ନବଦାସଙ୍କୁ ମା-ରିବା ପାଇଁ ଗୋପାଳ କାହିଁକି ବାଛିଲେ 29 ତାରିଖ ?

ନବ ଦାସଙ୍କ ସହ ସବୁଠାରେ ସବୁ ସମୟରେ ସାଥିରେ ଥିଲେ ହ-ତ୍ୟାକା-ରୀ ଗୋପାଳ ଦାସ। ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକାଳ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିକଟତର ହେବାର ଅନେକ ସୁଯୋଗ ପାଇଥିଲେ ଗୋପାଳ।

ବ୍ରଜରାଜନଗର ବିଧାନସଭା କ୍ଷେତ୍ରକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ନବ ଦାସ। ଏହି ସମୟରେ ଡ୍ୟୁଟି ହେଉ କି ସାଧାରଣ ଭାବେ ପୋ-ଲିସ ଅଧିକାରୀ ହୋଇଥିବାରୁ ଅତି ନିକଟକୁ ଯିବା ସହଜ ହେଉଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ନବ ଦାସଙ୍କ ଅତି ନିକଟରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ଏତେ ଗହଳି ଭିତରେ ନବଦାସ ଏବଂ ଗୋପାଳ ଏକାଠି ଠିଆ ହୋଇଥିବାର ଏହି ଫଟୋ ଗତ ବର୍ଷ ସେପ୍ଟେମ୍ବର ୧୮ ତାରିଖର ଅଟେ। ତେବେ ସେହି ସମୟ ଠାରୁ 4-5 ମାସ ଭିତରେ ଏପରି କଣ ହେଲା ଯେ ଗୋପାଳ ଏପରି ପଦକ୍ଷେପ ନେଲେ। ଯଦି ପୂର୍ବରୁ କିଛି ଶ-ତ୍ରୁତା ଥିଲା ତେବେ ସେ ସେହି ସମୟରେ ହିଁ ହ-ତ୍ୟା କରିବାର ସୁଯୋଗ ପାଇପାରିଥାନ୍ତେ।

ତେବେ 29 ତାରିଖ ଦିନ ହୋଇଥିବା ଗାନ୍ଧିଛକରେ ଗୁ-ଳି ମା-ଡ଼ଟି ଯୋଜନାବଦ୍ଧ ହ-ତ୍ୟାକା-ଣ୍ଡ ବୋଲି ଚର୍ଚ୍ଚା ହେଉଛି। ରବିବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗା-ନ୍ଧି ଛକ ପୋ-ଲିସ ଏଏସ୍‌ଆଇ ଗୋପାଳ ଦାସ ଗୁ-ଳି ମା-ରିଥିଲେ। ବ୍ରଜରାଜନଗରରେ ନିଜ ଝିଅ ଦୀପାଳି ଦାସଙ୍କ ଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଯାଉଥିବା ବେଳେ ତାଙ୍କୁ ଗୁ-ଳିମା-ଡ ହୋଇଥିଲା।

ନବ ଦାସଙ୍କ ବାମ ଛାତିରେ ଗୁ-ଳି ଲାଗିଥିଲା। ସଂଗେ ସଂଗେ ଚିକିତ୍ସା ପାଇଁ ତାଙ୍କୁ ଝାରସୁଗୁଡା ଜିଲ୍ଲା ହସପିଟାଲକୁ ନିଆଯାଇଥିଲା। ସ୍ଥିତି ଗୁରୁ-ତର ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସପିଟାଲକୁ ଏୟାରଲିପ୍ଟ ଯୋଗେ ନିଆଯାଇଥିଲା।

କିନ୍ତୁ ସେଠାରେ ହିଁ ତାଙ୍କ ମୃ-ତ୍ୟୁ ହୋଇଥିଲା। ସେପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ଘଟ-ଣାର ତ-ଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ସେହି ଦିନ ରାତିରୁ ହିଁ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପ୍ରଥମେ ଗି-ରଫ ହୋଇଥିବା ଏଏସ୍‌ଆଇ ଗୋପାଳ ଦାସଙ୍କୁ ଜେ-ରା କରିଥିଲା।

ଆଉ ପରେ ଘଟ-ଣାସ୍ଥଳକୁ ଯାଇ ତ-ଦନ୍ତ କରିଥିଲା। ଆଉ ଏବେ ପୁଣି ଥରେ ଅଧିକ ତଥ୍ୟ ପାଇଁ ଘଟ-ଣାସ୍ଥ-ଳକୁ ଯାଇ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ ଏବଂ ସାଇଣ୍ଟିଫିକ୍‌ ଟିମ୍‌। ତେବେ ପ୍ରଶ୍ନ ଉଠୁଛି ଯେ ଏତେ ଥ-ର ମା-ରିବାର ସୁଯୋଗ ପାଇ ମଧ୍ୟ ଗୋପାଳ କେବଳ 29 ତାରିଖ ଦିନ ହିଁ କାହିଁକି ବାଛି ଥିଲା। ଗୋପାଳ ପଛରେ ଆଉ କିଏ କିଏ ଅଛନ୍ତି। କେତେ ଦିନରୁ କରୁଥିଲା ଷ-ଡ଼ଯ-ନ୍ତ୍ର?

Leave a Reply

Your email address will not be published. Required fields are marked *