ପିଣ୍ଟୁକୁ ୫୫ ରୁ ୬୦ ଲକ୍ଷ ଟଙ୍କା ଦରକାର,କେବଳ ତାଙ୍କ ଭାଇର ଆକାଉଣ୍ଟରେ ଦାନ କରନ୍ତୁ । କୌଣସି ଗାଁରେ ଥାଳି ଧ-ରି ମାଗିଲେ ତାଙ୍କୁ ଦିଅନ୍ତୁ ନାହିଁ

ବନ୍ଧୁଗଣ ଆପଣମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହ ଅସୁସ୍ଥ ଅଛି । ଯାହା ପାଇଁ ଏବେ ଆଉ ଏକ ଦୁଃ-ଖର ଖବର ଆଣି ଦେଉଛି । ଯିଏ ଦିନେ ସୁନ୍ଦର ଅଭିନୟରେ ଲୋକଙ୍କୁ ହସେଇ ଦେଉଥିଲେ ସେ ଆଜି ମେଡ଼ିସିନ ଖାଇ କି ବଞ୍ଚୁଛି । ବର୍ତ୍ତମାନ ସମୟରେ ଯେଉଁ ଭିଡିଓ ଭାଇରାଲ ହେଉଛି ପିଣ୍ଟୁ ନନ୍ଦଙ୍କୁ ସେଥିରେ ଦେଖିଲେ ଜଣା ପଡୁଛି କି ତାଙ୍କ ଦେହ କେତେ ଅସୁସ୍ଥ । ଦେହ ଏତେ ଅସୁସ୍ଥ ଯେ ପିଣ୍ଟୁ ନନ୍ଦଙ୍କୁ ଏବେ ଦିଲ୍ଲୀରେ ଚିକିତ୍ସା ନିହାତି ଆବଶ୍ୟକ ।

ଯେଉଁଥିପାଇଁ ତାଙ୍କୁ ପ୍ରଚୁର ଟଙ୍କାର ଆବଶ୍ୟକ । ସେ କେବେ କମେଡିରେ ଅଭିନୟ କରିଥାନ୍ତି ତ କେତେବେଳେ ଖଳନାୟକ ଭୂମିକାରେ ଅଭିନୟ କରିଥାନ୍ତି ଆଉ ଦର୍ଶକଙ୍କ ହୃଦୟକୁ ଜିତୁଥିବା ପିଣ୍ଟୁ ନନ୍ଦ ଏବେ ଲିଭର୍ ସିରୋସିସ୍ ରୋଗରେ ପି-ଡିତ୍ ଅଛନ୍ତି । ତେବେ ପିଣ୍ଟୁ ନନ୍ଦଙ୍କର ଲିଭର୍ ଟ୍ରାସପ୍ଲାଣ୍ଟ୍ ହେବ ବୋଲି ସୁଚନା ମିଳୁଛି । ତେବେ ସେ ଭୁବନେଶ୍ଵରରେ ରହି ଏକ ଘରୋଇ ହସ୍ପିଟାଲରେ ନିୟମିତ ଚିକିତ୍ସିତ୍ ହୋଉଛନ୍ତି । ଏହା ସାଙ୍ଗକୁ ଆର୍ଥିକ ସମସ୍ୟା ତାଙ୍କ ଘରେ ଲାଗି ରହିଛି ।

କିନ୍ତୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆ ଯିବାକୁ ପଡିବ ବୋଲି ଡାକ୍ତର ମଧ୍ୟ ପରାମର୍ଶ ଦେଲେଣି । ଡାକ୍ତର କହିଛନ୍ତି ୬ମାସ ଭିତରେ ଲିଭର୍ ଟ୍ରାସପ୍ଲାଣ୍ଟ୍ କରିବାକୁ ହେବ ଯଦି ଏହା ନହୁଏ ତାହେଲେ ପିଣ୍ଟୁ ନନ୍ଦ ଅବସ୍ଥା ଆହୁରି ଖରାପ ସମସ୍ୟା ହୋଇଯିବ । ଏହାକୁ ନେଇ ପ୍ରଯୋଜକ ମିଥୁନ ମିଡିଆ ଦ୍ଵାରା ଗଣ ମାଧ୍ୟମକୁ ନିବେଦନ କରି କହିଛନ୍ତି ଯେ ପିଣ୍ଟୁର ଚିକିତ୍ସା ପାଇଁ ପାଖାପାଖି ୫୫ ରୁ ୬୦ ଲକ୍ଷ ଟଙ୍କା ଦରକାର । କଳାକାର ଆସୋସିଏସନ୍ ପକ୍ଷରୁ ଏକ ମିଟିଂ କରାଯାଇଥିଲା ।

ସିଦ୍ଧାନ୍ତଙ୍କ ଠାରୁ ଶ୍ରୀତମଙ୍କ ପର୍ୟ୍ୟନ୍ତ ସବୁ ଛୋଟ ବଡ଼ କଳାକାର କିଛି କିଛି ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ହେଲେ ଏହା ସାଙ୍ଗକୁ ଓଡ଼ିଶାବାସୀଙ୍କ ମଧ୍ଯ ଆଶୀର୍ବାଦ ଆଉ ସହଯୋଗ ମଧ୍ଯ ନିହାତି ଦରକାର । ତେଣୁକରି ସମସ୍ତଙ୍କୁ କିଛି ନା କିଛି ସାହାର୍ଯ୍ୟ କରିବାକୁ ଅନୁରୋଧ କରିବା ସହିତ ଯାହା ଭି ୧୦, ୨୦/୫୦ ଟଙ୍କା ଦେଉଛନ୍ତି ତାହା ସିଧାସଳଖ ପିଣ୍ଟୁ ନନ୍ଦଙ୍କ ବଡ଼ଭାଇ ଅଭିନବଙ୍କ ଆକାଉଣ୍ଟକୁ ପଠେଇବାକୁ ପରାମର୍ଶ ଦେଇଥିଲେ ।କୌଣସି ଗାଁରେ ଘର ଘର ବୁଲି ଥାଳି ଧରି ଆଦାୟ ନକରିବାକୁ ମଧ୍ଯ କହିଛନ୍ତି ।

Leave a Reply

Your email address will not be published. Required fields are marked *