ସନ୍ନି ଲିଓନି ପରି ହେବାକୁ ଇଚ୍ଛା ରଖିଛନ୍ତି ଓଡ଼ିଶାର ପ୍ରସିଦ୍ଧ ବୋଲ୍ଡ ମଡେଲ ନିଶା ମହାରଣା, ସୋସିଆଲ ମିଡିଆରେ ଦେଲେ ନିଜର ପ୍ରତିକ୍ରିୟା।:-

ନିଶା ମହାରଣାଙ୍କୁ ଓଡ଼ିଶାର ଅନେକ ଲୋକ ନିଶ୍ଚୟ ଜାଣିଥିବେ। ଯିଏ ନିଜ ବୋଲ୍ଡ ମଡେଲିଙ୍ଗ ମାଧ୍ୟମରେ ଅନେକ ଲୋକଙ୍କୁ ବାୟା କରିଦିଅନ୍ତି। ତେବେ ଏହି ମଡେଲ ଜଣକ ମିଡିଆ ମାଧ୍ୟମରେ ନିଜ ଜୀବନର ଲକ୍ଷ୍ୟକୁ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ସେ ସନ୍ନି ଲିଓନିଙ୍କ ପରି ହେବାକୁ ଚାହୁଁଛନ୍ତି। ଓଡ଼ିଶାରେ ସେ ହେବେ ଦ୍ଵିତୀୟ ସନ୍ନି ଲିଓନି।ଏହି ମଡେଲ ଜଣକଙ୍କ ଘର ହେଉଛି କେନ୍ଦ୍ରାପଡ଼ା। ପିଲା ବେଳୁ ହିଁ ସେ ସନ୍ନି ଲିଓନିଙ୍କ ପରି ହେବାକୁ ଇଚ୍ଛା ରଖିଥିଲେ।

ଯେତେବେଳେ କେନ୍ଦ୍ରାପଡାରୁ ସେ ଭୁବନେଶ୍ୱର ଆସିଲେ ସେତବେଳେ ସେ ପାଠ ପଢିବେ ବୋଲି କହି ଘରୁ ବାହାରିଥିଲେ। କିନ୍ତୁ ଏଠାକୁ ଆସିବା ପରେ ସେ ବୋଲ୍ଡ ମଡେଲିଙ୍ଗ କରିବା ଆରମ୍ଭ କଲେ।

ଯେତେବେଳେ ଘର ଲୋକ ଜାଣିଲେ ଯେ ଝିଅ ମଡେଲିଙ୍ଗ କରୁଛି ସେତବେଳେ ଏପରି କରିବାକୁ ବିରୋଧ କରିଥିଲେ।କିନ୍ତୁ ପରେ ଝିଅର ଇଚ୍ଛାକୁ ଦେଖି ତାକୁ ସପୋର୍ଟ କରିଥିଲେ। ନିଶା କହିଛନ୍ତି ଯେ ତାଙ୍କ ଘର ଲୋକ ତାଙ୍କୁ ବହୁତ ସପୋର୍ଟ କରନ୍ତି।

ଏପରି ବୋଲ୍ଡ ମଡେଲିଙ୍ଗ କରିବାରେ ଘର ଲୋକଙ୍କର କାହାରି ବି କିଛି ଅସୁବିଧା ନାହିଁ। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ,” ଯିଏ ଯାହା ଭାବୁ ମୋର କିଛି ଅସୁବିଧା ନାହିଁ। ମତେ ପ୍ରସିଦ୍ଧ ହେବାକୁ ହେଲେ ଦେହର ଅଙ୍ଗ ଦେଖାଇବାକୁ ହିଁ ପଡିବ।

ମୁଁ ଓଡିଶା ଦ୍ଵିତୀୟ ସନ୍ନି ଲିଓନି ନିଶ୍ଚିତ ହେବି। ସନ୍ନି ଲିଓନିଙ୍କୁ ଲୋକ ଖରାପ ନଜ୍ଜରରେ ଅର୍ଥାତ ପର୍ଣ୍ଣ ଷ୍ଟାର ରୂପରେ ଦେଖିଲେ ମଧ୍ୟ କିଛି ଅସୁବିଧା ନାହିଁ। ମୁଁ ବି ପର୍ଣ୍ଣ ଷ୍ଟାର ହେବି। ଲୋକମାନେ ବି ଜାଣନ୍ତୁ ଯେ ଓଡ଼ିଶାରେ ଏପରି ଗୋଟେ ଝିଅ ଅଛି ଯିଏ ଦୁନିଆ ହଲେଇ ଦେଉଛି। ଆଉ ମୋରି ପାଇଁ ହିଁ ଗୋଟେ ଦିନ ଓଡିଶା ଚର୍ଚ୍ଚାରେ ଆସିବ। ଯେ ପର୍ଯ୍ୟନ୍ତ ମାତେ ଦ୍ଵିତୀୟ ସନ୍ନି ଲିଓନି କହି ଲୋକ ସମ୍ବୋନ୍ଧିତ ନକରିଛନ୍ତି ସେ ପର୍ଯ୍ୟନ୍ତ ମୁଁ ହାର ମିନିବି ନାହିଁ।”

Leave a Reply

Your email address will not be published. Required fields are marked *