ପୁଣି ଆରମ୍ଭ ହୋଇଗଲା କିଶୋର ଭାଇନା ମଟନ ଦୋକାନ, ନୂଆ ବର୍ଷରେ କମ କରିଦେଇଛନ୍ତି ମଟନର ଦାମ।:-

ଭୁବନେଶ୍ୱରର କିଶୋର ଭାଇନାଙ୍କ ମଟନ ଦୋକାନ ବିଷୟରେ ପୂର୍ବରୁ ଯେଉଁ ଖବର ଆସିଥିଲା ସେ ବିଷୟରେ ତ ଆପଣ ନିଶ୍ଚୟ ଶୁଣିଥିବେ। ଯେଉଁଥିରେ ବିଏମସିର ନୋଟିସ୍ କୁ ବେଖାତିର କରିବାରୁ କିଶୋର ଭାଇନା ମଟନ ହୋଟେଲକୁ ଭାଙ୍ଗି ଦିଆଯାଇଥିଲା।

ଜେସିବି ଲଗାଇ ହୋଟେଲ ଭାଙ୍ଗିଦେଇଥିଲା ଏନଫୋର୍ସମେଣ୍ଟ ଟିମ୍। ତେବେ ବିଏମସି ପ୍ରଥମେ କିଶୋର ଭାଇନାଙ୍କ ହୋଟେଲରେ ଚଢାଉ କରିଥିଲା। କିଶୋର ଭାଇନା ଖାଦ୍ୟରେ କେମିକାଲ ରଙ୍ଗ ଆଉ ଏକ୍ସପାୟାର ସସ୍ ବ୍ୟବହାର କରୁଛନ୍ତି ବୋଲି କେଉଁଠାରୁ ଖବର ପାଇବା ପରେ ଢ଼ାବାର ଫୁଡ୍ ଲାଇସେନ୍ସ ବାତିଲ କରିଥଲେ BMC କର୍ତ୍ତୃପକ୍ଷ।

ତଥାପି ମଟନ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଯାହାପରେ ବାଧ୍ୟ ହୋଇ ବିଏମସି ଦୋକାନକୁ ଭାଙ୍ଗିଦେଇଥିଲା। ତାପରେ କିଶୋର ଭାଇନା ଚୁପ ହୋଇ କିଛିଦିନ ଘରେ ବସିରହିଥିଲେ। ଆଉ ଏବେ ନୂଆବର୍ଷ ଉପଲକ୍ଷେ ପୁଣି ଏକ ନୂଆ ଦୋକାନ ଖୋଲିଛନ୍ତି।

ଏବେ କିଶୋର ଭାଇନା ପୁଣିଥରେ ହଣ୍ଡା ବସାଇଛନ୍ତି। ଗୋଟେ ଦିନରେ ରାନ୍ଧୁଛନ୍ତି 200 kg ମଟନ। ଆଉ ପୂର୍ବ ଭଳି ମଧ୍ୟ ତାଙ୍କ ଦୋକାନରେ ଗହଳି ଲାଗୁଛି। ଆଉ ସବୁଠାରୁ ବଡ କଥା ହେଉଛି ପୂର୍ବ ଅପେକ୍ଷା ଏବେ 30 ଟଙ୍କା କମ ଦାମରେ ଦେଉଛନ୍ତି ମଟନ। ଅର୍ଥାତ ସେତେବେଳେ 180 ଟଙ୍କାରେ ମଟନ ଦେଉଥିବା ବେଳେ ଏବେ 150 ଟଙ୍କାରେ ମଟନ ଦେଉଛନ୍ତି।

Leave a Reply

Your email address will not be published. Required fields are marked *