ୟୁଟ୍ୟୁବରୁ ପାଇଲେ ନିଜ ପାଇଁ ଜୀବନ ସାଥି, ନିଜର କ୍ୟାରିଅରର ସଂଘର୍ଷକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଦିଲୀପ ନାମକ ଜଣେ ୟୁଟ୍ୟୁବର

ଆଜିକାଲି ସୋସିଆଲ ମିଡିଆ ବହୁତ ଆଗକୁ ବଢ଼ିଗଲାଣି। ସୋସିଆଲ ମିଡ଼ିଆରୁ ଆପଣ ସବୁକିଛି ପାଇପାରିବେ। ବିଶେଷ କରି ୟୁଟ୍ୟୁବ ହିଁ ସୋସିଆଲ ମିଡିଆ ଆଗକୁ ବଢିବାର ମୁଖ୍ୟ ଧାରା। ୟୁଟ୍ୟୁବରୁ ଆପଣ ଯାହା ଖୋଜିବେ ତାହା ପାଇବେ।

ଏପରିକି ୟୁଟ୍ୟୁବରୁ ଅନେକ ଲୋକ ରୋଜଗାର ମଧ୍ୟ ପାଇଛନ୍ତି। ନିଜର ଚନେଲ ତିଆରି କରି ସେଥିରେ ନିଜର ଭିଡ଼ିଓ ପୋଷ୍ଟ କରି ଅନେକ ବର୍ଷର ସଂଘର୍ଷ ପରେ ଏବେ ଲକ୍ଷେ ଲକ୍ଷେ ଟଙ୍କା ରୋଜଗାର କରୁଛନ୍ତି।

ତେବେ ସେହିପରି ଦିଲୀପ ନାମକ ଜଣେ ୟୁଟ୍ୟୁବର କିପରି ନିଜର କ୍ୟାରିଅରକୁ ୟୁଟ୍ୟୁବରେ ତିଆରି କଲେ ଏବଂ କିପରି ଏହି ୟୁଟ୍ୟୁବ କାରଣରୁ କିପରି ତାଙ୍କର ପ୍ରେମ ସମ୍ପର୍କ ସଫଳ ହେଲା ସେହି ବିଷୟରେ ମିଡିଆ ଆଗରେ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ଯେ ପୂର୍ବରୁ ତାଙ୍କ ପାଖରେ ରୋଜଗାରର କୌଣସି କ୍ଷମତା ନଥିଲା। ସେ ସବୁବେଳେ ଚିନ୍ତାରେ ରହୁଥିବା ବେଳେ ମଝିରେ “YOUNG STAR DILIP” ନାମକ ଏକ ୟୁଟ୍ୟୁବ ଚନେଲ ଖୋଲିଥିଲେ। ଏହି ଚନେଲରେ ସେ ବେଳେ ବେଳେ କିଛି ନା କିଛି ନିଜର ଭିଡ଼ିଓ ପୋଷ୍ଟ କରୁଥିଲେ। ତାଙ୍କର ଏକ ପ୍ରେମିକା ମଧ୍ୟ ଥିଲା।

ତେବେ ପ୍ରେମିକା ଜଣକ ଦିଲୀପଙ୍କୁ କହିଥିଲେ ଯେ,” ତୁମେ ଚିନ୍ତା କର ନାହିଁ , ମୁଁ ତୁମ ସହ ଅଛି। ତୁମର ଯାହା ଇଛା ହେଉଛି ସେୟା କର। ଯଦି ତୁମେ ୟୁଟ୍ୟୁବରେ ଚନେଲ କରି ଭିଡ଼ିଓ ପୋଷ୍ଟ କରୁଛ ତେବେ ସେହି ୟୁଟ୍ୟୁବରେ ହିଁ ତୁମେ ପୁରା ସମୟ ଦିଅ ଆଉ ସଫଳ ହୋଇ ଦେଖାଅ।

ଏହାପରେ ଦିଲୀପ ଫୁଲ ଟାଇମ ୟୁଟ୍ୟୁବରେ ହିଁ କାମ କଲେ। ଏହାରି ଭିତରେ କରୋନା ସମୟ ମଧ୍ୟ ଆସିଗଲା ଜାହାପରେ ତାଙ୍କର କାମ ଟିକେ ସହଜ ହୋଇଗଲା। ଲୋକମାନେ ତାଙ୍କର ଭିଡ଼ିଓକୁ ବହୁ ମାତ୍ରାରେ ଦେଖିବାକୁ ଲାଗିଲେ। ଜାହାପରେ ସେ ଭାଇରାଲ ହୋଇଥିଲେ ଏବଂ ପାଖକୁ ଟଙ୍କା ମଧ୍ୟ ଆସିବାକୁ ଲାଗିଲା।

ଯାହାପରେ ଦିଲୀପଙ୍କ ପ୍ରେମିକା ନିଜ ଘରେ ଦିଲୀପଙ୍କ କଥା କହିଥିଲେ। ତେବେ ଦିଲୀପ ୟୁଟ୍ୟୁବରୁ ଟଙ୍କା ରୋଜଗାର କରୁଛନ୍ତି ଶୁଣି ପରିବାରଲୋକ ମଧ୍ୟ ରାଜି ହୋଇଯାଇଥଲେ। ତେବେ ଦିଲୀପ ଏବେ ଶେଷକୁ କହିଛନ୍ତି ଯେ ଗୋଟେ ୟୁଟ୍ୟୁବର ହେବା ମଧ୍ୟ ସହଜ କଥା ନୁହେଁ। ବହୁତ ପରିଶ୍ରମ କରିବାକୁ ପଡିବ। ସେତେବେଳେ ସେ ଖାଲି ନାଚର ଭିଡ଼ିଓ ପୋଷ୍ଟ କରୁଥିଲେ। ଆଉ ତାପରେ ଧୀରେ ଧୀରେ ବ୍ଲଗିଙ୍ଗ କରିବା ଆରମ୍ଭ କଲେ। ଆଉ ଆଜି ସେ ଏପରି ସ୍ଥାନରେ ପହଞ୍ଚିଛନ୍ତି ଜାହାପରେ ସେ ଆଉ ତଳକୁ ଖସିବେ ନାହିଁ।

Leave a Reply

Your email address will not be published. Required fields are marked *