କାଗଜରେ ଲୁ-ଚିଛି ନବବାବୁଙ୍କର ମୃ-ତ୍ୟୁର ରହସ୍ୟ, ଟାଙ୍କିରୁ ମିଳିଲା ଗୋପାଳର ହାତ ଲେଖା କାଗଜ

ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା ଘ-ଟଣା। ପାଇଖାନା ଟାଙ୍କିରେ ଲୁ-ଚିଛି ପ୍ରମାଣ। ଅଭି-ଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଜ ରିମା-ଣ୍ଡରେ ନେଇଛି। ଏହି ସମୟରେ ଅଭି-ଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ କିଛି କାଗଜ ଫିଙ୍ଗି ଥିବା ସୂଚନା ରହିଛି।

ତେଣୁ ରାତି ଅଧିଆ କ୍ରାଇମବ୍ରାଞ୍ଜ ଟିମ୍ ସ୍ଥାନୀୟ ପୋ-ଲିସ ସହାୟତାରେ ଝାରସୁଗୁଡା ବିମାନବନ୍ଦର ଥା-ନାର ଲାଟ୍ରିନ ଟାଙ୍କି ଖୋଳିଛି। ରିମା-ଣ୍ଡରେ ନେବାପରେ ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଘଟ-ଣାର ସମସ୍ତ ଦିଗ ଉପରେ ପ୍ରଶ୍ନ ପଚାରିବା ସହିତ ତନାଘନା କରିଛି।

ଗତକାଲି ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଏବଂ ପୋ-ଲିସ ଟିମ୍‌ ମିଶି ଝାରସୁଗୁଡ଼ା ତାଲପଟିଆ ସ୍ଥିତ ବିମାନ ବନ୍ଦର ଥା-ନାକୁ ଯାଇ ରାତିଅଧିଆ ଅପରେସନ କରୁଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ଏଏସ୍‌ଆଇ ଗୋପାଳ ଦାସ ଗାନ୍ଧିଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁ-ଳିମା-ଡ଼ କରିବା ପରେ ପୋ-ଲିସ ଏଏସ୍‌ଆଇ ଗୋପାଳ ଦାସକୁ କାବୁ କରିବା ପରେ ବିମାନ ବନ୍ଦର ଥା-ନାକୁ ଆଣି ଅଟକ ରଖିଥିବା ଜଣାପଡିଛି।

ଏହିଠାରେ ଅଧିକ ସମୟ ରହିବା ଭିତରେ ଅଭି-ଯୁକ୍ତ ପାଖରେ ଥିବା କିଛି କାଗଜକୁ ଥା-ନା ଭିତରେ ଥିବା ପାଇଖାନାରେ ପକାଇ ଫ୍ଲସ ମା-ରିଦେଇଥିଲେ। ତେଣୁ ସେହି କାଗଜଟି ପାଇଖାନା ଟାଙ୍କିରେ ରହିଥିବାରୁ ତଦନ୍ତକାରୀ ଟିମ୍ ପାଇଖାନା ଟାଙ୍କି ଖୋଳିଥିଲା।

ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ବିମାନ ବନ୍ଦର ଥା-ନାରେ ପହଞ୍ଚି ଥାନରେ ଥିବା ସେଫ୍ଟି ଟାଙ୍କି ଖୋଳି ଘ-ଟଣା ସମ୍ପର୍କିତ ଅନୁସ-ନ୍ଧାନ କରୁଥିବା ଦେଖିବାକୁ ମିଳିଥିଲା।ଆଉ ସେହି କାଗଜକୁ ଏବେ କ୍ରାଇମବ୍ରାଞ୍ଚ ଟିମ ପାଇଯାଇଥିବା ସୂଚନା ରହିଛି। ଏବେ ସେହି କାଗଜପତ୍ରକୁ ଫୋରେନସିକ୍ ଲାବକୁ ପଠାଯିବ ବୋଲି ସୂଚନା ରହିଛି।

ଏହାସହ କ୍ରାଇମବ୍ରାଞ୍ଜ ଟିମ୍, ସାଇଣ୍ଟିିଫିକ୍ ଟିମ୍ ନବ ଦାସଙ୍କର ଗାଡି ଏବଂ କ୍ରାଇମସ୍ପଷ୍ଟର ତ-ଦନ୍ତ କରୁଛି। ଆଉ ଏକ ଟିମ୍ ଗୋପାଳଙ୍କ ଗାଁରେ ତ-ଦନ୍ତ କରୁଛି। ତାଙ୍କ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରୁଛି। ତାଙ୍କ ଆର୍ଥିକ କାରବାର ସମ୍ପ-ର୍କରେ ତଥ୍ୟ ସଂଗ୍ରହ କରୁଛି। ପରିବାର ଲୋକ ବ୍ୟତୀତ ପଡୋଶୀଙ୍କୁ ବି ଗୋପାଳଙ୍କ ସମ୍ପ-ର୍କରେ ପଚ-ରାଉ-ଚୁରା କରୁଛନ୍ତି। ତେବେ ଗୋପାଳଙ୍କ ମାନସିକ ସ୍ଥିତି ପ୍ରକୃତରେ କେମିତି ଅଛି, ତାହା ଜାଣିବା ପାଇଁ ଫରେନସିକ୍ ଯା-ଞ୍ଚ କରିବାକୁ ପ୍ରସ୍ତୁତି କରୁଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଜ।

Leave a Reply

Your email address will not be published. Required fields are marked *