ବାବୁଲି ମାଝୀ ଘରକୁ ଭଡା ନେଇ ହୋଟେଲ କରିଥିଲା ଗୋପାଳର ବଡ଼ ଭାଇ

ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକା-ଣ୍ଡକୁ ମଙ୍ଗଳବାର ତିନି ଦିନ ପୂରି ଯାଇଥିଲେ ମଧ୍ୟ ଗୋପାଳ ଦାସ କାହିଁକି ତାଙ୍କୁ ଗୁ-ଳି କରି ହ-ତ୍ୟା କଲେ ତାହା ଅସ୍ପଷ୍ଟ ରହିଛି। ଘ-ଟଣା ଦିନ ସନ୍ଧ୍ୟାରୁ ଆସି ତ-ଦନ୍ତ ଜାରି ରଖିଥିଲେ ହେଁ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ହ-ତ୍ୟାର କାରଣ ସଂପର୍କରେ ମୁହଁ ଖୋଲିନାହିଁ।ଆଜି କ୍ରାଇମ ବ୍ରାଞ୍ଚ ଟିମ୍‌ ବ୍ରଜରାଜନଗରରେ ଘଟ-ଣାସ୍ଥଳକୁ ଯାଇ ଦୀର୍ଘ ସମୟ ଧରି ଛାନଭିନ୍‌ କରିଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ବଡ଼ଭାଇ ସତ୍ୟ ଦାସ ଗାନ୍ଧୀ ଛକ ବଜାଜ ସୋରୁମ୍‌ ନିକଟରେ ‘ବ୍ରହ୍ମପୁର ହୋଟେଲ’ ଖୋଲିଥିଲେ। ବାବୁଲି ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଭଡାଘର ନେଇ ଏହି ହୋଟେଲ ଖୋଲା ହୋଇଥିଲା। ହୋଟେଲ ପାଇଁ ମାସକୁ ଭଡା ଦେଉଥିଲେ 6000 ଟଙ୍କା। କିନ୍ତୁ ଘଟ-ଣା ଦିନଠାରୁ ଏହି ହୋଟେଲ ବନ୍ଦ ରହିଥିଲା।

ଏହି ହୋଟେଲରେ ହିଁ ହ-ତ୍ୟାକା-ଣ୍ଡ ନକ୍ସା ପ୍ରସ୍ତୁତ କରାଯାଇଥିବା ଆଲୋଚନା ଜୋର ଧରିଛି। ସେପଟେ କ୍ରାଇମବ୍ରାଞ୍ଚ୍‌ର ଆଉ ଏକ ଟିମ୍‌ ଅଭି-ଯୁକ୍ତ ଗୋପାଳ ଦାସଙ୍କ ପୈତୃକ ଘର ବ୍ରହ୍ମପୁର ଯାଇ ଗୋପାଳଙ୍କ ପରିବାର ଲୋକଙ୍କୁ ପଚ-ରାଉ-ଚରା କରିବା ସହିତ ତାଙ୍କ ବଡ଼ଭାଇ ସତ୍ୟ ନାରାୟଣ ଦାସଙ୍କୁ ଉଠାଇ ନେଇଛନ୍ତି।

ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ଜେ-ରା କରାଯାଉଥିବା ଜଣାପଡ଼ିଛି। ଗୁ-ଳିକା-ଣ୍ଡ ଦିନ ସକାଳୁ ଉକ୍ତ ହୋଟେଲକୁ ଗୋପାଳ ଯାଇଥିଲେ ଓ ପରେ ପରେ ହୋଟେଲ ବନ୍ଦ କରି ଦିଆଯାଇଥିଲା। ହୋଟେଲ ମାଲିକ ସତ୍ୟ ଏବଂ ଅନ୍ୟ କର୍ମଚାରୀମାନେ ସମ୍ବଲପୁର ବୁଲିଯାଉଥିବା କହି ସେ ଦିନଠାରୁ ଆଉ ଆସି ନଥିବା ଜଣାପଡ଼ିଛି।

ତେବେ ବଡ ଭାଇ ସତ୍ୟ ଏଠାରେ ଚଳିତ ମାସରୁ ମିଲ୍ସ ଏବଂ ସକାଳେ ଜଳଖିଆ ତିଆରି କରି ବିକ୍ରି କରୁଥିଲେ। ମୁଖ୍ୟ ରୋଷେୟାକୁ ମିଶାଇ ଏଠାରେ 5 ଜଣ କର୍ମଚାରୀ ଥିଲେ। 3 ଦିନ ପରେ ମୁଖ୍ୟ ରୋଷେୟା ଚାଲିଯିବାରୁ ହୋଟେଲଟି ମାନ୍ଦା ଅବସ୍ଥାକୁ ଚାଲିଯାଇଥିଲା। ହୋଟେଲ ଚଳାଉଥିବା ଗୋପାଳର ବଡ଼ ଭାଇ ସତ୍ୟ କୌଣସି ଜାଗାରେ କାମ କରି ଅବସର ନେବା ପରେ ଏଠାରେ ଆସି ହୋଟେଲ କରିଥିଲେ।

ତେବେ ଏହି ହୋଟେଲକୁ ଗୋପାଳ ବେଳେ ବେଳେ ଯାଇଥାନ୍ତି। କିନ୍ତୁ ଘ-ଟଣା ଦିନ ଗୋପାଳ ହୋଟେଲକୁ ସକାଳେ ଯିବା ପରେ ଆଉ ଦୋକାନ ଖୋଲି ନଥିଲା। ନିକଟରେ ମନ୍ତ୍ରୀଙ୍କ ପ୍ରୋଗ୍ରାମ ଥିବାରୁ ଗ୍ରାହକ ଆସିବେନି କହି ଦୋକାନ ବନ୍ଦ କରି ସମ୍ବଲପୁର ସେମାନେ ବୁଲିବାକୁ ଯାଇଥିବା ସେଠାକାର ଲୋକଙ୍କୁ କହିଥିଲେ। ତେବେ ପ୍ରଶ୍ନ ଉଠୁଛି ଯେ ସେଦିନ ପାଖାପାଖି ସବୁ ହୋଟେଲ ଖୋଲାଥିବା ବେଳେ କେବଳ ସତ୍ୟଙ୍କ ହୋଟେଲ କାହିଁକି ବନ୍ଦ ଥିଲା।

ହୋଟେଲ ଭଡ଼ା ଦେଇଥିବା ବାବୁଲିଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ 45 ମିନିଟ ଧରି ଜେରା କରିଥିଲା। ତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିବା ଜଣାଯାଇଛି। ଘଟ-ଣାର 5 ଦିନ ପୂର୍ବରୁ ଗୋପାଳ ଦାସଙ୍କ ପୁଅ ଏଠାକୁ ଆସିଥିବା ଏବଂ ଦୋକାନରେ ବସିଥିବା ଗ୍ରାହକମାନେ ଦେଖିଥିବା କହିଛନ୍ତି। କ୍ରାଇମ ବ୍ରାଞ୍ଚ ବାବୁଲି ମାଝୀଙ୍କୁ ଜେ-ରା କରିବା ପରେ ପରେ ଗୋପାଳ ଦାସର ବଡ଼ ଭାଇକୁ କ୍ରାଇମ ବ୍ରାଞ୍ଚ ବ୍ରହ୍ମପୁରରୁ ଉଠାଇ ନେଇଥିବା ଖବର ମିଳିଛି।

ଏହାସହ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୋପାଳଙ୍କ ଚିକିତ୍ସା ସମ୍ପର୍କିତ କାଗଜପତ୍ର ଏବଂ ରି-ପୋର୍ଟ ଯା-ଞ୍ଚ୍‌ କରିଥିଲେ। କେବେଠାରୁ ସେ ମାନସିକ ରୋଗୀ ଭାବେ କେଉଁ ଡାକ୍ତରଙ୍କ ଅଧୀନରେ ଚିକିତ୍ସିତ ହେଉଛନ୍ତି, ତାଙ୍କର କ’ଣ ସମସ୍ୟା ରହିଥିଲା, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ତାଙ୍କର କୌଣସି ପ୍ରକାର ମତାନ୍ତର ଥିଲା କି, ଏହିସବୁ ଦିଗ ଉପ‌ରେ ତଦ-ନ୍ତକାରୀ ଦଳ ପରିବାର ଲୋକଙ୍କୁ ପଚ-ରାଉ-ଚରା କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *