ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଗୁରୁ-ତର, ଭଲ ହେବାକୁ ଆବଶ୍ୟକ 50 ଲକ୍ଷ, ଓଡିଶା ବାସୀ ସାହାଯ୍ୟ କଲେ ବଂଚିବେ ପିଣ୍ଟୁ

ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବହୁତ ଗୁରୁ-ତର। ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଏବଂ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ପିଣ୍ଟୁ ଏବେ ଲିଭର୍‌ ସିରୋସିସ୍‌ ରୋଗରେ ପୀ-ଡ଼ିତ ଅଛନ୍ତି।

ତାଙ୍କର 80 ପ୍ରତିଶତ ଲିଭର ନ-ଷ୍ଟ ହୋଇଯାଇଛି। ଏଥିପାଇଁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ ବୋଲି ସୂଚନା ମିଳିଛି। ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ୍‌ରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଆସନ୍ତା 6 ମାସ ମଧ୍ୟରେ ତାଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଥିବା ସୂଚନା ମିଳିଛି। ଯକୃତ ପ୍ରତିରୋପଣ ନହେଲେ ଅବସ୍ଥା ଆହୁରି ସଂକ-ଟାପନ୍ନ ହୋଇପାରେ ବୋଲି ଜଣାପଡିଛି।

ତେବେ ଏହାକୁ ନେଇ ଅଭିନେତା ଶ୍ରୀତମ ଦାସ କହିଛନ୍ତି ଯେ ଲିଭର ଟ୍ରାନ୍ସପ୍ଲାଣ୍ଟ ଜରୁରୀ ଥିବା ଡାକ୍ତର କହି ସାରିଛନ୍ତି। ଏଥିପାଇଁ ବହୁ ଟଙ୍କା ଆବଶ୍ୟକ। ଯକୃତ ଡୋନର ମଧ୍ୟ ଆବଶ୍ୟକ। ସେଥିପାଇଁ ଏହାକୁ ନେଇ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁକ୍ ମାଣ୍ଡବ୍ୟଙ୍କ ପିଏଙ୍କ ସହ କଥା ହୋଇଛନ୍ତି।

ପିଣ୍ଟୁଙ୍କୁ ଭଲ କରିବା ନିମନ୍ତେ ବରିଷ୍ଠ ଅଭିନେତା ଏବଂ ଅଭିନେତ୍ରୀମାନେ ମଧ୍ୟ ହାତ ବଢ଼ାଇଛନ୍ତି। ତାଙ୍କ ପାଇଁ ଯାହା କରାଯାଇପାରିବ ସାହାଯ୍ୟ କରାଯିବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷେ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଖୁବ୍‌ ଦୁଃ-ଖ ପ୍ରକାଶ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଓଡ଼ିଆ ସିନେଜଗତର କଳାକାରମାନେ ମଧ୍ୟ ଦୁଖିତ ହେବା ସହ ତାଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *