ଟାଙ୍କି ମୁଁ ଖୋଲିଥିଲି କାଗଜ ନା ଫାଗଜ କିଛି ନାହିଁ ଟାଙ୍କି ଭିତରେ, ତେବେ କାଗଜ ଆସିଲା କେଉଁଠୁ

ନବ ଦାସ ହ-ତ୍ୟାକା-ଣ୍ଡ ଘଟ-ଣାର ତନାଘନା କରୁଛି କ୍ରାଇମବ୍ରାଞ୍ଚ ଟିମ। ଏନେଇ ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡା ବିମାନ ବନ୍ଦର ଥା-ନାରେ ପହଞ୍ଚି ଖୋଳଡାଡ଼ ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ଟିମ୍ ହ-ତ୍ୟାକା-ଣ୍ଡ ପଛର କିଛି ସୁରାଗ ସନ୍ଧା-ନରେ ରାତି ଅଧିଆ ବିମାନବନ୍ଦର ଥାନା ପରିସରରେ ଥିବା ଏକ ପାଇଖାନା ଟାଙ୍କିକୁ ଖୋଳିବା ଆରମ୍ଭ କରିଥିଲା।

ତେବେ ପ୍ରାୟ 18 ଘଣ୍ଟା ଧରି ଖୋଳିବା ପରେ ସ୍ବେରେଜ ଟ୍ୟାଙ୍କରୁ ମିଳିଛି ଲେଖା ହୋଇଥିବା କାଗଜ। ଯାହାକି ଅଭିଯୁକ୍ତ ଗୋପାଳ ଦାସକୁ ବିମାନବନ୍ଦର ଥା-ନା ଅଣାଯାଇଥିବା ବେଳେ ପ-ରିଶ୍ରା କରିବାକୁ ଯାଇ ସେହି କାଗଜକୁ ଚିରି ପାଇଖାନାରେ ପକାଇ ଦେଇଥିଲା ବୋଲି କ୍ରାଇମବ୍ରାଞ୍ଚ ଜେରା କରିବା ସମୟରେ କହିଥିଲା।

କିନ୍ତୁ ଆପଣ ଏବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପାଇଖାନାକୁ ମୁନିସିପାଲଟିର ଯେଉଁ ଟିମ ସଫା କରିଥିଲା ସେମାନେ କହିଛନ୍ତି ଯେ,” କୌଣସି ପ୍ରକାରର କାଗଜ ଆମକୁ ମିଳିନାହିଁ। ଆମେ ସେପରି କିଛି ବି ଜିନିଷ ପାଇନାହୁଁ। ଏମାନେ କେଉଁଠୁ କାଗଜ ଏତେ ପାଇକି ମି-ଛ କଥା କହୁଛନ୍ତି। ଟାଙ୍କି ସଫା କରିବା ଵାଲା ହେଉଛୁ ଆମେ। ଆଉ ଆମେ ମିଛ କହୁନାହୁଁ। ଆମକୁ କିଛି ବି କାଗଜ ମିଳିନାହିଁ।”

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏଠାରେ ପ୍ରକୃତରେ କିଏ ସତ କହୁଛି, ପୋ-ଲିସ ନା ଟାଙ୍କି ସଫା କରୁଥିବା କର୍ମଚାରୀ। ସେହିପରି ଅନ୍ୟପଟେ ନବ ଦାସଙ୍କ ହ-ତ୍ୟାକା-ଣ୍ଡକୁ 4 ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଏହି ହ-ତ୍ୟା ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *