ଲିଭର ସିରୋସିସ ରୋଗ କଣ, କଣ ପାଇଁ ହୋଇଥାଏ ଆଉ କଣ ଅଛି ଏହାର ନିରାକରଣ ?

ଓଡ଼ିଶାର ଚର୍ଚ୍ଚିତ ତଥା ଓଲିଉଡର ଚର୍ଚ୍ଚିତ ଚେହେରା ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁ-ତର। ଗତ କିଛି ଦିନ ହେଲା ସେ ହସ୍ପିଟାଲରେ ଆଡମିଟ ଅଛନ୍ତି । ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଓ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ପିଣ୍ଟୁଙ୍କୁ ହୋଇଛି ଲିଭର୍‌ ସିରୋଓସିସ୍‌ (Liver Cirrhosis) ଭଳି ଭ-ୟଙ୍କର ରୋଗ।

ଆକ୍ୟୁଟ୍‌ ହେପାଟାଇଟିସ୍‌ ଯୋଗୁଁ ସେ ଲିଭର୍‌ ସିରୋଓସିସ୍‌ ରୋଗରେ ପୀ-ଡ଼ିତ ଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ ବୋଲି ସୂଚନା ମିଳିଛି। ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ୍‌ରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ସେହିପରି ଆସନ୍ତା 6 ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଯଦି ଏହି ସମୟ ମଧ୍ୟରେ ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରାନଯାଏ ତେବେ ତାଙ୍କ ଅବସ୍ଥା ଆହୁରି ଗୁରୁ-ତର ହେବ।

ଏହି ରୋଗ ଲିଭରରେ ହେଉଥିବା ଏକ ଘା-ତକ ରୋଗ।ଏକ ରି-ପୋର୍ଟ ଅନୁସାରେ, ପ୍ରତିବର୍ଷ ଦୁନିଆରେ 2 ମିଲିୟନ ଲୋକଙ୍କ ମୃ-ତ୍ୟୁ ଲିଭର ଜନିତ ସମସ୍ୟାରୁ ହୋଇଥାଏ। ଏଥିରୁ ଅଧିକାଂଶ ଲୋକଙ୍କର ମୃ-ତ୍ୟୁ କେବଳ ଲିଭର ସିରୋସିସି କାରଣରୁ ହୋଇଥାଏ।

ତେବେ ଲିଭର ଆପଣଙ୍କ ଶରୀରରେ ହାର୍ଟ ପରି ବହୁ ଗୁରୁତ୍ୱ ବହନ କରିଥାଏ । ଏକ ସୁସ୍ଥ ଲିଭର ବିନା ଆପଣ ବହୁତ ଦିନ ଧରି ବଞ୍ଚିବା କଷ୍ଟକର ହୋଇଥାଏ। ତେବେ ଲିଭର ଖରାପ ହେବା ଦ୍ୱାରା ଲିଭର ଟ୍ରାନ୍ସପ୍ଲାଣ୍ଟ ହିଁ ଏକ ମାତ୍ର ବିକଳ୍ପ ଭାବେ ଉଭା ହୋଇଥାଏ। ଯାହାକି ବହୁତ ମହ-ଙ୍ଗା ହୋଇଥାଏ। ସେଥିପାଇଁ ଲିଭରକୁ ସୁସ୍ଥ ରଖିବା ଆମର ଦାୟିତ୍ୱ ଅଟେ।

ସିରୋସିସରେ ଲିଭରର ସୁସ୍ଥ ଟିସୁ ମରିବା ଆରମ୍ଭ କରନ୍ତି। ଯେଉଁ କାରଣରୁ ଶରୀରରେ ର-କ୍ତ ପ୍ରବାହିତ ହେବାରେ ବାଧା ଆସିବା ଆରମ୍ଭ କରେ। ଲିଭର ଏହାର କାର୍ଯ୍ୟ ସଠିକ୍ ଭାବରେ କରିବାକୁ ସକ୍ଷମ ହୋଇପାରେ ନାହିଁ। ଏପରି ପରିସ୍ଥିତିରେ ବି-ଷାକ୍ତ ପଦାର୍ଥ ଫିଲ୍ଟର ହୋଇପାରିବ ନାହିଁ ଏବଂ ଶରୀରର ଆବଶ୍ୟକତା ଅନୁଯାୟୀ ପ୍ରୋଟିନ୍ ମଧ୍ୟ ତିଆରି ହୁଏ ନାହିଁ।ଯାହାକି ଦୀର୍ଘ ସମୟ ମଧ୍ୟରେ ଲିଭରକୁ ସଂପୂର୍ଣ୍ଣ ନ-ଷ୍ଟ କରିଦିଏ। ଲିଭରର ସମ୍ପୂର୍ଣ୍ଣ କ୍ଷ-ତି ନହେବା ପର୍ଯ୍ୟନ୍ତ ସିରୋସିସ୍ ର କୌଣସି ଲକ୍ଷଣ ନଥାଏ। ଲିଭର ସିରୋସିସ୍ ର ଶେଷ ପର୍ଯ୍ୟାୟରେ ଏହି ସବୁ ଲକ୍ଷଣ ଦେଖାଦିଏ ।

ଲକ୍ଷଣ:-

ଏହି ରୋଗର ପ୍ରାଥମିକ ଲକ୍ଷଣ ହେଉଛି ରୋଗୀର ପାଚନ ଶକ୍ତି କମିଯିବା ଦ୍ଵାରା ଭୋକ କମ୍ ଲାଗିବା, ଦୁର୍ବଳ ଲାଗିବା, ଓଜନ କମିଯିବା, ଶରୀର କୂଣ୍ଡେଇ ହେବା ସହ ବିଭିନ୍ନ ଅସ୍ଵସ୍ତିକର ଯ-ନ୍ତ୍ରଣା ଅନୁଭବ ହେବା। ସେହିପରି ଆଉ କିଛି ରୋଗୀଙ୍କ ମଧ୍ୟରେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଯନ୍ତ୍ର-ଣା ହେଉଥିବା ଦେଖିବାକୁ ମିଳେ ।

କାରଣ:-

ସିରୋସିସ୍‌ର ମୁଖ୍ୟ କାରଣ ହେଉଛି ହେପାଟାଇଟିସ୍ ବି ଏବଂ ସି ଭୂତାଣୁ ସଂକ୍ରମଣ, ନି-ଶାଦ୍ର-ବ୍ୟ ସେ-ବନ, ମ-ଦ୍ୟପା-ନ, ଧୂ-ମପାନ ଇତ୍ୟାଦି। ଏହା ବ୍ୟତୀତ କେତେକ କ୍ଷେତ୍ରରେ ଯକୃତରେ ଜମି ଯାଇଥିବା ଚର୍ବି ଓ ଡାଇବେଟିସ୍ କାରଣରୁ ମଧ୍ୟ ସିରୋସିସ୍ ହୋଇପାରେ। ଫାଷ୍ଟଫୁଡ଼, ବାସି ଖାଦ୍ୟ, ଥଣ୍ଡାଖାଦ୍ୟ ଓ ଆବଶ୍ୟକ ଖାଦ୍ୟଠାରୁ ପ୍ରଚୁର ଓ ଅନିୟମିତ ଖାଦ୍ୟ ମଧ୍ୟ ଏହାର ଅନ୍ୟତମ କାରଣ ଭାବେ ଜଣାଶୁଣା।

ନିରାକରଣ:-

ସିରୋସିସ୍‌ ରୋଗୀଙ୍କୁ ସର୍ବପ୍ରଥମେ ସେମାନଙ୍କ ଶରୀରକୁ ଆବଶ୍ୟକ ଖାଦ୍ୟସାର, ପୁଷ୍ଟିକର ଶକ୍ତି ପାଇଁ ଦୃଷ୍ଟିଦେବାକୁ ହେବ। କାରଣ ଏହି ରୋଗୀଙ୍କୁ ଭୋକ ବେଶି ଭୋକ ଲାଗି ନ ଥାଏ। ଫଳରେ ସେମାନଙ୍କର ପାଚନ ଶକ୍ତି ପ୍ରଭାବିତ ହୋଇ ଯକୃତକୁ ସଂକ୍ର-ମଣ କରିବାର ସମ୍ଭାବନା ରହିଥାଏ।

ସିରୋସିସ୍ ଯ-ନ୍ତ୍ରଣା ଅନୁଭବ କରୁଥିବା ରୋଗୀମାନେ ଯଥେଷ୍ଟ ପରିମାଣର ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ଅଧିକ ରାଗ, ତେଲ ମସଲା, ଅଧିକ ଲୁଣ, ପ୍ରଚୁର ମିଠା ଏବଂ ମ-ଦ ଆଦି ଠାରୁ ଦୂରେଇ ରଖିବା ଆବଶ୍ୟକ। ରୋଗୀର ନିତିଦିନିଆ ଖାଦ୍ୟ ତାଲିକାରେ ତଟକା ପନିପରିବା, ପଇଡ଼ ପାଣି, ଫଳ, ଶାଗ ସାମିଲ କରନ୍ତୁ।

ସବୁଜ ପନିପରିବା ଏବଂ ତଟକା ଫଳରେ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ ଆଦି ପ୍ରଚୁର ପରିମାଣରେ ରହିଥିବାରୁ ରୋଗୀ ସ୍ଵାଭାବିକ ଭାବେ କାମ କରିବାକୁ ଶକ୍ତି ପାଇଥାଏ। ଏହି ରୋଗୀଙ୍କୁ ଅଧିକ କାମ କରେଇବା ଉଚିତ ନୁହଁ। ରୋଗୀର ପାକସ୍ଥଳୀରେ ପ୍ରଚୁର ପରିମାଣର ପାଣି ଜମି ନ ରହିବା ପାଇଁ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଇ ସତ-ର୍କ ରହିବା ଉଚିତ୍‌।

Leave a Reply

Your email address will not be published. Required fields are marked *