲେ ପେଟରେ ପାଣି ଜମା ହେବା, ପେଟର ଉପରିଭାଗରେ କଷ୍ଟ ହେବା ଓ ରକ୍ତବାନ୍ତି ହେବା ଭଳି ଲକ୍ଷଣ ଦେଖା ଯାଇଥାଏ ।ସେତେବେଳକୁ ଲିଭର ଫେଲ୍ଯୁର ଆଡକୁ ଗତି କରୁଥାଏ । ପିଣ୍ଟୁ ନନ୍ଦଙ୍କ ଲିଭର ବର୍ତ୍ତମାନ ସେହିଭଳି ଅବସ୍ଥାରେ ଅଛି । ଏମିତି ହେଲେ ଡାକ୍ତର ପ୍ରଥମେ କିଛି ଔଷଧ ଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ସାମାନ୍ଯକୁ ଆଣିବାକୁ ଚେଷ୍ଟା କରନ୍ତି ଓ ପରେ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ପରାମର୍ଶ ଦେଇଥାନ୍ତି । ପିଣ୍ଟୁ ନନ୍ଦଙ୍କ ଲିଭର ସଂପୂର୍ଣ୍ଣ ଖରାପ ହୋଇଯାଇଛି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସାମାନ୍ଯ ଭଲ ଅଛି । ଏଭଳି ସ୍ଥିତିରେ ପ୍ରଥମେ ଦେଖା ଯାଇଥାଏ କି ରୋଗୀ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ସ୍ଥିତିରେ ଅଛି କି ନାହିଁ ।

ତା’ପରେ ତାଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ପୂର୍ବରୁ ପ୍ରଥମେ ତାଙ୍କର ଶରୀରର ଅନ୍ୟ ଅଙ୍ଗ ଠିକ ଅଛି କି ନାହିଁ ସେସବୁ ଯାଞ୍ଚ କରାଯିବ । ଯାହାକୁ ଏକ ସପ୍ତାହ ସମୟ ଲାଗିବ । ଏହାପରେ ଲିଭର ଡୋନର ମିଳିଗଲେ ପ୍ର-ତ୍ୟାରୋ-ପଣ କରାଯିବ । ଏହି ଅ-ସ୍ତ୍ରୋପ-ଚାର ଅତ୍ୟନ୍ତ ବ୍ୟୟବହୁଳ କାରଣ ଏଥିରେ ପ୍ରାୟ ୩୦ ଜଣିଆ ଡାକ୍ତରୀ ଟିମ୍ କାର୍ଯ୍ୟ କରନ୍ତି ଓ ଅନେକ ଅତ୍ୟାଧୁନିକ ଡାକ୍ତରୀ ଉପକରଣ ମଧ୍ୟ ବ୍ୟବହୃତ ହୋଇଥାଏ । ଲିଭର ପ୍ର-ତ୍ୟାରୋ-ପଣ ପରେ ମଧ୍ୟ ରୋଗୀଙ୍କ ଯତ୍ନ ନେବାକୁ ପଡିଥାଏ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏହି ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥାଏ ।

Leave a Reply

Your email address will not be published. Required fields are marked *