ମୋ ଝିଅ ବାହାଘର ନ କରନ୍ତୁ ପଛେ ତାକୁ ଭଲ କରିଦିଅନ୍ତୁ ସେ ବହୁତ ଦୁଃ-ଖରେ ଥିଲା

ଆପଣ ଓଲିଉଡର ପ୍ରସିଦ୍ଧ କଳାକାର ପିଣ୍ଟୁ ନନ୍ଦଙ୍କୁ ତ ନିଶ୍ଚିତ ଜାଣିଥିବେ ଯାହାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ବହୁତ ଗୁରୁ-ତର। ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଏବଂ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ପିଣ୍ଟୁ ଏବେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କର 80 ପ୍ରତିଶତ ଲିଭର ନ-ଷ୍ଟ ହୋଇଯାଇଛି।

ଏଥିପାଇଁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ ବୋଲି ସୂଚନା ମିଳିଛି। ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ୍‌ରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଆସନ୍ତା 6 ମାସ ମଧ୍ୟରେ ତାଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଥିବା ସୂଚନା ମିଳିଛି।

ଯକୃତ ପ୍ରତିରୋପଣ ନହେଲେ ଅବସ୍ଥା ଆହୁରି ସଂକ-ଟାପନ୍ନ ହୋଇପାରେ ବୋଲି ଜଣାପଡିଛି। ତେବେ ଏହାକୁ ନେଇ ଏବେ ଅଭିନେତା ତଥା ଓଡ଼ିଆ ଧାରାବାହିକ କମେଡିଆନ ବିକାଶ କହିଛନ୍ତି ଯେ,” ପିଣ୍ଟୁ ସାର ଜଣେ ବହୁତ ଭଲ ଲୋକ। କାହା ଉପରେ ସେ ରାଗନ୍ତିନି। ସେ ମୋ ଗୁରୁଙ୍କ ସହ ସମାନ। ତାଙ୍କୁ ସମସ୍ତେ ଭଲ ପାଆନ୍ତି।

ମୁଁ ତାଙ୍କର ବହୁତ ନିଜର ଅଟେ। ସେ ମୋର ଦୁଇ ଝିଅକୁ ନିଜ ଝିଅ ପରି ଭାବନ୍ତି। କେବଳ ଏତିକି ନୁହେଁ ସେ ମୋର ବଡ ଝିଅର ବିବାହ ମଧ୍ୟ କରାଇବେ ବୋଲି କହିଥିଲେ। ତାଙ୍କର ଟଙ୍କା ଲୋଭ ଆଦୌ ନାହିଁ। ଯୁଆଡେ ଯାଆନ୍ତି ହସ ମଜା କରନ୍ତି। ଆଉ ଆଜି ଭଗବାନ ତାଙ୍କ ଠାରୁ ହିଁ ହସ ଛଡାଇ ନେଲେ।

ମୁଁ ଏତିକି ଆଶା କରୁଛି ଯେ ମୋ ଝିଅର ବାହାଘର ନ ହେଉ ପଛେ କିନ୍ତୁ ମୋ ପିଣ୍ଟୁ ସାର ଭଲ ହୋଇଯାଆନ୍ତୁ। ମୁଁ ଓଡିଶା ବାସୀଙ୍କୁ ଅନୁରୋଧ କରୁଛି ସମସ୍ତେ କିଛି ନା କିଛି ଟଙ୍କା ଯୋଗାଡ କରି ପିଣ୍ଟୁ ସାରଙ୍କ ପାଇଁ ପଠାନ୍ତୁ। ସେ ବହୁତ ଭଲ ଲୋକ। ଆଉ ଦୟାକରି ଭଗବାନଙ୍କ ଆଗରେ ପ୍ରାର୍ଥନା କରନ୍ତୁ ଯେପରି ତାଙ୍କ ଦେହ ବହୁତ ଜଲଦି ସୁସ୍ଥ ହୋଇଯିବ।”

Leave a Reply

Your email address will not be published. Required fields are marked *