ପୁଣି ଜଣେ ଅଭିନେତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର, କମେଡି ସହ ଖଳନାୟକ ଭୂମିକାରେ କରୁଥିଲେ ଅଭିନୟ

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଯେଉଁ ସବୁ ଖବର ଚର୍ଚା ହେଉଛି ସେ ବିଷୟରେ ତ ଆପଣ ଜାଣିଥିବେ। ଯେଉଁଥିରେ ତାଙ୍କୁ ଲିଭର ସିରୋସିସ ନାମକ ଏକ ରୋଗ ହୋଇଥିବା ଶୁଣିବାକୁ ମିଳିଛି।

ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ଜଣାପଡ଼ିଛି। ସେଠାରେ ଚିକିତ୍ସା କରିବା ପାଇଁ ପ୍ରାୟ 50 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏତେ ଟଙ୍କା ଯୋଗାଡ଼ କରିବା କଷ୍ଟକର ହେଉଛି। ତେଣୁ ସାହାଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ସିନେ ଆର୍ଟିଷ୍ଟ ସଂଘ।

ଏହାସହ ଏବେ ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ ଓଲିଉଡର ଆଉ ଜଣେ ଲୋକପ୍ରିୟ ଅଭିନେତା ସାତ୍ୟକି ମିଶ୍ରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ବହୁତ ଗୁରୁ-ତର। ସେ ପୂର୍ବରୁ 4 ବର୍ଷ ଧରି ଚିକିତ୍ସିତ ହେଉଥିଲେ। ଦିଲ୍ଲୀର ଏକ ଘରୋଇ ଚିକିତ୍ସାଳୟରେ ସେ କ୍ୟାନସର ରୋଗ ପାଇଁ ଚିକିତ୍ସିତ ହେଉଥିଲେ।

କିନ୍ତୁ ଏବେ ତାଙ୍କ ଦେହ ଆହୁରି ବିଗିଡିବାରେ ଲାଗିଛି।ତେବେ ପିଣ୍ଟୁ ନନ୍ଦଙ୍କ ପରି ସାତ୍ୟକି ମିଶ୍ର ମଧ୍ୟ ପ୍ରାୟ ଚଳଚିତ୍ରରେ ଖଳନାୟକ କ୍ୟାରେକ୍ଟରରେ ଅଭିନୟ କରନ୍ତି। ତାଙ୍କର ଅଭିନୟ ଲୋକଙ୍କୁ ବହୁତ ଭଲ ଲାଗେ। କିଛି ଛୋଟ ଛୋଟ ଅଭିନେତା ତାଙ୍କୁ ନିଜର ଗୁରୁ ମଧ୍ୟ ମାନନ୍ତି।

ତେବେ ଏହି ବିଷୟରେ ଏବେ ଶୁଣିଲେ ଦୁଃ-ଖ ଲାଗୁଛି ଯେ ଓଡ଼ିଆ ସିନେମା ଜଗତର ଏତେ ବଡ ବଡ କଳାକାର ଆଜି ଜୀବନ ମୃ-ତ୍ୟୁର ଯୁ-ଦ୍ଧ ଲ-ଢ଼ୁଛନ୍ତି। ଆଶା କରୁଛୁ ଉଭୟ ଅଭିନେତା ଖୁବ ଶୀଘ୍ର ଭଲ ହୋଇ ପୁଣି ଥରେ ଅଭିନୟ ଜଗତକୁ ଫେରି ଆସନ୍ତୁ।

Leave a Reply

Your email address will not be published. Required fields are marked *