ସୁନା କଣ୍ଢେଇ ପରେ Untalented Guy ଉଦିତଙ୍କ ହାଇ ବଜେଟ୍ ଆଲବମ୍ ଦେଖିଲେ ଉଡ଼ିଯିବ ହୋସ୍

ତେବେ ଆପଣମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ କି ନୂଆ ନୂଆ ମ୍ୟୁଜିକ ଭିଡ଼ିଓ ମାନ ରିଲିଜ ହେବା ମାତ୍ର କେ ତାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଥାଏ | ତେବେ ସେହିଭଳି ଏକ ମ୍ୟୁଜିକ ଭିଡ଼ିଓ ସୁନା କଣ୍ଢେଇ ସୋସିଆଲ ଖୁବ ଭାଇରାଲ ହୋଇଥିଲା,ଯାହା ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି |

ଏହି ଭିଡ଼ିଓରେ ଅନ ଟେଲେଣ୍ଟେଡ ଗାୟ ଉଦିତ ଅଭିନୟ କରିଥିଲେ।ନିକଟରେ ଅନ୍ ଟେଲେଣ୍ଟେଡ ଗାଏ ଆଉ ଗୋଟିଏ ନୂଆ ଆଲବମ୍ ବନେଇବାକୁ ଯାଉଛନ୍ତି । ତାକୁ ନେଇ ଉଦିତ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ, “ସୁନା କଣ୍ଢେଇ ଯେତିକି ରେ ହେଇଥିଲା ଏଇଟା ତା ଠାରୁ ୧୦୦ ଗୁଣ ଅଧିକ ବଡ଼ ପ୍ରୋଜେକ୍ଟ । ଆଉ ଏହି ପ୍ରୋଜେକ୍ଟରେ ବହୁତ କିଛି ସିନ୍ ମଧ୍ଯ ହେଉଛି।

ତା ଭିତରୁ ଗୋଟେ ହେଉଛି ମୁଁ ହାଜତ ଭିତରେ ଅଛି ଆଉ ମୋତେ ମାରିକି ପୁରା ଫଟେଇ ଦେଇଛନ୍ତି । ମାନେ ଏହି ଆଲବମର ବଜେଟ୍ ମଧ୍ଯ ଅଧିକ ସୁନା କଣ୍ଢେଇ ଠାରୁ ଏହା ସହିତ ଏହି ଆଲବମର ଷ୍ଟୋରୀ ଆଉ ଏହି ଆଲବମର ଗୀତ ସବୁ ହେଉଛି ସୁନା କଣ୍ଢେଇ ଲେବେଲ୍ ଠାରୁ ଢେର ଅଧିକ । ଯାହାକି ଆମେ ଏକ୍ସପେକ୍ଟ କରି ନଥିଲୁ । ତୋ ସୁନାକଣ୍ଢେଇ ପରେ ଏମିତି ବହୁତ ବଡ଼ ଭୟଙ୍କର ଜିନିଷ ଆସୁଛି ଆଗକୁ ବାବୁଭାଇ ପ୍ରଡକ୍ସନର ।

ବିଶ୍ୱାସ କରିବେନି ସୁନା କଣ୍ଢେଇ ପରେ ବହୁତ ବଡ଼ ବଡ଼ ଡାଇରେକ୍ଟର ପ୍ରଡ୍ୟୁସର୍ ମୋତେ କଲ୍ ମେସେଜ ସବୁ କରିଥିଲେ ଯେ ଆମ ପାଖକୁ ଆସ ଆଲବମ୍ କର । ଏତିକି ପଇସା ଦେବା ସେତେ ଅଧିକ ପଇସା ଦେବା । କିନ୍ତୁ ମୁଁ ତାଙ୍କୁ ମିଛରେ କହିଦେଲି ଯେ ଵାବୁଭାଇ ପାଖରେ ମୋର ଆଲରେଡି କନ୍ଟ୍ରାକ୍ଟ୍ ହେଇକି ଅଛି ବୋଲି ତେଣୁ ମୁଁ କୁଆଡ଼େ ଯାଇ ପାରିବିନି । କାରଣ ମୁଁ ଆଉ କାହା ପାଖରେ କାମ କରିବାକୁ ଚାହେଁନି । ବାବୁଭାଇ ଅଛି ତୋ ମୁଁ ଅଛି ବାସ୍ ବାତ୍ ଖତମ୍” ।

Leave a Reply

Your email address will not be published. Required fields are marked *