କହିବାକୁ ଲାଜ ଲାଗିଲା.. ଲେଖୁ ଲେଖୁ ଲେଖିଦେଲେ… ହୃଦୟ ଖୋଲି ନିଜ ମନ କଥା ଲେଖିଦେଲେ ଜାଗୃତି

ବନ୍ଧୁଗଣ ବିବାହ ବି-ଚ୍ଛେଦ ମାମ-ଲାରେ ଛନ୍ଦି ରହିଥିବା ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିକଟ ଅତୀତରେ ଦିଲ୍ଲୀର ଏକ ବିଳାସମୟ ହୋଟେଲ୍ ରେ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ସହ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଜାଗୃତି ଶୁକ୍ଳାଙ୍କ ସହ ଅନୁଭବ ମହାନ୍ତିଙ୍କ ସେହି ମୁହୂର୍ତ୍ତର ଫଟୋ ଯୋଡ଼ିକ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଥିଲା ଆଉ ବାସ୍ ସେବେଠାରୁ ହିଁ ଆରମ୍ଭ ହୋଇଯାଇଥିବା ସିଲସିଲା ।

ତା’ପରେ ହିଁ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପ-ର୍କକୁ ନେଇ ଚର୍ଚ୍ଚା ଆରମ୍ଭ ମଧ୍ୟ ହୋଇଗଲା । କେବଳ ସେତିକି ନୁହେଁ ସେବେଠାରୁ ଆଜି ପର୍ଯ୍ୟନ୍ତ ବର୍ଷା ଅନୁଭବଙ୍କ ପାରିବାରିକ ବି-ବାଦ ମଧ୍ୟରେ ସବୁବେଳେ ଅନୁଭବ ମହାନ୍ତିଙ୍କ ବନ୍ଧୁ ଜାଗୃତି ଶୁକ୍ଲାଙ୍କ ସହ ସମ୍ପ-ର୍କକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚା ହୋଇଆସୁଛି । ଏପରିକି ବର୍ଷା ଓ ଅନୁଭବଙ୍କର ବିବାହ ବି-ଚ୍ଛେଦ ପାଇଁ ଜାଗୃତି ଶୁକ୍ଲା ହିଁ ଦାୟୀ ବୋଲି ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଥିଲା ।

ତେବେ ଜାଗୃତି ଶୁକ୍ଳା ପେଶାରେ ଜଣେ ଟେଲିଭିଜନ୍ ସାମ୍ବାଦିକା ହୋଇଥିବା ବେଳେ ନିକଟରେ ଜାଗୃତି ଶୁକ୍ଲା ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପାଇଁ ‘ରାବଣ ଦି ଇଣ୍ଟରଭାଲ ପାର୍ଟ’ ନାମକ ଏକ କାହାଣୀ ଲେଖିଥିଲେ । ଯେଉଁଥିରେ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଥିବା ବେଳେ ଖୁବ୍ ଶୀଘ୍ର ରିଲିଜ୍ ହେବ ବୋଲି ଜାଗୃତି ଘୋଷଣା କରିଥିଲେ । ଆଉ ସେବେଠାରୁ ପୁଣି ଚର୍ଚ୍ଚାରେ ଜାଗୃତି ଅନୁଭବଙ୍କ ସଂ-ପର୍କ । ପାର୍ଟି, ଫଙ୍କସନରେ, ସୋସିଆଲ ମିଡିଆରେ ସବୁଠାରେ ଏବେ ସାଥୀ ହୋଇ ଯାଉଛନ୍ତି ଅନୁଭବ ଓ ଜାଗୃତି । ଆଉ ଲୁ-ଚାଛ-ପା ନୁହେଁ ବରଂ ଏବେ ସବୁ ଚାଲିଛି ଖୁଲମଖୁଲ୍ଲା ।

ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅନୁଭବଙ୍କ ସହ ଜାଗୃତି ଏକ ଫୋଟ ସେୟାର କରି ତଳେ କ୍ୟାପସନରେ ଲେଖିଛନ୍ତି, “ଅନୁଭବ ତୁମେ ବହୁତ ସଚ୍ଚୋଟ ଓ ଦୟାଳୁ । ମୁଁ ତୁମକୁ ଏଥିପାଇଁ ପସନ୍ଦ କରୁଛି କାହିଁକି ନା ତୁମେ ଅନେକ କଠିନତା ଦେଇ ଗତି କରୁଥିଲେ ବି ପୁଣିଥରେ ଚମକିବାକୁ ଚାହିଁଛ । ଯାହା ସମସ୍ତେ କରି ପାରନ୍ତି ନାହିଁ । ତୁମର ସାଧୁତା ଓ ସଚ୍ଚୋଟତାକୁ ମୁଁ ପସନ୍ଦ କରେ । ମୋ ଜୀବନରେ ଦୃଢ଼ତା, ଖୁସି, ସୁନ୍ଦର ପରିବାର ଆଉ ମଜାଦାର ବନ୍ଧୁତ୍ୱ ଆଣି ଦେଇଥିବାରୁ ମୁଁ ବହୁତ ଖୁସି । ଆଉ ସବୁଠୁ ଅଧିକ ପସନ୍ଦ କରେ ତୁମ ବ୍ୟକ୍ତିତ୍ଵକୁ” ।

Leave a Reply

Your email address will not be published. Required fields are marked *