ତପସ୍ୱନୀ ସିଭିଲ ସର୍ଭି୍ସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଘରର ଲାଇନ କାଟିଲେ ଶାଶୂଘର ଲୋକେ

ପରିବାର ଏକ ସୁନ୍ଦର ଶବ୍ଦ।ଏହି ଶବ୍ଦ ମଧ୍ୟରେ ଆତ୍ମୀୟ ଭାବନା ଭରପୁର ରହିଛି।ପରିବାର କହିଲେ ମନରେ ଏକ ଅଜଣା ଖୁସି ଖେଳିଯାଏ।କିନ୍ତୁ କିଛି କିଛି ଘ-ଟଣା ଏମିତି ଘଟେ ଯାହା ଫଳରେ ସମାଜ କଳ-ଙ୍କିତ ହୋଇଥାଏ। ବର୍ତ୍ତମାନ ଆମ୍ଭେମାନେ ପ୍ରାୟତଃ ପାରିବାରିକ ବିବାଦ ସମ୍ପ-ର୍କରେ ଖବର ଶୁଣିବାକୁ ପାଉଛୁ।ପାଠକ ଗଣ ଆପଣମାନେ ଗଞ୍ଜାମ ଜିଲ୍ଲାର ଡକ୍ଟର ସୁମିତ୍ ସାହୁ ଏବଂ ତପସ୍ଵିନୀ ମଧ୍ୟରେ ଚାଲିଥିବା ପାରିବାରିକ ବି-ବାଦ ସମ୍ପର୍କରେ ଜାଣିଥିବେ ନିଶ୍ଚୟ।

ତେବେ ଏହି ବି-ବାଦ ଚାଲିଥିବା ସମୟରେ ସମାଧାନ ହୋଇଥିଲା ଯେ ତପସ୍ଵିନୀ ଯାଇ ସୁମିତଙ୍କ ସହ ତାଙ୍କ ଘରେ ରହିବେ।କିନ୍ତୁ ସୁମିତ୍ ଏବଂ ତାଙ୍କ ଘର ଲୋକ ତାଙ୍କୁ ଘର ଭିତରକୁ ଯିବାକୁ ଦେଲେ ନାହିଁ,ତେଣୁ ସେ ତାଙ୍କ ଘରର ଉପରେ ଏକ ରୁମରେ ରହୁଥିଲେ।ବର୍ତ୍ତମାନ ସେହି କେ-ସରେ ଏକ ନୂଆ କଥା ଯୋଡ଼ି ହୋଇଛି,ସେହି କଥାଟି ହେଉଛି ତପସ୍ଵିନୀ ବର୍ତ୍ତମାନ ଅଭି-ଯୋଗ କରିଛନ୍ତି ଯେ ସେ ଯେଉଁ ରୁମରେ ରହୁଛନ୍ତି ସେହି ରୁମର ଲାଇନ୍ ୪ ଦିନ ହେଲା ତାଙ୍କ ଶାଶୂଘର ଲୋକ କରିଦେଇଛନ୍ତି ଏବଂ ତାଙ୍କୁ ହଇ-ରାଣ କରୁଛନ୍ତି।

ଏହି ବିଷୟରେ ତପସ୍ଵିନୀଙ୍କୁ ପଚାରିବାରୁ ସେ କହିଲେ ସେ ସେହି ରୁମରେ ରହି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଛନ୍ତି।କିନ୍ତୁ ୪ ଦିନ ହେଲା ରୁମରେ ଲାଇନ୍ ନଥିବାରୁ ତାଙ୍କୁ ପଢ଼ିବା ପାଇଁ ଅସୁବିଧା ହେଉଛି,ସେ ଭଲ ଭାବରେ ପଢ଼ିପାରୁ ନାହାନ୍ତି। ଏହି ବିଷୟରେ ସେ ଯାଇ ତାଙ୍କ ଶାଶୂ ଘର ଲୋକଙ୍କୁ ପଚାରିବାରୁ ତାଙ୍କ ଶାଶୂ ତପସ୍ଵିନୀଙ୍କ ବାପା ମାଆଙ୍କୁ ଅଭଦ୍ର ଭାଷାରେ ଗାଳିଦେଲେ ଏବଂ ତାଙ୍କୁ କହିଲେ ଯେ ସେମାନେ ଏ ବିଷୟରେ କିଛି କରିପାରିବେ ନାହିଁ।ସେ ଆହୁରି କହିଲେ କି ତାଙ୍କର ଏଇ ଫ୍ରେବୃୟାରୀ ଏବଂ ମେ’ ରେ ପରୀକ୍ଷା ଅଛି ସେଥିପାଇଁ ଲାଇନ୍ ଦେବା ପାଇଁ,କିନ୍ତୁ ତାଙ୍କ କଥା କେହି ଶୁଣିଲେ ନାହିଁ।

କିନ୍ତୁ ତପସ୍ଵିନୀଙ୍କ କହିବା କଥା ହେଉଛି ସେ ଦେଖିଛନ୍ତି ଯେ ଦୁଇଜଣ ଲୋକ ଆସି ଲାଇନ୍ କାଟିଦେଇଛନ୍ତି ବୋଲି।ଏହି ବିଷୟରେ ସେ ସେଠାକାର ପୋଲି-ସଙ୍କ ପାଖରେ ଅଭି-ଯୋଗ କରିଥିଲେ କିନ୍ତୁ କିଛି ସୁଫଳ ମିଳିନଥିଲା।ତେଣୁ ସେ ଆସିଛନ୍ତି ଗଞ୍ଜାମ ଏସପିଙ୍କ ନିକଟକୁ ପ୍ରମିଳା ମାଡ଼ାମଙ୍କ ସହ ଅଭି-ଯୋଗ କରିବା ପାଇଁ।ପ୍ରମିଳା ମାଡ଼ାମଙ୍କୁ ଏହି ବିଷୟ ରେ ପଚାରିବାରୁ ସେ କହିଲେ କି ତପସ୍ଵିନୀ ଙ୍କୁ ଯଦି ନ୍ୟା-ୟ ନମିଳିବା ତେବେ ସେ ସେଠି ଧାରଣାରେ ବସିବେ ବୋଲି।

Leave a Reply

Your email address will not be published. Required fields are marked *