ନବ ଦାସ ହ-ତ୍ୟାକା-ଣ୍ଡ ମାମ-ଲାରେ ଗୋପାଳ କାର୍ ଭିତରୁ ବାହାରିଲା ଏହି ବଡ଼ ପ୍ରମାଣ । ଏହି କାରକୁ ବହୁ ଦିନରୁ ଖୋଜୁଥିଲା କ୍ରାଇମବ୍ରାଞ୍ଚ ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହ-ତ୍ୟାକା-ଣ୍ଡ ସଂପର୍କରେ ଯେତିକି ଅଧିକ ଖୋଳତାଡ଼ ହେଉଛି, ସେତିକି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି । ଏବେ ହତ୍ୟାକାଣ୍ଡର ମୁଖ୍ୟ ଅଭି-ଯୁକ୍ତ ଗୋପାଳ ଦାସଙ୍କର କୋଇଲା ବେପାର ଲିଙ୍କ୍ ଆଜି ଧ-ରା ପଡ଼ିଯାଇଛି । ଶୁକ୍ରବାର ଦିନ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଗାନ୍ଧୀ ଛକ ଫାଣ୍ଡି ଭିତରେ ଥିବା ଏହି ଭେର୍ନା କାର୍‌ ଓଆର୍‌ ୧୫ ଏମ୍‌ ୪୨୬୩କୁ ଜ-ବତ କରିଛନ୍ତି । ଏହି କାର୍‌ ଗୋପାଳ ଦାସ ଚଢ଼ୁଥିଲେ । ବହୁତ ଦିନରୁ ଏହି କାରକୁ ଖୋଜୁଥିଲା କ୍ରାଇମବ୍ରାଞ୍ଚ୍ ଟିମ୍ । ବର୍ତମାନ ଗୋପାଳ ଏହି କାରଟି ମିଳି ଯାଇଥିବା ବେଳେ ଏହା ଭିତରୁ ଡାଏରି ଜ-ବତ ହୋଇଛି, ଯେଉଁଥିରେ ଅନେକ କିଛି ରୋଚକ ତଥ୍ୟ ଥିବା କୁହାଯାଉଛି ।

ନିଜେ ଗୋପା​ଳ କାର୍‌ ଆଗ ସିଟ୍‌ରୁ କିଛି ଡାଏରି ଓ ପଛରୁ କିଛି କାଗଜପତ୍ର ନିଜେ ବାହାର କରି କ୍ରାଇମ୍‌ ବ୍ରାଞ୍ଚ ଅଫିସରମାନଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ଯେଉଁ କଥାଟି ତଦ-ନ୍ତକାରୀ ଅଧିକାରୀମାନଙ୍କୁ ଆଚମ୍ବିତ କରିଛି, ତାହା ହେଲା- ଉକ୍ତ କାର୍‌ଟି ଜଣେ କୋଇଲା କଣ୍ଟ୍ରାକ୍ଟର ବା ଠିକାଦାରଙ୍କର । ଆଉ ଏହି କାର୍‌ରେ ଗୋପାଳ ବିଭିନ୍ନ ସ୍ଥାନକୁ ଯାଆନ୍ତି ।

ହେଲେ କାହିଁକି ଓ କେଉଁ ସ୍ବାର୍ଥ ସାଧନ ହେଉଥିବା କାରଣରୁ ସଂପୃକ୍ତ କୋଇଲା ଠିକାଦାର ଏହି କାର୍‌କୁ ଗୋପାଳଙ୍କୁ ଦେଇଥିଲେ ଓ ଗୋପାଳଙ୍କ ସହିତ ତାଙ୍କର ସଂ-ପର୍କ କେତେ ନିବିଡ଼, ତାହା ତଦନ୍ତ ସାପେକ୍ଷ । କେବଳ ସେତିକି ନୁହେଁ, ଏହି ହ-ତ୍ୟାକା-ଣ୍ଡ ସହିତ ସଂପୃକ୍ତ କୋଇଲା ଠିକାଦାରଙ୍କର କିଛି ସଂ-ପର୍କ ଅଛି କି ନାହିଁ, ତାହା ଉପରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଖୋଳତାଡ଼ ଆରମ୍ଭ କରିଛନ୍ତି । ଏଥି ସହିତ ମନ୍ତ୍ରୀଙ୍କ ହ-ତ୍ୟା ପଛରେ କୋଇଲା ମାଫି-ଆଙ୍କ ହାତ ନାହିଁ ତ ? ଏମିତି ଗୁଡ଼ିଏ ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହେଲାଣି ।

ତେବେ ଏବେ ପର୍ଯ୍ୟନ୍ତ ମନ୍ତ୍ରୀ ନବ ଦାସ ଗୁ-ଳିକା-ଣ୍ଡର କାରଣ କଣ, ସେ ଚିତ୍ର ଅସ୍ପଷ୍ଟ ରହିଛି । ହ-ତ୍ୟାକା-ଣ୍ଡକୁ ଆଜି ୬ଦିନ ପୂରି ଯାଇଥିବା ବେଳେ ମଧ୍ଯ ହ-ତ୍ୟାର କାରଣ ଜାଣିବା ପାଇଁ ସଧାରଣରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଗତ ୨ଦିନ ଧରି କ୍ରାଇମବ୍ରାଞ୍ଚ ପକ୍ଷରୁ ପାଇଖାନା ଟାଙ୍କିରୁ ଗୋପାଳ ଫୋପାଡ଼ି ଥିବା କାଗଜ ଟୁକୁଡ଼ା ଓ ନବଙ୍କ ଦେହରେ ବାଜିଥିବା ଗୁ-ଳି ଖୋଜିବାରେ ଲାଗିଥିଲା । ଗୋପାଳ ସମ୍ଭବତଃ ଆଶଙ୍କା କରୁଥିଲେ ଯେ ହ-ତ୍ୟାକା-ଣ୍ଡ ପରେ ତାଙ୍କ ପ୍ରାଣ କେହି ନେଇ ଯାଇପାରନ୍ତି । ଏଣୁ ସେ ହ-ତ୍ୟାର କାରଣ ଲେଖି ରଖିଥିଲେ ବୋଲି କୁହାଯାଉଛି ଏବଂ ପରେ ତାହାକୁ ଝାରସୁଗୁଡା ବିମାନ ବନ୍ଦର ଥା-ନା ପାଇଖାନାରେ ଚିରି ପକାଇ ଦେବା ସହିତ ଫ୍ଲସ୍ ମା-ରିଦେଇଥିଲେ ।

Leave a Reply

Your email address will not be published. Required fields are marked *