ଅଧୁରା ପ୍ରେମର ଗୀତ,ଗୀତ ନେଲା ୨୦୦ ଜୀଵନ।

ଆଜିର ଦୁନିଆରେ କେହି ପ୍ରେମ କରୁ ନାହାଁନ୍ତି ବୋଲି କହିହେବ ନାହିଁ, କାରଣ ୧୦୦ ଭାଗରୁ ୯୯ ଭାଗ ଲୋକ ମାନେ ପ୍ରେମ କରୁଛନ୍ତି କିଏ ପ୍ରେମରେ ସଫଳ ହୁଅନ୍ତି ଆଉ କିଏ ପ୍ରେମରେ ସଫଳ ହୁଅନ୍ତି ନାହିଁ। କୁହାଯାଏ, ଯାହାକୁ ଥରେ ପ୍ରେମ ନିଶା ଚଢ଼ିଯାଏ ତାହା ସହଜରେ ଛାଡ଼େ ନାହିଁ । ଏକ ଅଧୁରା ପ୍ରେମର ରହସ୍ୟମୟ ଗୀତ, ଯିଏ ଶୁଣିଲା ଆତ୍ମହତ୍ୟା କରିଲା। ଏହା ଶୁଣି ଅଜବ ଲାଗୁଥିଲେ ବି ଏହା ପୂରା ସତ ଅଟେ, ୟୁରୋପର ହଙ୍ଗେରୀରେ ଘଟୁଥିଲା ଏପରି ଘଟଣା। ୧୯୩୩ ମସିହାର ଘଟଣା, ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ସରି ଆସୁଥାଏ ପୁଣି ମୁଣ୍ଡ ଟେକୁଥାଏ ଆଉ ଏକ ବିଶ୍ୱଯୁଦ୍ଧ।

ଏହି ସମୟରେ ଲୋକଙ୍କ ଜୀବନଶୈଳୀ ଓ ଆର୍ଥିକ ମେରୁଦଣ୍ଡ ବିପର୍ଯ୍ୟସ୍ତ ହୋଇ ପଡିଥାଏ, ଏହି ଘଟଣା ସେହି ସମୟର।ଏହି କାହାଣୀ ଦୁନିଆର ଏକ ପ୍ରସିଦ୍ଧ ଗୀତର, ଏହି ଗୀତର ପ୍ରସ୍ତୁତି ଯେତିକି ରୋଚକ ଏହା ପରର କାହାଣୀ ସେତିକି ଭୟଙ୍କର। ହଙ୍ଗେରୀର ଏକ ଗୀତିକାର ହେସ୍ସୋସେରେସ୍ ସେଠାରେ ଏକ ରେଣ୍ଟୋରାଣ୍ଡରେ ପିଆନୋ ବାଦକ ଭାବେ କାମ କରୁଥିଲେ, ସେଠାରେ ଜଣେ ମହିଳା ୱେଟରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା, ହେଲେ ପ୍ରେମିକା ଚାହୁଁଥିଲେ ରିସ୍ସୋ ଏହି କାମକୁ ଛାଡି ଆଉ କିଛି କାମ କରନ୍ତୁ ଯାହା ଦ୍ୱାରା ସେମାନଙ୍କର ବିବାହ ପରର ଜୀବନ ବହୁତ ଭଲରେ ବିତି ପାରିବ।

ହେଲେ ପିଆନୋକୁ ଛାଡିବାକୁ ରାଜି ନଥିଲେ ରିସ୍ସୋ, ଏହି ଘଟଣାକୁ ନେଇ ପ୍ରେମିକା ତାଙ୍କ ଠାରୁ ସମ୍ପର୍କ ତୁଟାଇ ଥିଲେ, ଆଉ ଏହି ଘଟଣାକୁ ନେଇ ରିସ୍ସୋ ଭାଙ୍ଗି ପଡିଥିଲେ।ଦିନେ ରବିବାର ଏକ ବନ୍ଦ ଘରେ ବସି କାଗଜ କଲମ ଧରି ନିଜ ମନର ସବୁ ଯନ୍ତ୍ରଣାକୁ ଉତ୍ତାରି ଦେଇଥିଲେ। ଏହିଥିରୁ ସୃଷ୍ଟି ହେଲା ଏକ ଅଧୁରା ପ୍ରେମ କାହାଣୀର ଗୀତ, ଯାହାର ନାମ ଦେଲେ ଗ୍ଲୁମି ସନ୍ଡେ। ଲିରିକ୍ସ ତ ପ୍ରସ୍ତୁତ ହୋଇଗଲା ଆଉ ଏହାକୁ ଗୀତରେ ସଜାଇବାକୁ ନିର୍ଦ୍ଦେଶକ ଖୋଜିଲେ, ଆଉ ପାଇଲେ ମଧ୍ୟ, ସେତେବେଳର ନାମକରା ମ୍ୟୁଜିକ୍ କମ୍ପୋଜର୍ ଲାସ୍ନର୍ ଏହାକୁ ଗୀତରେ ସଜାଇଲେ।

ଏହାପରେ ଲୋକଲୋଚନକୁ ଆଣିବାକୁ ପବ୍ଲିସର୍ ଙ୍କ ଖୋଜା ଚାଲିଲା, ଏହି ଗୀତକୁ ଅନେକ ପବ୍ଲିସର୍ ନାପସନ୍ଦ କରିଥିଲେ, ଆଉ ଯେଉଁ ପବ୍ଲିସର୍ ଶୁଣିଲେ ପର ମୁହୂର୍ତ୍ତରେ ଆତ୍ମହତ୍ୟା କରିଲେ। ହାରିଯାଇଥିବା ପ୍ରେମର ଦୟନୀୟ କାହାଣୀକୁ ବଖାଣୁଥିବା ଏହି ଗୀତ ତିନି ବର୍ଷ ଭିତରେ ପାଖାପାଖି ୨୦୦ ଲୋକଙ୍କର ଜୀବନ ନେଲା। ଟାଇମ୍ସ ମାଗାଜିନ୍ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ ସେତେବେଳେ ଯେଉଁମାନେ ମୃତ୍ୟୁବରଣ କରୁଥିଲେ ସେମାନଙ୍କ ରୁମ୍ ରେ ଏହି ଗୀତର କିଛି ଲେଖା ପାଉଥିଲେ ଆଉ ନଚେତ୍ ସେମାନଙ୍କ ଗ୍ରାମୋ ଫୋନ୍ ରେ ଏହାର ରେକର୍ଡ ମିଳୁଥିବା।

Leave a Reply

Your email address will not be published. Required fields are marked *