ନବ ଦାସଙ୍କ ହ-ତ୍ୟାକା-ଣ୍ଡରେ ଏହି ହୋଟେଲ ଲିଙ୍କ ! ସବୁଦିନ ଖୋଲା ରହୁଥିବା ହୋଟେଲ କଣ ପାଇଁ ସେଦିନ ଥିଲା ବନ୍ଦ

ନବଦାସ ଙ୍କୁ ହ-ତ୍ୟା ମାମ-ଲାରେ ତ-ଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଅତି ନିକଟରୁ ଗୁ-ଳି ଚଳାଇଥିବା ଏ.ଏସ୍.ଆଇ ଗୋପାଳ ଦାସଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି।

ଗତ ତିନି ଦିନ ଧରି ପୁଣି କ୍ରାଇମବ୍ରାଞ୍ଚ ଟିମ୍ ବ୍ରହ୍ମପୁର ରେ ତନାଘନା ଜାରି ରହିଛି। ଗତକାଲି ଜଳେଶ୍ବରପୁର ସ୍ଥିତ ପୈତୃକ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ପଚା-ରାଉ-ଚରା କରିବା ପରେ ଗୋପାଳ ଦାସଙ୍କ ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ।

ଏପରିକି ଗତକାଲି ଠାରୁ ସତ୍ୟନାରାୟଣ ଙ୍କୁ ଜେରା କରାଯାଉଥିଲା। ଏଥି ସହ ଗୋପାଳଙ୍କ ପକ୍ଷରୁ ଝାରସୁଗୁଡ଼ା ଠାରେ କରାଯାଇଥିବା ବ୍ରହ୍ମପୁର ହୋଟେଲ ପରିଚାଳନା କରୁଥିବା ବଡ଼ଭାଇ ସତ୍ୟନାରାୟଣ ସମେତ ସେଠାକାର ହୋଟେଲରେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ପଚ-ରାଉ-ଚୁରା କରିବା ପରେ ଛାଡି ଦେଇଥିବା ଜଣାପଡିଛି।

ବର୍ତ୍ତମାନ ବ୍ରହ୍ମପୁର ସ୍ଥିତ ଆଙ୍କୁଲି ବାସ ଭବନ ରେ ଦୁଇଜଣିଆ ଟିମ୍ ତଦନ୍ତ ଜାରି ରଖିଛନ୍ତି। ଆଙ୍କୁଲି ଘରେ ଭିତରେ ଏବେ ଗୋପାଳ ଦାସ ଙ୍କ ପତ୍ନୀ ଜୟନ୍ତୀ ଏବଂ ତାଙ୍କ ପୁତୁରା ରହିଛନ୍ତି। ସେହିପରି ଅନ୍ୟପଟେ ଏହି ଘଟ-ଣାରେ ଅଭି-ଯୁକ୍ତ ଗୋପାଳ ଦାସକୁ 4 ଦିନିଆ ରି-ମାଣ୍ଡ ରେ ଆଣି ତନାଘନା କରୁଛି କ୍ରାଇମବ୍ରାଞ୍ଚ।

ମନ୍ତ୍ରୀ ବ୍ୟବହାର କରିଥିବା ଗାଡି କୁ ସାଇଣ୍ଟିଫିକ ଟିମ ଦ୍ୱାରା ଯାଞ୍ଚ କରାଯାଉଛି। ସବୁଠାରୁ ବଡ଼ କଥା ହେଉଛି ଗୋପାଳ ର ମେଡିକାଲ ଚିକିତ୍ସା ସମ୍ବନ୍ଧୀୟ କୁ ତନାଘନା କରାଯାଉଛି। ସେହିପରି ଅର୍ଥ କାରବାର ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି।

ଏହାସହ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ଘଟ-ଣାସ୍ଥଳ ରେ ରହି ଏହି ସମସ୍ତ ତ-ଦନ୍ତ ର ତଦାରଖ କରୁଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟ-ଣାର ତ-ଦନ୍ତ ପାଇଁ ଗତକାଲି ଆହୁରି ଗୋଟିଏ ଟିମ ଘଟ-ଣାସ୍ଥଳ କୁ ଯାଇଥିଲା। ଅଭି-ଯୁକ୍ତ କୁ ପରୀକ୍ଷା ନିରୀକ୍ଷା କରିବେ ଏହି ଟିମ।

କ୍ରାଇମବ୍ରାଞ୍ଚ ର ଅତିରିକ୍ତ ଟିମ ସମସ୍ତ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି। ଘ-ଟଣା ଘଟିଥିବା ସ୍ଥଳରେ ଥିବା ସିସିଟିଭି କୁ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି ସେହିପରି ମନ୍ତ୍ରୀ ବ୍ୟବହାର କରିଥିବା ଗାଡି କୁ ମଧ୍ୟ ଯା-ଞ୍ଚ କରାଯାଇଛି। ଏହା ପ୍ରମାଣ ସଂଗ୍ରହ କରିବାରେ ସହାୟତା କରିବ।

ତେବେ ଏହି ହ-ତ୍ୟା ଘଟ-ଣାରେ ବ୍ୟବହାର ହୋଇଥିବା ବ-ନ୍ଧୁକ, ଗୁ-ଳି ଏବଂ ଗୋପାଳ ଦାସଙ୍କ ମୋବାଇଲ୍ କୁ ଜ-ବତ କରାଯାଇଛି।ଜବତ ହୋଇଥିବା ସାମଗ୍ରୀ ଗୁଡିକୁ ଟେଷ୍ଟ କରିବାକୁ ଗତକାଲି ଲାବ୍ କୁ ପଠାଯାଇଛି। ତେବେ ଏହି ମାମ-ଲାରେ କ୍ରାଇମବ୍ରାଞ୍ଚ୍ ଟିମ ତ-ଦନ୍ତ ପ୍ରକ୍ରିୟା କୁ ଜୋରଦାର କରୁଥିବା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *