ବର୍ଷାଙ୍କୁ ଆଉ ଗ୍ରହଣ କଲେ ନାହିଁ ଟୁଙ୍ଗୁରୁ, ଶେଷକୁ ପିଲା ଛୁଆଙ୍କ କଥା ମନେ ପକାଇ ପ୍ରଥମ ସ୍ୱାମୀର ଘରକୁ ଫେରି ଆସିଲେ ବର୍ଷା

ଭାଙ୍ଗିଗଲା ଟୁଙ୍ଗୁରୁ ପ୍ରେମ। ଛାଡ଼ିଗଲା ଭଲ ପାଇବାର ନିଶା। ଭୁଲ ବୁଝି ନିଜ ପ୍ରଥମ ସ୍ୱାମୀ ପାଖକୁ ଫେରି ଆସିଲେ ବର୍ଷା। କିନ୍ତୁ ଏବେ ପ୍ରଥମ ସ୍ୱାମୀ ମଧ୍ୟ କରୁନାହିଁ ଗ୍ରହଣ। ଏବେ ଘର ଆଗରେ ଅନୁତାପ କରି ବସିରହିଛନ୍ତି ମହିଳା।

ଘର ବାହାରେ ବସିଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ବର୍ଷା ବୁଝିସାରିଛନ୍ତି ଯେ ସବୁକିଛି ଅଟେ କ୍ଷଣିକ ସୁଖ। କେବଳ ଶଙ୍ଖାସିନ୍ଦୁର ହିଁ ଅଟେ ପ୍ରକୃତ ସତ। ଏବେ ଭାଇରାଲ ହେବାର ଛାଡ଼ିଗଲା ନିଶା। ଆଉ ବଡ ବଡ କଥା କହି ନିଜ ଚେହେରାକୁ ଲୋକଙ୍କ ଆଗରେ ଦେଖାଇବାକୁ ଚାହୁଁ ନାହାନ୍ତି ବର୍ଷା।

ତେବେ ବର୍ଷାଙ୍କର ଏହି ଭିଡ଼ିଓ ଭାଇରାଲ ହେବା ପରେ ଅନେକ ଲୋକ ସୋସିଆଲମିଡ଼ିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯାହା ହୋଇଛି ଠିକ ହୋଇଛି। ଏପରି ଲୋକଙ୍କୁ ଏହିପରି ଶାସ୍ତି ମିଳିବା ଉଚିତ। ଚରିତ୍ର ହୀନତାର ସୀମା ପାର୍ କରିଛନ୍ତି ଏହି ମହିଳା।

ଏହାସହ ଆଉ କିଛି ଲୋକ କହିଛନ୍ତି ଯେ ଯଦି ବର୍ଷା ନିଜ ଭୁଲ ବୁଝି ପ୍ରଥମ ସ୍ୱାମୀ ପାଖକୁ ଫେରି ଆସିଛନ୍ତି ତେବେ ଅତୀତ କଥାକୁ ସବୁ ଭୁଲି ଯାଇ ବର୍ଷାଙ୍କୁ ଗ୍ରହଣ କରିନେବା ଉଚିତ। ତେବେ ଦେଖିବାକୁ ଏବେ ବାକି ରହିଲା ଯେ ପ୍ରଥମ ସ୍ୱାମୀ କଣ ପ୍ରକୃତରେ ବର୍ଷାଙ୍କୁ ଗ୍ରହଣ କରିବେ ନା ବର୍ଷା ସେହିପରି ଜୀବନ ଯାକ ଅନୁତାପ କରି କରି ବଂଚିବେ।

Leave a Reply

Your email address will not be published. Required fields are marked *