ନିଶା ଙ୍କ ମହାନତା , ପିଣ୍ଟୁ ଙ୍କୁ ଦେଲେ 10000 | ନିଶା ସତରେ ସୁନା ଝିଅ ଟିଏ : ପିଣ୍ଟୁ ନନ୍ଦ

ଓଡ଼ିଶା ଫିଲ୍ମ ଜଗତର ପ୍ରସିଦ୍ଧ କଳାକାର ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ରହିଛି। ସେ ଗତ ଫେବୃଆରୀ 1 ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡ଼ାକ୍ତରଙ୍କ କହିବା ଅନୁସାରେ ପିଣ୍ଟୁ ନନ୍ଦ ଯକୃତ ଜନିତ ରୋଗରେ ଆ-କ୍ରାନ୍ତ ଥିବା ହେତୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ।ଚିକିତ୍ସା ପାଇଁ ଦରକାର 50 ଲକ୍ଷ ଟଙ୍କା।

ସେଥିପାଇଁ ଅନେକ କଳାକାର ପିଣ୍ଟୁନନ୍ଦଙ୍କୁ ସହାୟତାର ହାତ ବଢାଇଛନ୍ତି। ପିଣ୍ଟୁ ନନ୍ଦଙ୍କ ଏହି ସ୍ୱାସ୍ଥ୍ୟବସ୍ଥାକୁ ନେଇ ତାଙ୍କୁ ଭଲପାଉଥିବା କଳାକାର ଏବଂ ଦର୍ଶକ ମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ତାଙ୍କୁ ଭଲ ପାଉଥିବା ପ୍ରତିଟି ବ୍ୟକ୍ତି ତାଙ୍କ ଆଶୁ ଆ-ରୋଗ୍ୟ କାମନା କରୁଛନ୍ତି।

ଏପରି ସ୍ଥିତିରେ ଅମିୟ କାନ୍ତ ଦାଶ ନାମକ ଜଣେ ସମାଜସେବୀ ସହାୟତାର ହାତ ବଢାଇ ପିଣ୍ଟୁ ଙ୍କ ଖାତାକୁ 2 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଆଗାମୀ ସମୟରେ ସେ ଆହୁରି ଟଙ୍କା ବ୍ୟବସ୍ଥା କରିବେ ବୋଲି ମଧ୍ୟ ପ୍ରତି-ଶ୍ରୁତି ଦେଇଛନ୍ତି।

କେବଳ ଏତିକି ନୁହଁ ପୂର୍ବରୁ ବହୁ ବିବା-ଦରେ ରହୁଥିବା ଅଭିନେତ୍ରୀ ନିଶା ମହାରଣା ମଧ୍ୟ ପିଣ୍ଟୁ ଦେଖା କରିବା ସହ ନିଜ ସକ୍ଷମ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ଆଗକୁ ମଧ୍ୟ ଯଥା ସମ୍ଭବ ସେ ସହାୟତା କରିବେ ଏବଂ ସମସ୍ତ ରାଜ୍ୟବାସୀ ସାମ୍ନାକୁ ଆସନ୍ତୁ ବୋଲି ସେ କହିଛନ୍ତି।

ଏହାସହ ପିଣ୍ଟୁଙ୍କ ପ୍ରଶଂସକମାନେ ସାରା ରାଜ୍ୟବାସୀଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ପିଣ୍ଟୁଙ୍କୁ ନିଶା ମହାରଣା, ମିଟୁ ମିଥୁନ, ପ୍ରଯୋଜକ ସଂଜୟ ନାୟକ, ସିଦ୍ଧାନ୍ତ ମହାପାତ୍ର, ଅଶ୍ୱିନ କୁମାର ପରି ଅନେକ କଳାକାର ତାଙ୍କର ଆରୋଗ୍ୟ କାମନା କରିବା ସହ ସହୟତାର ହାତ ବଢାଇସାରିଛନ୍ତି।

Leave a Reply

Your email address will not be published. Required fields are marked *