ରାଉରକେଲାର ହକି ଷ୍ଟାଡିୟମକୁ ଦେଖି ଏବେ ମିଡିଆ ଆଗରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ଲୋକେ, କହିଲେ ଏପରି ଷ୍ଟାଡିୟମ ଆଉ କେଉଁଠି ନାହିଁ।:-

ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କରି ସାରା ଓଡ଼ିଶା ପାଇଁ ଆଜି ଆନନ୍ଦ ଏବଂ ଉତ୍ସବର ଦିନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ହକି ପ୍ରେମୀ, କ୍ରୀଡାବିତ୍‌ ଏବଂ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କରିଛନ୍ତି।

ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ₹1 କୋଟି ଦିଆଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଏଥିସହ ହକିକୁ ଭଲ ପାଉଥିବା ସମସ୍ତଙ୍କୁ ହକି ବିଶ୍ଵ କପ୍ ଭବ୍ୟ ଉତ୍ସବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ଭଲପାଇବା ଯୋଗୁଁ ସ୍ବପ୍ନ ସାକାର ହୋଇଛି। ଏହି ହକି ଷ୍ଟାଡିୟମ ବିଶ୍ବ କ୍ରୀଡ଼ା ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ଦେଇଛି।ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଷ୍ଟାଡିଅମ ମୁକୁଟମଣି ହୋଇ ହକି ପ୍ରତି ଭାରତୀୟମାନଙ୍କର ଭାବାବେଗ ଏବଂ ଭଲପାଇବାକୁ ପରିପ୍ରକାଶ କରିଚାଲିବ।

ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡ଼ରେ ଆଜି ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମ ଓଡ଼ିଶା ମାଟିର ଗୌରବ ଗାନ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପୁରୁଷ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଲୋକମାନେ ମିଡିଆ ଆଗରେ ଏହି ଷ୍ଟାଡିୟମକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ଉଦ୍ୟମ ଦେଶର ଯୁବ ଖେଳାଳୀମାନଙ୍କୁ ପ୍ରେରଣା ଯୋଗାଇବ। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ଼ ଶକ୍ତି ଭାବେ ଗଢ଼ି ତୋଳିବ। ରେକର୍ଡ ସମୟ 15 ମାସ ମଧ୍ୟରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମ ସମଗ୍ର ଦେଶକୁ ଓଡ଼ିଶାର ଶ୍ରେଷ୍ଠ ଉପହାର।ଏହି ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ସବୁପ୍ରକାରର ସୁବିଧା ରଖିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *