ମଦ ନିଶା ଘଂଟାଏ,ହେଲେ ଝିଅ ନିଶା ବର୍ଷ ବର୍ଷ, କହିଲେ ଗଜପତି।

ବର୍ତମାନ ସମୟରେ ପୁଅ ଓ ଝିଅ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠୁଛି ଯାହାଦ୍ଵାରା ସେମାନେ ଘରେ ଜଣାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି ଏବଂ ପୁଅ ବିଷୟରେ କିଛି ନଜାଣି ତାକୁ ଭଲପାଇ ତା ସହ ନିଜ ସଂପର୍କ ରଖୁଛି ଏବଂ ତ ସହ ପରିବାରର ବିନା ସମର୍ଥନ ରେ ବାହା ମଧ୍ୟ ହେଉଛି।ସେଥିପାଇଁ ଏବେ ଝିଅ ର ବାପା ପାଇଁ ସବୁଠାରୁ ବଡ଼ ଚିନ୍ତା କି ମୋ ଝିଅ କାହାକୁ ଭଳପାଉଛି କି ? ଯଦି ଭଲ ପାଉଛି ସେ ପିଲା କଣ କରୁଛି ? ସେ ପିଲାର କିଛି ବଡ଼ ଅଭ୍ୟାସ ଅଛି କି ନାହିଁ ? ତାର ପରିବାର ଲୋକ କେମିତି ଏହିଭଳି ଅନେକ କଥା ବୁଝିବାକୁ ପଡୁଛି।

ଏହା ଜଣେ ଝିଅ ର ବାପା ହିସାବରେ ବୁଝିବା ଠିକ୍ କିନ୍ତୁ ଏବେ ପିଲାମାନେ ତାହା ବୁଝିପାରୁ ନାହାଁନ୍ତି ଯାହାଦ୍ଵାରା ପ୍ରେମରେ ଅନ୍ଧ ହୋଇ ଭଲ ପାଉଥିବା ପିଲା ସହ ଘରୁ ଲୁଚି ପଲାଉଛନ୍ତି ଏବଂ ପର ମୁହୂର୍ତ୍ତରେ ସବୁ ଭୁଲ ବୁଝିପାରି ପୁଣି ଘର ଆଡ଼କୁ ଫେରିଆସିଛନ୍ତି।କିନ୍ତୁ ସମସ୍ତେ ଜାଣି ରଖିବା ଉଚିତ୍ ସମସ୍ତ ମଦୁଆ ଖରାପ ନୁହନ୍ତି,କାରଣ କିଆ ନିଜ ଦୁଃଖ ଭୁଲିବା ପାଇଁ ମଦ ପିଇ ଥାଇ ଆଉ କିଆ ଖୁସି ରେ ମଦ ପିଇ ଥାଇ କିନ୍ତୁ ନାଇଟି ଦିନ ପିଇଲେ ତାହା ମଦୁଆ ରୂପେ ଗଣିତ ହୋଇଥାଏ ଯାହାକୁସମସ୍ତେ ଘୃଣା କରିଥାନ୍ତି।ଯାହାର କଥା କେହି ଶୁଣନ୍ତି ନାହିଁ,ଏବଂ ସେ ସବୁଠାରେ ଅପମାନ ର ପାତ୍ର ହୋଇଥାଏ ।

କହିବାକୁ ଗଲେ ଯେଉଁ ମାନେ ନିଜ ଘର ଚଳାଇବା ପାଇଁ ଧାନ ଅଭାବରେ ଏବଂ ବହୁ କଷ୍ଟ କରି ତାଙ୍କ ରୋଜଗାର କରନ୍ତି ଯେପରି ରିକ୍ସା ଚଳାଇ ଏବଂ କୌଣସି ଜିନିଷ କୁ ଟେକି ନେବା ଆଣିବା କରିବା ଲୋକ ମାନେ ଥକ ମେଣ୍ଟାଇବା ପାଇଁ ମାଡ଼ ପିଇଥାନ୍ତି କିନ୍ତୁ ଯେଉଁମାନେ କିଛି କାରଣ ନଥାଇ ମଧ୍ୟ ପିଇଥାନ୍ତି ସେମାନେ ବାଲିଆ ମଦୁଆ ସେମାନଙ୍କ କଥା ଶୁଣିବା କଥା ନୁହେଁ କି ସେହି ଭଳି ମଦୁଆ ଯିଏ ଦିନ ରାତି ମାଡ଼ ପିଉଥାଏ ସେମାନଙ୍କୁ ଝିଅ କଣ ସେମାନଙ୍କ ସହ ସମ୍ପର୍କ ମଧ୍ୟ ରଖିବା ଉଚିତ୍ ନୁହେଁ କାରଣ ସେମାନଙ୍କ ପାଇଁ ଆପଣ କେଉଁ ସମୟରେ ମଧ୍ୟ ବିପଦ ଏବଂ ଲଜ୍ୟା ର ସମ୍ମୁଖୀନ ହୋଇପାରନ୍ତି।

ଦେଖିବାକୁ ଗଲେ ଅନେକ ସ୍ଥାନରେ ନିଶା ନିବାରଣ କେନ୍ଦ୍ର ରହିଛି ଏବଂ ସେଠାକୁ ଅନେକ ଲୋକ ଯାଇ ସୁସ୍ଥ ହେଉଛନ୍ତି ଏବଂ ଅନେକ ଲୋକ ଏହାକୁ ମିଛ କହି ସେଠାକୁ ଯିବାକୁ ଇଚ୍ଛା ମଧ୍ୟ କରୁନାହାଁନ୍ତି।ସରକାର ଙ୍କୁ ମଦ ଉଚ୍ଛେଦ ପାଇଁ ଅନେକ ମହିଳା ସଂଗଠନ ଏବଂ ସଂସ୍ଥା ଅନେକ ପ୍ରୟାସ କରିଛି କିନ୍ତୁ ସେଥିରେ ସେମାନେ ସଫଳ ହୋଇପାରୁ ନାହାଁନ୍ତି କାରଣ ଦେଶରେ ଅଧାରୁ ଅଧିକ ଟିକସ ମାଡ଼ ବ୍ୟବସାୟରୁ ଆସୁଛି ସେଥିପାଇଁ ଏହାକୁ ସରକାର ଚାହିଁଲେ ବି ବନ୍ଦ କରିବା ବହୁତ କଷ୍ଟକର।

Leave a Reply

Your email address will not be published. Required fields are marked *