କ୍ରାଇମବ୍ରାଞ୍ଚ ତ-ଦନ୍ତ ସମୟରେ ଗୋପାଳଙ୍କ ବଡ଼ ଭାଇ ଓ ହୋଟେଲ କନେକ୍ସନ ବିଷୟରେ ମୁହଁ ଖୋଲିଲେ ଗୋପାଳଙ୍କ ପତ୍ନୀ।

ବନ୍ଧୁଗଣ ଅନ୍ୟପଟେ ନବ ଦାସଙ୍କ ହ-ତ୍ୟାକା-ଣ୍ଡକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ହ-ତ୍ୟା ପଛର କାରଣ ସ୍ପଷ୍ଟ ହୋଇ ପାରିନାହିଁ । କାହିଁକି ଏଏସଆଇ ଗୋପାଳ ଦାସ ତାଙ୍କୁ ହ-ତ୍ୟା କଲେ ସେନେଇ ଖୋଳତାଡ଼ ଜାରି ରହିଛି । ଏହା ପୁର୍ବରୁ ଜଳେଶ୍ବରପୁର ସ୍ଥିତ ପୈତୃକ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ପଚ-ରାଉ-ଚରା କରିବା ପରେ ଗୋପାଳ ଦାସଙ୍କ ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ୍ । ଏପରିକି ଗତକାଲି ଠାରୁ ସତ୍ୟନାରାୟଣଙ୍କୁ ଜେରା କରାଯାଉଥିଲା ।

ଏଥିସହ ଗୋପାଳଙ୍କ ପକ୍ଷରୁ ଝାରସୁଗୁଡ଼ା ଠାରେ କରାଯାଇଥିବା ବ୍ରହ୍ମପୁର ହୋଟେଲ ପରିଚାଳନା କରୁଥିବା ବଡ଼ଭାଇ ସତ୍ୟନାରାୟଣ ସମେତ ସେଠାକାର ହୋଟେଲରେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ପଚ-ରାଉ-ଚୁରା କରିବା ପରେ ଛାଡି ଦେଇଥିବା ଜଣାପଡିଛି ।

ସବୁଠାରୁ ବଡ଼ କଥା ହେଉଛି ଗୋପାଳର ମେଡିକାଲ ଚିକିତ୍ସା ସମ୍ବନ୍ଧୀୟକୁ ତନାଘନା କରାଯାଉଛି । ସେହିପରି ଅର୍ଥ କାରବାର ସମ୍ପ-ର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ବିଶେଷକରି ତାର ଟଙ୍କା କାରବାର ବିଗତ ଦିନ ମାନଙ୍କରେ ସେହିଭଳି କିଛି କରାଯାଇଛି କି ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ।

ଆଉ ବର୍ତ୍ତମାନ ନବ ଦାସ ହ-ତ୍ୟା ମାମ-ଲାରେ ଗଲା କାଲି ଅର୍ଥାତ୍ ମଙ୍ଗଳବାର ଦିନ ଅଭି-ଯୁକ୍ତ ଗୋପାଳ ରହୁଥିବା ବ୍ରହ୍ମପୁର ସ୍ଥିତ ବୈଦ୍ୟନାଥପୁର ଥା-ନା ଅନ୍ତର୍ଗତ ଆଙ୍କୁଲି ସ୍ଥିତ ଘରେ ଦୁଇଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଚଢ଼ଉ କରିଥିଲା । ଏହି ଘରେ ଏବେ ଗୋପାଳଙ୍କ ପତ୍ନୀ ଓ ପୁତୁରା ରହୁଥିବା ନେଇ ସୂଚନା । ଏହାରି ମଧ୍ୟରେ ପୁଣି ସାମ୍ନାକୁ ଆସିଲା ଏ-ଏସ-ଆଇ ଗୋପଳ ଦାସଙ୍କ ପତ୍ନୀଙ୍କ ପ୍ରତି-କ୍ରିୟା ।

ତେବେ କ୍ରାଇମବ୍ରାଞ୍ଚ ଟିମ ତାଙ୍କୁ ହୋଟେଲ କଥା ଏବଂ ଗୋପାଳର ହୋଟେଲ୍ ସହ କିଛି ସ-ମ୍ପର୍କ ଥିଲା କି ନାହିଁ ପଚ-ରା ଉ-ଚରା କରିବା ସହିତ ଗୋପାଳଙ୍କ ମେଡ଼ିକାଲ ପ୍ରେସ୍କିପସନ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ ନେଇଛନ୍ତି ବୋଲି ମିଡିଆ ସାମ୍ନାରେ ପ୍ରକାଶ କରି ହଁ କହିଛନ୍ତି ଗୋପାଳଙ୍କ ପତ୍ନୀ । ଆଉ ଦେଢ଼ସୁର କେଉଁଠି ଅଛନ୍ତି ପ୍ରଶ୍ନରେ ଗୋପାଳଙ୍କ ପାତ୍ନୀ ସେ ବିସୟରେ କିଛି ଜାଣି ନାହାଁନ୍ତି ବୋଲି ଉତ୍ତର ଦେଇଥିଲେ । ତେବେ ଏହି ମାମ-ଲାରେ କ୍ରାଇମବ୍ରାଞ୍ଚ୍ ଟିମ ତ-ଦନ୍ତ ପ୍ରକ୍ରିୟାକୁ ଜୋରଦାର କରୁଥିବା ନେଇ କ୍ରାଇମବ୍ରାଞ୍ଚ୍ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *