ଅସଭ୍ୟ ଭାଷାରେ ଗା-ଳି କରି ଅଧ ରାତିରୁ ଭଡାଟିଆଙ୍କୁ ଘରୁ ବାହାର କରିଦେଲେ ଘର ମାଲିକ, ଅସହାୟ ହୋଇପଡିଛି ପୁରା ପରିବାର

କଟକ ଶିଖରପୁର ଉପର ସାହିରୁ ଦେଖିବାକୁ ମିଳିଛି ଏକ ଅମାନବୀକତା ମାମ-ଲା।ଏକ ଭଡାଟିଆ ପରିବାରକୁ ଅଧରାତିରେ ଗା-ଳିଗୁ-ଲଜ କରି ଘରୁ ବାହାର କରିଦେଇଛି ଘର ମାଲିକ। ଅସହାୟ ହୋଇ ଘର ବାହାରେ ଠିଆ ହୋଇଛନ୍ତି ଭଡାଟିଆ ପରିବାର। ହଠାତ ରା-ଗିଯାଇ ଏପରି କାର୍ଯ୍ୟ କରିଛନ୍ତି ଘର ମାଲିକ।

ତେବେ ସମ୍ପୂର୍ଣ୍ଣ ସୂଚନା ଅନୁସାରେ ତ୍ରିନାଥ ନାୟକ ନାମକ ଜଣେ ଯୁବକ 25 ବର୍ଷ ଧରି ଇଞ୍ଜିନିୟର ଦେବବ୍ରତ ଶତପଥୀଙ୍କ ଘରେ ଭଡାରେ ରହୁଥିଲେ। ତେବେ ତ୍ରିନାଥ ବିବାହ ପରେ ନିଜ ସ୍ତ୍ରୀ ପ୍ରଗତି ବିଶ୍ବାଳଙ୍କ ସଂଗେ ସେହି ଘରେ ରହିବାକୁ ଲାଗିଲେ।

ଉଭୟଙ୍କର ଏକ ପୁଅ ମଧ୍ୟ ଅଛି। ତେବେ ଏତେ ବର୍ଷ ରହିବା ପରେ ଗତ କାଲି ରାତିରେ ହଠାତ ଘର ମାଲିକ ଭଡାଟିଆ ରୁମ ଭିତରକୁ ପଶିଯାଇ ସବୁ ଜିନିଷ ପତ୍ର ଫୋପଡା ଫି-ଙ୍ଗା କରିବାସହ ଆଲମାରୀରୁ ସବୁ ଟଙ୍କା ମଧ୍ୟ ନେଇଯାଇଥିଲେ। ଏହାସହ ଅଭ-ଦ୍ର ଭାଷାରେ ଗା-ଳି ଗୁ-ଳଜ ମଧ୍ୟ କରିଥିଲେ।

ତେବେ ଏହାପରେ ମିଡିଆ ଆଗରେ ତ୍ରିନାଥ କହିଛନ୍ତି ଯେ,” ଘର ମାଲିକ ଏପରି କାର୍ଯ୍ୟ ପୂର୍ବରୁ କେବେ କରିନଥିଲେ। ଆମେ ଘର ମାଲିକଙ୍କ ସହ ସବୁବେଳେ ଭଲରେ କଥା ବାର୍ତା ହେଉ। ଆଉ ତାଙ୍କ ଘରର ସବୁ କାମ ମଧ୍ୟ କରୁ। କିନ୍ତୁ ହଠାତ କାଲି ରାତିରେ ଆସି ସେ ଆମକୁ ଗା-ଳି ଗୁ-ଲଜ କରି ଆମକୁ ବାହାର କରିଦେଲେ। ଏବେ ଆମେ କୁଆଡେ ରହିବୁ। ଆମ ପାଖରେ ଏବେ ଟଙ୍କା ବି ନାହିଁ।

ତେବେ ଏହାକୁ ଦେଖି ପଡୋଶୀ ଲୋକମାନେ କହିଛନ୍ତି ଯେ ଏପରି କାର୍ଯ୍ୟ କୌଣସି ଏକ ଭୁଲ ବୁଝାମଣା କାରଣରୁ ହୋଇଛି। ଏପରି ଜଣେ ଶିକ୍ଷିତ ଭଦ୍ର ଲୋକଙ୍କୁ ଏହି କାମ ଶୋଭା ପାଉନି। ଯଦି କିଛି ଅସୁବିଧା ହୋଇଛି ତାହାଲେ ଥା-ନାରେ ଅଭି-ଯୋଗ କରି ଏହାକୁ ସମାଧାନ କରିବା ଉଚିତ। କିନ୍ତୁ ଏପରି ରାତି ଅଧରେ ଗୋଟେ ପରିବାରକୁ ଘରୁ ବାହାର କରିଦେବା କେତେ ଦୂରରୁ ଠିକ? ଏହା କଣ ଅମାନବିକତାର ଉଦାହରଣ ନୁହେଁ?

Leave a Reply

Your email address will not be published. Required fields are marked *