ଜୀବନ ପାଇଁ ସଂଗ୍ରାମ କରୁଥିବା ସଞ୍ଜୟକୁ ସାହାଯ୍ୟର ହାତ ବଢ଼ାଇବାକୁ କେନ୍ଦ୍ରାପଡାରେ ପହଞ୍ଚିଲେ ଅଭିନେତ୍ରୀ ରାଣୀ ପଣ୍ଡା । କହିଲେ ଅନୁଭବ କରିବା ଯାହା ରାଣୀ କରିବା ସେୟା ।

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଅଞ୍ଚଳର ଖବର ଦେଖିଥିବେ । ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ତ ଜାଣିଥିବେ । ସେ ସବୁବେଳେ ସୋସିଆଲ ମିଡ଼ିଆରେ ସକ୍ରିୟ ରୁହନ୍ତି । ଆପଣମାନେ ଏହି ଅଭିନେତ୍ରୀଙ୍କୁ ନେଇ ଆସୁଥିବା ଖବର ବିଷୟରେ ଅନେକ ଖବର ପାଇଥିବେ । ଏହି ଅଭିନେତ୍ରୀ ଜଣକ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି ଏବଂ ନିଜ ସାମର୍ଥ୍ୟ ଅନୁସାରେ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇଥାଆନ୍ତି ।

ସେ ଏବେ ଏକ ଖବର ପାଇ ପୁଣି ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଗରିବ ସାଧାରଣଙ୍କୁ ସାହାଯ୍ୟ କରିବାକୁ ହାତ ବଢାଇଛନ୍ତି ଆମ ପରିବାର ଆମ ସହଯୋଗ ସଂସ୍ଥା । ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ପରିବାରରେ ଘଟିଛି ଏକ ଅଘଟଣ । ସେହି ଜିଲ୍ଲାର ଏକ ସ୍ଥାନର ଜଣେ ଯୁବକଙ୍କ ଦେହ ବହୁତ ଖରାପ ଅଛି ।

ଆଉ ତାଙ୍କ ପରିବାର ସାହାଯ୍ୟ ଲୋଡିଛନ୍ତି । ସେହି ପୁଅ ହିଁ ଏକା ସେହି ବୁଢ଼ା ମାଆ ଆଉ ବାପାଙ୍କର ସାହା ଭରସା । ଆଉ ସେହି ପୁଅର ଦେହ ଠିକ୍ କରିବା ପାଇଁ ଯାହା ଟଙ୍କା ଥିଲା ସବୁ ସରିଯାଇଛି । ସେଥିପାଇଁ ସେ ସାହାଯ୍ୟ ମାଗିଛନ୍ତି।

ସେହି ଯୁବକ ଜଣଙ୍କର ଦେହ ଭଲ ନାହିଁ ସେଥିପାଇଁ ଏହି ଖବର ଅଭିନେତ୍ରୀ ରାନୀ ପଣ୍ଡା ପାଇବା ମାତ୍ରକେ ସେ ସେହି ପରିବାରକୁ ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ । ଆଉ ସେ କହିଛନ୍ତି ଯେତେଦିନ ବଞ୍ଚିଥିବେ ତାଙ୍କ ଦ୍ଵାରା ଯାହା ସମ୍ଭବ ସେ ଲୋକମାନଙ୍କୁ ସାହାଯ୍ୟ କରୁଥିବେ । ସେ ସବୁବେଳେ ଲୋକମାନଙ୍କର ଦୁଃଖରେ ପାଖରେ ଛିଡ଼ା ହେବେ । ଆଉ ତାଙ୍କ ଦ୍ଵାରା ଯାହା ସମ୍ଭବ ସେ କରିବେ । ଏହା ହେଉଛି ଅଭିନେତା ଅନୁଭବ ମହାନ୍ତିଙ୍କ ମାଟି । ଆଉ ସେଠାରେ ଅନୁଭବ ମହାନ୍ତି ନଆସି ରାନୀ ପଣ୍ଡା ଆସିଛନ୍ତି ।

ଏହି କଥାକୁ ନେଇ ପ୍ରଶ୍ନ କରିଛନ୍ତି ମିଡ଼ିଆ । ଆଉ ରାଣୀ ପଣ୍ଡା ଉତ୍ତରରେ କହିଛନ୍ତି ଯେ ଏବେ ଅଭିନେତା ଅନୁଭବ ମହାନ୍ତି ଡିପ୍ରେଶନରେ ଅଛନ୍ତି ଆଉ ତାଙ୍କର ପାରିବାରିକ ବିବାଦ ରହିଛି । ଆଉ ଏବେ ସେ ଫିଲ୍ମ୍ ସୁଟିଂ ରେ ମଧ୍ୟ ଵ୍ୟସ୍ତ ଅଛନ୍ତି ତେଣୁ ସେ ଆସି ପାରିନାହାନ୍ତି । ସେ ନ ଆସିଲେ କଣ ହେଲା ରାଣୀ ପଣ୍ଡା ଆସିଛନ୍ତି ।

ଆଉ ରାଣୀ ପଣ୍ଡା ଆସିବା ଯାହା ଅଭିନେତା ଅନୁଭବ ମହାନ୍ତି ଆସିବା ତାହା ବୋଲି ଅଭିନେତ୍ରୀ ରାଣୀ ଶେଷରେ କହିଛନ୍ତି । ଏହାସହ ସେ ଏହି ବୃଦ୍ଧ ମାଆ ଆଉ ବାପାଙ୍କ ପୁଅ ସଂଜୟଙ୍କୁ ସାହାଯ୍ୟ କରିବାକୁ ଓଡିଶାବାସୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ଏହି ସାହାଯ୍ୟକୁ ଆଗକୁ ନେଇଛନ୍ତି ସେହି ଗାଁର ସରପଞ୍ଚ ।

Leave a Reply

Your email address will not be published. Required fields are marked *