ଗୋବର ଲିପିଲା ଭଳି ନିଜ ମଳକୁ ଟ୍ରେନ ସିଟ୍ ରେ ବୋଳୁଥିଲେ ଦୁର୍ବୃତ୍ତ । ପ୍ରାୟ ୩ ମାସ ଧରି ଏପରି କାର୍ଯ୍ୟ କରୁଥିବା ପରେ ଶେଷରେ ଧରା ପଡ଼ିଲେ ।

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ତାହା ହେଉଛି ଜଣେ ଦୁର୍ବୃତ୍ତ ଟ୍ରେନ ସିଟ୍ ରେ ନିଜର ଝାଡ଼ାକୁ ଗୋବର ଲିପିବା ଭଳିଆ ଲିପି ଦିଅନ୍ତି । ଯିଏକି ଏବେ ଧରା ପଡ଼ି ଯାଇଛନ୍ତି । ରେଲୱେ ଷ୍ଟେସନରେ ନିୟୋଜିତ ଆର୍-ପି-ଏଫ୍ କର୍ମଚାରୀଙ୍କ ଉପରେ ରାଗ ରଖି ଅଜବ କାଣ୍ଡ ଘଟାଉଥିଲେ ଜଣେ ବ୍ୟକ୍ତି । ଯାତ୍ରୀମାନେ ବଗିରେ ବସିବା ପୁର୍ବରୁ ମଳ ବୋଳିବା ସହ ଟ୍ରେନର ଚାରିଆଡ଼େ ଲେଖୁଥିଲେ ଅଶ୍ଳୀଳ ଶବ୍ଦ ।

ଦିନେ କି ଦୁଇ ଦିନ ନୁହଁ ବର ୩ ମାସ ଧରି ଏପରି କରି ଆସୁଥିଲେ ବ୍ୟକ୍ତି ଜଣଙ୍କ । ଯାହାକୁ ନେଇ ରେଳ ଯାତ୍ରୀଙ୍କ ମଧ୍ୟରେ ଖେଳି ଯାଇଥିଲା ଆତଙ୍କ । ତେବେ କିଏ ଏପରି କାଣ୍ଡ ଘଟାଉଛି ସେନେଇ ଏକ ଡ୍ରାଇଭ ଆରମ୍ଭ କରିଥିଲା ଆରପିଏଫ୍ । ଶେଷରେ ଏପରି ହଇରାଣ ହରକତ କରି ଆତଙ୍କ ଖେଳାଉଥିବା ବ୍ୟକ୍ତିକୁ କାବୁ କରିବା ପାଇଁ ପାଗଳ ବେଶରେ ଖୋଜା ଖୋଜି କରୁଥିବା ଆରପିଏଫର ଏକ ଟିମ । ଶେଷରେ ଭୁବନେଶ୍ବର ଆରପିଏଫ୍ କର୍ମଚାରୀ ବ୍ୟକ୍ତି ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପ୍ରୟାଗ ଗ୍ରାମର ପୁରୁଷୋତ୍ତମ ସାହୁ ।

ବ୍ୟକ୍ତି ଜଣଙ୍କ ନିକଟରୁ ଗୋଟିଏ ପେନ ଓ କିଛି କପଡ଼ା ଜବତ କରିଛନ୍ତି । ତେବେ ପଚରାଉଚରା ବେଳେ ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ, ”ଷ୍ଟେସନରେ ଆରପିଏଫ ବାରଣ ଯୋଗୁଁ ଭିତରକୁ ପ୍ରବେଶ ନଥିଲା । ଏପରିକି ଷ୍ଟେସନ ପରିସରରେ ଅନେକ ସମୟରେ ଶୋଇବାକୁ ବାରଣ କରାଯାଉଥିଲା । ଶେଷରେ ଷ୍ଟେସନ କର୍ମଚାରୀଙ୍କ ଉପରେ ବିଶେଷ କରି ଆରପିଏଫର କର୍ମଚାରୀଙ୍କ ଉପରେ ରାଗ ରଖି ଏପରି କାଣ୍ଡ ଘଟାଇଥିବା କହିଛି ଅଭିଯୁକ୍ତ ଜଣକ । ଦୀର୍ଘ ୩ମାସ ଧରି ଆରପିଏଫର କର୍ମଚାରୀ ପୁରୀଠାରୁ କଟକ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅପରେସନ କରି ଛଦ୍ମ ବେଶରେ ବୁଲି ଶେଷରେ ସେହି ବ୍ୟକ୍ତିକୁ ଠାବ କରିବା ସହ ତାକୁ ଗିରଫ କରାଯାଇଛି ।

ସୂଚନା ମୁତାବକ ଦୀର୍ଘ ୩ମାସ ଧରି ଷ୍ଟେସନରେ ଏକ ସନ୍ଦେହଜନକ ଘଟଣା ଦେଖିବାକୁ ମିଳୁଥିଲା । ଟ୍ରେନର ବିଭିନ୍ନ ବଗି ଓ ସିଟରେ ମଳ ଲାଗିଥିବାର ଦେଖିବାକୁ ମିଳୁଥିଲା। ଏପରିକି ବଗିରେ ବିଭିନ୍ନ ସ୍ଥାନରେ ଅନେକ ଅଶ୍ଳିଳ ଭାଷା ଲେଖା ଯାଉଥିବାର ଦେଖିବାକୁ ମିଳିଥିଲା । ଏହାଦ୍ବାରା ଟ୍ରେନରେ ରେଳ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଥିଲା । ଏନେଇ ରେଳ ବିଭାଗକୁ ଅଭିଯୋଗ ଆସିଥିଲା । ଏହାଦ୍ବାରା ଅନେକ ସମୟରେ ଟ୍ରେନ ମଧ୍ୟ ବିଳମ୍ବ ହେଉଥିଲା । ଏନେଇ ଆରପିଏଫ ପକ୍ଷରୁ ଏକ ତଦନ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *