ଶେଷକୁ ଫେରି ଆସିଲେ ସ୍ୱାମୀ, ଆଖି ଆଗରେ ସ୍ୱାମୀକୁ ଦେଖି ସବୁ ଦୁଃଖ ଭୁଲିଗଲେ ସ୍ତ୍ରୀ।:-

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଲିଆ ଗ୍ରାମପଞ୍ଚାୟତରୁ ଶୁଣିବାକୁ ମିଳିଛି ଏକ ଦୁଃ-ଖଦ ମାମ-ଲା। ଏଠାର ଜଣେ ମହିଳା ନିଜ ସ୍ୱାମୀକୁ ଆଖି ଆଗରେ ଦେଖି ଖୁସିରେ କାନ୍ଦି ପକାଇଛନ୍ତି। ମହିଳାଙ୍କର ବହୁତ ଦିନ ଧରି ଅଭାବର ଦୁଃ-ଖ ଚାଲିଥିବା ବେଳେ 5 ମାସ ଧରି ସ୍ୱାମୀ ମଧ୍ୟ ପାଖରେ ନଥିଲେ। ଏବେ ମହିଳା ନିଜ ସ୍ୱାମୀଙ୍କୁ ନିଜ ପାଖରେ ପାଇବା ପରେ ସବୁ ଦୁଃ-ଖ ଭୁଲିଯାଇଛନ୍ତି।

ତେବେ ସମ୍ପୂର୍ଣ୍ଣ ସୂଚନା ଅନୁସାରେ ଏହି ଅଂଚଳର ରତ୍ନାକର ଦାସ ଏବଂ ସ୍ୱାଇଁ ଖଣ୍ଡ ପଞ୍ଚାୟତର ରତ୍ନାକର ପରିଡା ଦୁଇ ଜଣ ମିଶି ଶ୍ରମିକ ଭାବେ କାମ କରିବା ପାଇଁ ସାଉଦି ଆରବ ଯାଇଥିଲେ। କିନ୍ତୁ ସେଠାରେ ଏକ ପ୍ରାଇଭେଟ କମ୍ପାନୀ ତାଙ୍କୁ କାମ କରାଇ ଖଟାଇବା ପରେ ଟଙ୍କା ଦେବା ତ ଦୂରର କଥା ଖାଇବାକୁ ମଧ୍ୟ ଭଲରେ ଦେଉନଥିଲା।

ଯାହାପରେ ଉଭୟ ଏକ ଭିଡ଼ିଓ ତିଆରି କରି ପରିବାର ଲୋକଙ୍କୁ ସବୁ ଦୁଃ-ଖ ଜଣାଇଥିଲେ। ଟଙ୍କା ଅଭାବ କାରଣରୁ ଉଭୟ ଶ୍ରମିକ ନିଜ ଦେଶକୁ ଫେରି ମଧ୍ୟ ପାରୁନଥିଲେ। ଏହାସହ ନିଜ ପତ୍ନୀ ସୁମିତ୍ରା ଦାସଙ୍କୁ ରତ୍ନାକର ଦାସ କହିଥିଲେ ଯେ ସେ ଟଙ୍କା ଏବେ ଆଉ ପଠାଇପାରିବେ ନାହିଁ। ଯାହାପରେ ସୁମିତ୍ରାଙ୍କ ଘରେ ସେ ନିଜେ ଏବଂ ତାଙ୍କର ଦୁଇ ପୁଅ ଭଲରେ ଗୋଟେ ଦିନ ଖାଇବି ପାରୁନଥିଲେ।

5 ମାସ ହେଲା ନିଜ ସ୍ୱାମୀଙ୍କୁ ନ ଦେଖି ସୁମିତ୍ରା ଆହୁରି ଦୁଃ-ଖରେ ଥିଲେ। ତେବେ ନିଜ ଅଞ୍ଚଳ ଜଣେ ମହିଳାଙ୍କର ଏପରି ଦୁଃ-ଖ ଦେଖି ସେଠାର ବିଧାୟକ ସୁନନ୍ଦା ଦାସ ସାହାଯ୍ୟର ହାତ ବଢ଼ାଇଥିଲେ। ସେହି ପରିବାରକୁ ସେ କିଛି ଟଙ୍କା ଦେବା ସହ ଉଭୟ ଯୁବକଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ।

ସରକାରକୁ ଚିଠି ଲେଖିବା ସହ ସେ ପ୍ରଶା-ସନ ସହାୟତାରେ ସାଉଦି ଆରବରୁ ରତ୍ନାକର ଦାସଙ୍କୁ ମୁକୁଳେଇ ଥିଲେ। ଏବେ ସ୍ୱାମୀ ରତ୍ନାକର ଦାସଙ୍କୁ ନିଜ ପାଖରେ ପାଇ ମହିଳା ଜଣକ ବହୁତ ଖୁସିରେ ଅଛନ୍ତି। ଏହାସହ ଏବେ ବିଧାୟକ ସୁନନ୍ଦା ଦ୍ଵିତୀୟ ଯୁବକ ରତ୍ନାକର ପରିଡାଙ୍କୁ ସେଠାରୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *