ଡାକ୍ତର ବାବୁଙ୍କୁ କିମିଆ କଲା ଗର୍ଭ-ବତୀ ମହିଳା

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ମାମ-ଲା। ବେକରେ ଷ୍ଟେଥୋସ୍କୋପ୍ ପକାଇ ଅସଲି ଡାକ୍ତରଙ୍କ ଭଳି ମେଡିକାଲ ଭିତରେ ବୁଲୁଥିଲେ ଯୁବକ। ସ-ନ୍ଦେହ ଘେରକୁ ଆସିବାରୁ ଉକ୍ତ ଯୁବକଙ୍କୁ ଯାଞ୍ଚ କରି ଗି-ରଫ କରିଛି ପୋ-ଲିସ।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଖଣ୍ଡରା ଅଞ୍ଚଳର ରାଜୀବ ଲୋଚନ ନାୟକ ନାମକ ଜଣେ ଯୁବକ ନିଜକୁ ପ୍ରସୂତୀ ବିଭାଗର ନବ ନିଯୁକ୍ତ ଡାକ୍ତର ବୋଲି ପରିଚୟ ଦେଇଥିଲେ। ଏଥିସହ ବେକରେ ଟେଥିସ୍କୋପ ପକାଇ ନକ-ଲି ପରିଚୟ ପତ୍ର ସହପ୍ରସୂତୀ ବିଭାଗର ୱାର୍ଡ ବାଟ ଦେଇ ଓଟିକୁ ଯାଉଥିଲେ।

ସେଠାରେ ଉପସ୍ଥିତ ଥିବା ସିଡିଏମଓଙ୍କର ସ-ନ୍ଦେହ ହୋଇଥିଲା। ତେଣୁ ସେ ତାଙ୍କୁ ଡାକି ପରିଚୟ ପଚାରି ଥିଲେ। କିନ୍ତୁ ଉକ୍ତ ଯୁବକ ଜଣକ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ। ସେହିପରି ଏହାପୂର୍ବରୁ ସମ୍ପୃକ୍ତ ନ-କଲି ଡାକ୍ତର ଜଣଙ୍କ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ବିଭାଗ ବିଷୟରେ ସିକ୍ୟୁରିଟି ଗାର୍ଡଙ୍କୁ ପଚାରି ଥିଲେ ଯେ, ମୋତେ ପ୍ରସୂତି ବିଭାଗର ୱାର୍ଡ ଏବଂ ଓଟିକୁ ରାସ୍ତା କୁହ।

ମୁଁ ଆଜି ନୂଆ ଏଠାକୁ ଆସିଛି। ତେବେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡ ମଧ୍ୟ ତାଙ୍କୁ ଅସଲି କି ନକଲି ଚିହ୍ନି ନପାରି ରାସ୍ତା ଦେଖାଇ ଦେଲେ ବୋଲି ସୂଚନା ମିଳିଛି। ତେବେ ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମେଡିକାଲରେ ଥିବା ପୋ-ଲିସ ସହାୟତା କେନ୍ଦ୍ରକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ।

ତେବେ ଏହା ପରେ ଅଧିକ ତ-ଦନ୍ତ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭଦ୍ରକ ଟାଉନ ଥା-ନା ପୋଲି-ସକୁ ହସ୍ତାନ୍ତର କରାଯାଇଛି। ତା ନିକଟରୁ ପୋ-ଲିସ ଟେଥସ୍କୋପ, ନକ-ଲି ପରିଚୟ ପତ୍ର ସହ ଅନ୍ୟାନ୍ୟ କିଛି ଜିନିଷ ଜ-ବତ କରିଥିବା ସୂଚନା ମିଳିଛି। ତେବେ ଏନେଇ ପୋ-ଲିସ ତ-ଦନ୍ତ ଜାରି ରହିଥିବା ବେଳେ ସମ୍ପୂର୍ଣ୍ଣ ତ-ଦନ୍ତ ପରେ କଥା ସ୍ପଷ୍ଟ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *