ମୋର କଳା ପ୍ରତି ଟିକେ ଦୃବଳତା ଅଛି ମୁଁ ପିଣ୍ଟୁ କଥା ଶୁଣିକି ରହିପାରିଲିନି, ସେଥିପାଇଁ ୨ ଲକ୍ଷ ଟଙ୍କା ଦେଲି

ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବହୁତ ସଙ୍କ-ଟାପନ୍ନ। ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦରକାର ପ୍ରବଳ ଟଙ୍କା। ଏଥିଲାଗି ଅଭିନେତାଙ୍କ ପରିବାର ସାହାଯ୍ୟ ସହଯୋଗ ଲୋଡିଛନ୍ତି। ଶୁକ୍ରବାର ଦିନ ନିଜେ ଅଭିନେତା ପିଣ୍ଟୁ ନନ୍ଦ ଏକ ଭିଡିଓ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସାହାଯ୍ୟ ମାଗିଥିଲେ।

ତେବେ ଜୀବନ ସହ ସଂ-ଘର୍ଷ କରୁଥିବା ଜଣେ ପ୍ରସିଦ୍ଧ କଳାକାରଙ୍କୁ ସହାୟତା ଦେବାକୁ ସିନେ ଆର୍ଟିଷ୍ଟ ସଂଘ ସହ ଅନେକ ପ୍ରଶଂସକ ମଧ୍ୟ ଆଗେଇ ଆସିଛନ୍ତି।କିଛି ଶୁଭେଚ୍ଛୁ ଏବଂ କଳାକାରଙ୍କ ଅନୁରୋଧ ର-କ୍ଷା କରି ପ୍ରଥମେ ସାହାଯ୍ୟର ହାତ ବଢାଇଛନ୍ତି ସମାଜସେବୀ ଅମୀୟକାନ୍ତ ଦାସ।

ସେ 2 ଲକ୍ଷ ଟଙ୍କା ଦେବା ସହ ଆବଶ୍ୟକ ପଡିଲେ ଆହୁରି ସାହାଯ୍ୟ କରିବେ ବୋଲି ଆଶ୍ବାସନା ଦେଇଛନ୍ତି। କେବଳ ନିଜ ଆତ୍ମସନ୍ତୋଷ ପାଇଁ ସେ ଅନ୍ୟମାନଙ୍କୁ ସାହାଯ୍ୟ କରିନ୍ତି କୌଣସି ପ୍ରଚାର ପାଇଁ ନୁହେଁ ବୋଲି ସେ କହିଛନ୍ତି।

ଆଉ କଳା ପ୍ରତି ତାଙ୍କର ଦୁର୍ବଳତା ରହିଛି। ସେଥିପାଇଁ କଲାକାର ମାନଙ୍କ ପାଇଁ ତାଙ୍କର ଭଲପାଇବା ସବୁବେଳେ ବଜାୟ ରହିଥିବ। ସେପଟେ ପିଣ୍ଟୁ ନନ୍ଦଙ୍କୁ ସହାୟତା ଲାଗି ଅଭିଯାନ ଆରମ୍ଭ କରିଛନ୍ତି କିଛି ଯୁବ ପ୍ରେମୀ।

ସେମାନେ କହିଛନ୍ତି ଯେ ପିଣ୍ଟୁଙ୍କୁ ଭଲ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବୁ। ଏହା ସହିତ ଓଡ଼ିଶାବାସୀଙ୍କୁ କିଛି ନା କିଛି ସହାୟତା ରାଶି ପ୍ରଦାନ କରିବାକୁ ଅନୁରୋଧ କରୁଛୁ।

Leave a Reply

Your email address will not be published. Required fields are marked *