ପକେଟରେ ଥିଲା 15 ପୃଷ୍ଠା କିନ୍ତୁ ଜାଣିପାରିଲାନି ପୋ-ଲିସ, ଟାଙ୍କି ଭିତରେ କାଗଜ ହୋଇଥିଲା ଲାମିନେସନ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ମାମ-ଲାର ତଦ-ନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଥିବା ବେଳେ ପ୍ରତିଦିନ କିଛିନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଅଛି। କ୍ରାଇମ୍‌ବ୍ରାଞ୍ଚ ଏକ ଟିମ୍‌ ଅଭି-ଯୁକ୍ତ ଗୋପାଳ ଦାସଙ୍କୁ 4 ଦିନିଆ ରିମା-ଣ୍ଡରେ ଆଣି ଏବେ ମଧ୍ୟ ପଚ-ରାଉ-ଚୁରା ଜାରି ରଖିଛି।

ଏହାରି ଭିତରେ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ପାଇଖାନା ଟାଙ୍କିରୁ ଜବତ ହୋଇଛି ବହିଷ୍କୃତ ଏଏସଆଇ ଗୋପାଳଙ୍କ ହାତଲେଖା କାଗଜ। ଝାରସୁଗୁଡ଼ା ଏୟାରପୋର୍ଟ ଥା-ନା ଲାଟ୍ରିନ ସ୍ୱେରେଜ ଟାଙ୍କି ଖୋଳାଯାଉଥିବା ବେଳେ ପୋ-ଲିସ ହାତରେ ଲାଗିଥିଲା ଏକ ବଡ଼ ସୁରାକ।

ଟାଙ୍କି ଭିତରୁ ଗୋପାଳଙ୍କ 15 ଖଣ୍ଡ ହାତଲେଖା କାଗଜ ମିଳିଛି। ଏହି କାଗଜଗୁଡ଼ିକୁ ଲାଟ୍ରିନରେ ଫ୍ଲସ୍ କରାଯାଇଥିବା ପୋ-ଲିସ ଜାଣିବାକୁ ପାଇଛି।ଏହି କାଗଜକୁ ଗୋପାଳ ନିଜ ପକେଟରେ ଧରି ବୁଲୁଥିଲେ। ମନ୍ତ୍ରୀଙ୍କୁ ହ-ତ୍ୟା କରିବା ପାଇଁ ଏହି କାଗଜରେ ସେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି।

ପାଇଖାନା ଟାଙ୍କିରେ ପ୍ରମାଣ ଲୁ-ଚି ରହିଥିବା ନେଇ ବୁଧବାର ରାତିରେ ଚର୍ଚ୍ଚା ଜୋର ଧରିବା ପରେ କ୍ରାଇମବ୍ରାଞ୍ଚ ତାର ତ-ଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା। ବୁଧବାର ବିଳମ୍ବିତ ରାତିରେ ପୋ-ଲିସ ସହାୟତାରେ କ୍ରାଇମବ୍ରାଞ୍ଚ ଟିମ୍ ପାଇଖାନା ଟାଙ୍କି ଖୋଳି ଏହି ହାତଲେଖା ଚିଠିକୁ ଜ-ବତ କରିଥିଲେ।

ଏହାକୁ ଫୋରେନ୍‌ସିକ୍‌ ଲାବୋରୋଟୋରିକୁ ପଠା ଯିବା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ପୁଣି ଥରେ ଥା-ନାକୁ ଯାଇ ନବ ଦାସଙ୍କ ଗାଡିର ଯାଞ୍ଚ କରୁଛି। ବୁଧବାର ମଧ୍ୟ ଟିମ୍ ଗାଡିର ଯାଞ୍ଚ କରିଥିଲା। ଗୁ-ଳି ଖୋଜିବା ସ୍ଥାନ ସହ ର-କ୍ତ ଛିଟା ଆଦିର ତ-ଦନ୍ତ ମଧ୍ୟ ଜାରି ରଖିଛି।

ତ-ଦନ୍ତ ସମୟରେ ଫୋରେନ୍‌ସିକ ଟିମ୍ ମଧ୍ୟ ସହାୟତା ଯୋଗାଇ ଦେଉଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଗୋପାଳଙ୍କ ପକେଟରୁ ପୋ-ଲିସ ବ-ନ୍ଧୁକ ନେଲା, ମୋବାଇଲ ନେଲା, ପର୍ସ ମଧ୍ୟ ନେଲା କିନ୍ତୁ ସେହି 15 ପୃଷ୍ଠା ଵାଲା କାଗଜ କାହିଁକି ନେଇନଥିଲା?

Leave a Reply

Your email address will not be published. Required fields are marked *