“ଧୋରେ ବାୟା ଧୋ ” ଫିଲ୍ମ କୁ ନେଇ ମିଡିଆ ଆଗରେ ପ୍ରତିକ୍ରିୟା ଦେଲେ ହାସ୍ୟ ଅଭିନେତା ହରିହର ମହାପାତ୍ର

ହରିହର ମହାପାତ୍ର ଜଣେ ଜଣାଶୁଣା ଓଡ଼ିଆ ହାସ୍ୟ ଅଭିନେତା। ବ୍ୟଙ୍ଗ ଅଭିନୟ ପାଇଁ ସେ ବିଶେଷ ଭାବରେ ପରିଚିତ। ଚଳଚ୍ଚିତ୍ର ବ୍ୟତିତ ରଙ୍ଗମଞ୍ଚ ଏବଂ ଦୂରଦର୍ଶନରେ ମଧ୍ୟ ସେ ଅଭିନୟ ଏବଂ ନିର୍ଦ୍ଦେଶନା କରନ୍ତି।

ପୂର୍ବରୁ ତାଙ୍କର ଅନେକ ଫିଲ୍ମ ସୁପରହିଟ ହୋଇଥିବା ବେଳେ ଏବେ ନୂଆବର୍ଷକୁ ତାଙ୍କର ଆଉ ଏକ ଫିଲ୍ମ ଆସୁଛି “ଧୋରେ ବାଇଆ ଧୋ”। ରୁମକୁ ଝୁମାନା ଫିଲ୍ମ ସୁପରହିଟ ହେଲା ପରି ଏହି ନୂଆ ଫିଲ୍ମ ମଧ୍ୟ ସୁପରହିଟ ହେବ ବୋଲି ତାଙ୍କର ଆଶା ରହିଛି।

ଧୋ ରେ ବାଇଆ ଧୋ’ରେ ମୁଖ୍ୟ ଭୂମିକାରେ ରହିବେ ହରି। ନୂଆବର୍ଷରେ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ନେଇ ଆସୁଅଛି ଓଡିଆ ଇଣ୍ଡଷ୍ଟ୍ରି। ଦୀର୍ଘ 8 ବର୍ଷ ପରେ ପୁଣି ହରିଙ୍କୁ ଅଭିନେତା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ସେ ମିଡିଆ ଆଗରେ ଏହି ଫିଲ୍ମ କୁ ନେଇ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,” ଲୋକଙ୍କ ଇଛାକୁ ମୁଁ ସମ୍ମାନ ଜଣାଇ ମୁଁ ସେମାନଙ୍କ ପାଇଁ ନିଜର ପୁଣି ଏକ ଫିଲ୍ମ ନେଇ ଆସିଛି। ଏହା ବହୁତ ଜବରଦସ୍ତ ଫିଲ୍ମ ହେବାକୁ ଯାଉଛି। ଆଜିକାଲି ଲୋକମାନେ ଫିଲ୍ମରେ ଭଲ ବିଷୟ ବସ୍ତୁ ଖୋଜୁଛନ୍ତି।

ଆଉ ଆମେ ଲୋକଙ୍କୁ ତାହା ହିଁ ଦେବୁ। ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଲୋକଙ୍କର ସାହାଯ୍ୟ ଦରକାର। ଲୋକମାନେ ଆମକୁ ସପୋର୍ଟ କଲେ ଆମେ ବି ଆଗକୁ ବଢ଼ିବା। ଏହି ଫିଲ୍ମ ରେ କଳାକାର ମାନେ ଯେତିକି ପରିଶ୍ରମ କରିଛନ୍ତି ଆମେ ନିଶ୍ଚିତ ଯେ ସମସ୍ତଙ୍କର ପରିଶ୍ରମ ସଫଳ ହେବ। “

Leave a Reply

Your email address will not be published. Required fields are marked *