ବିବାହ କରିବାର 6 ଦିନ ପରେ ପୁଣି ଥରେ ଧୋ-କ୍କା ଦେଇ ଚାଲିଗଲା ପ୍ରେମିକ, ମିଳିଲା ନାହିଁ ନ୍ୟା-ୟ

ଗଞ୍ଜାମ ଜିଲ୍ଲା ତାରାସିଂ ଥା-ନା ଅନ୍ତର୍ଗତ ଗାଲେରୀ ଗ୍ରାମରୁ ପୂର୍ବରୁ ଯେଉଁ ଦୁସମନ୍ତ ଏବଂ ଟିନାଙ୍କର ପ୍ରେମ ଘ-ଟଣା ଶୁଣିବାକୁ ମିଳିଥିଲା ସେଥିରେ ଏବେ ନୂଆ ମୋଡ଼ ଦେଖିବାକୁ ମିଳିଛି। ଗତ 6 ଦିନ ପୂର୍ବରୁ ସମାଜସେବୀ ଏବଂ ଗାଁଲୋକଙ୍କ ଆଗରେ ଟିନାଙ୍କୁ ଦୁଷ୍ମନ୍ତ ବିବାହ କରିଥିବା ବେଳେ ଏବେ ତାଙ୍କୁ ପୁଣିଥରେ ଧୋ-କ୍କା ଦେଇ କୁଆଡେ ଚାଲିଯାଇଛନ୍ତି।

ସେଥିପାଇଁ ଟିନା ଦୁଇ ଦିନ ହେବ ଶ୍ୱଶୁର ଘର ସାମ୍ନାରେ ଧାରଣା ବସିଥିଲେ। ଶୀତ କାକରରକୁ ଖାତିର ନକରି ଟିନା ଧାରଣାରେ ବସିଥିଲେ। ଶେଷରେ ଅନ୍ୟ ଉପାୟ ନପାଇ ତାଲା ଭାଙ୍ଗି ତାଙ୍କ ଶଶୁରଙ୍କ ଦୋକାନ ଘରେ ପ୍ରବେଶ କରିଛନ୍ତି ଟିନା।

ଗ୍ରାମବାସୀ ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ଟିନା ଦୋକାନରେ ଯାଇ ପ୍ରବେଶ କରିଛନ୍ତି। ଏହାସହ ନିଜକୁ ସୁର-କ୍ଷା ଯୋଗାଇ ଦେବା ସହିତ ତାଙ୍କ ନି-ଖୋଜ ସ୍ୱାମୀଙ୍କୁ ଖୋଜି ଆଣିଦେବା ପାଇଁ ସ୍ଥାନୀୟ ପୋଲି-ସ ଥା-ନାରେ ଏତ-ଲା ମଧ୍ୟ ଦେଇଛନ୍ତି ।

ଏତଲାରେ ଟିନା ଏହା ମଧ୍ୟ କହିଛନ୍ତି ଯେ ବିବାହ ପରେ ଶାଶୁ, ଶ୍ୱଶୂର ତାଙ୍କୁ ଘର ଭିତରକୁ ଯିବା ପାଇଁ ଦେଇନଥିଲେ। ସେଥିପାଇଁ ସେ ବାଧ୍ୟ ହୋଇ ଦୋକାନ ଭାଙ୍ଗି ପଶିଥିଲେ। ସ୍ୱାମୀ ନ ଫେରିବା ଯାଏଁ ସେ ସେହି ଦୋକାନ ଘରେ ରହିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *