ବୈଷ୍ଣବ ଧର୍ମ ଗ୍ରହଣ କରିଥିବା ଏକ ପରିବାର ହରି ନାମ କୀର୍ତ୍ତନ କରି ଭୁବନେଶ୍ୱର ଏୟାରପୋର୍ଟ ରେ ଏକ କୁନି ଝିଅ ସହ ଅପେକ୍ଷା କରିଛନ୍ତି ତାଙ୍କ ଗୁରୁମା ଙ୍କୁ।

ଏହି ଜଞ୍ଜାଳମୟ ଦୁନିଆ ରେ ଲୋକମାନଙ୍କର ସାହା ଭରସା ହେଉଛନ୍ତି ଭଗବାନ।ତେଣୁ ସବୁ ଲୋକଙ୍କର ଭଗବାନ ଙ୍କ ପ୍ରତି ଭକ୍ତି ଭାବ ରହିବା ନିହାତି ଜରୁରୀ। ତେବେ ଆଜିକାଲି ବହାରଦେଶ ର ଲୋକ ମାନେ ବେଶୀ ସନାତନ ଧର୍ମ ପ୍ରତି ଆକୃଷ୍ଟ ହେଉଛନ୍ତି।କୃଷ୍ଣ ଙ୍କ ପାଖରେ ନିଜକୁ ସମର୍ପଣ କରିଦେଉଛନ୍ତି।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଏୟାରପୋର୍ଟ ରେ ଯେଉଁଠି ଏକ ପରିବାର ହରି ନାମ କୀର୍ତ୍ତନ କରି ନିଜ ଗୁରୁମା ଙ୍କ ଆସିବା କୁ ଅପେକ୍ଷା କରିଛନ୍ତି।

ତେବେ ସେହି ପରିବାର ର ପୁଅ ହେଉଛନ୍ତି ଓଡ଼ିଆ ଓ ବୋହୂ ହେଉଛନ୍ତି ବିଦେଶୀ ଏବଂ ସେମାନଙ୍କର ଏକ ୩ ବର୍ଷ ର ଏକ କୁନି ଝିଅ ଅଛି।ସେହି କୁନି ଝିଅ ମୁହଁରୁ ମଧ୍ୟ ହରି ନାମ ଶୁଣିବାକୁ ମିଳୁଛି।ତେବେ ସେମାନଙ୍କୁ ଏହି ବିଷୟ ରେ କିଛି ପ୍ରଶ୍ନ ପଚାରିବାରୁ ସେମାନେ କ’ଣ କହିଲେ ଆସନ୍ତୁ ଜାଣିବା ସେହି ବିଷୟ ରେ।ସେହି ପରିବାର ର ପୁଅଙ୍କୁ ସେ କଣ କରନ୍ତି,ତାଙ୍କ ସ୍ତ୍ରୀ ଙ୍କ ସହ କିପରି ଦେଖା ହେଲା।

ତାଙ୍କୁ କିପରି ଲାଗୁଛି ଏହି ଧର୍ମ ଗ୍ରହଣ କରିବା ପରେ ଏବଂ କଣ ପାଇଁ ଏଠି ହରି ନାମ କୀର୍ତ୍ତନ କରୁଛନ୍ତି ବୋଲି ପଚାରିବାରୁ ସେ କହିଲେ ଯେ ସେମାନେ ତାଙ୍କ ଗୁରୁମା ଙ୍କୁ ଅପେକ୍ଷା କରିଛନ୍ତି,ସେ କାଲିଫର୍ଣ୍ଣିଆ ରେ ରୁହନ୍ତି, ସେ ଏବେ ମାୟାପୁର ରୁ ଆସୁଛନ୍ତି ପୁରୀ ଧାମ କୁ ଆସୁଛନ୍ତି ଏଠି ୭ ଦିନ ର ଯାତ୍ରା ରହିଛି।ଆଉ ବିଭିନ୍ନ ଦେଶ ରୁ ମଧ୍ୟ ଲୋକ ମାନେ ଆସୁଛନ୍ତି।ସେ ଆମେରିକା ରେ ସଫ୍ଟୱେର ଇଞ୍ଜିନିୟର ଅଛନ୍ତି, ସେଠି ପାଠ ପଢ଼ିବା ପାଇଁ ଯାଇଥିଲେ ଏବଂ ତାଙ୍କ ସ୍ତ୍ରୀ ଙ୍କ ସହ ଦେଖା ହୋଇଥିଲା।

ଦୁହେଁ ଭକ୍ତି ମାର୍ଗ ରେ ଥିଲେ ସେଥି ପାଇଁ ଦୁହେଁ ବିବାହ କରିଲେ।୮ ବର୍ଷ ହୋଇଗଲାଣି ବିବାହ କୁ।ଏବଂ ସେ ବହୁତ ଖୁସି ଅଛନ୍ତି ଏହି ଧର୍ମ ଗ୍ରହଣ କରି।ତାଙ୍କ ଝିଅ ମଧ୍ୟ କିଛି କିଛି ଓଡ଼ିଆ ଶିଖୁଛି।ତାଙ୍କ ମାଆ ଙ୍କୁ ଏହି ବିଷୟ ରେ ପଚାରିବାରୁ ସେ କହିଲେ ସେ ବହୁତ ଖୁସି ଅଛନ୍ତି,ଆଉ ତାଙ୍କ ବୋହୂ ମଧ୍ୟ ବହୁତ ଭଲ ବୋଲି।ତାଙ୍କ ସ୍ତ୍ରୀ ମଧ୍ୟ ବହୁତ ଖୁସି ଅଛନ୍ତି ଏହି ଧର୍ମ ଗ୍ରହଣ କରି।ଏବଂ କୃଷ୍ଣ ଙ୍କ ନାମ ଜପ କରି ସେ ବହୁତ ଆନନ୍ଦ ପାଆନ୍ତି।ସକାଳ ସମୟ ଜପ କରିବା ପାଇଁ ବହୁତ ଭଲ ସମୟ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *