ରାସ୍ତାରେ ସାଇକେଲ ଚଲାଇ ଯାଉଥିବା ସମୟରେ ହଠାତ ରାଗିଗଲେ ସିଦ୍ଧାନ୍ତ ମହାପାତ୍ର, ସୋସିଆଲ ମିଡିଆରେ ଭିଡ଼ିଓ ହେଲା ଭାଇରାଲ।:-

ଓଲିଉଡ ସୁପରଷ୍ଟାର ଏବଂ ଲୋକଙ୍କର ସବୁଠାରୁ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ କିଏ ବା ନଜାଣେ। ସାରା ଓଡ଼ିଶାର ଲୋକ ସିଦ୍ଧାନ୍ତ ମହାପାତ୍ରଙ୍କୁ ଜାଣିଛନ୍ତି। ସେ ନିଜ ଅଭିନୟ ମାଧ୍ୟମରେ ଲୋକଙ୍କ ମନକୁ ଏପରି ଜିତିଛନ୍ତି ଯେ ନୂଆ ନୂଆ ଅଭିନେତା ମାନେ ମଧ୍ୟ ତାଙ୍କୁ ମୁଣ୍ଡିଆ ମାରନ୍ତି। ସିଦ୍ଧାନ୍ତ ମହାପାତ୍ର ଜଣେ ଶାନ୍ତ ସ୍ଵଭାବ ଲୋକ ଭାବେ ମଧ୍ୟ ଜଣାଶୁଣା।

କିନ୍ତୁ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗୁଛି। ଯେଉଁଥିରେ ସିଦ୍ଧାନ୍ତ ଜଣେ ବ୍ୟକ୍ତିଙ୍କୁ ରାଗୁଛନ୍ତି ଏବଂ ବିରକ୍ତ ହୋଇ ଯୁକ୍ତି କରିବାରେ ଲାଗିପଡିଛନ୍ତି।

ତେବେ ଘଟଣାଟି କିଛି ଏପରି ହୋଇଥିଲା ଯେ ରାସ୍ତାରେ ପ୍ରବଳ ଟ୍ରାଫିକ ହୋଇଥିବା ବେଳେ ଜରୁରୀକାଳୀନ ଗାଡି ଯିବା ପାଇଁ ବାମପଟ କିଛି ସ୍ଥାନ ଛଡା ହୋଇଥାଏ। କିନ୍ତୁ ସେତେବେଳେ ରାସ୍ତାରେ ଏତେ ଟ୍ରାଫିକ ହୋଇଥିଲା ଯେ କୌଣସି ଗୋଟେ ଗାଡି ଆଗକୁ ଯିବାକୁ ଜେଗା ନଥିଲା।

ସେଥିପାଇଁ ଜଣେ ବ୍ୟକ୍ତି ରାସ୍ତା ପାଖ ଡ୍ରେନ ସ୍ଲାବ ଉପରେ ଗାଡି ଚଢାଇ ଯାଉଥିଲେ। ଠିକ ଏତିକି ବେଳେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ପହଁଞ୍ଚି ଗାଡିକୁ ଅଟକାଇ ବ୍ୟକ୍ତିଟିକୁ ବୁଝାଇବା ସହ ଏପରି କରିବାକୁ ମନା କରିଥିଲେ। କିନ୍ତୁ ଵ୍ୟକ୍ତିଟି ନବୁଝିବା କାରଣରୁ ତାସହ ଯୁକ୍ତି ମଧ୍ୟ କରିଥିଲେ ସିଦ୍ଧାନ୍ତ।

ତେବେ ସବୁବେଳେ ଶାନ୍ତ ରହୁଥିବା ସିଦ୍ଧାନ୍ତଙ୍କୁ ଏପରି ରାଗୁଥିବାର ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଟ୍ରାଫିକର ଜଣେ ବ୍ୟକ୍ତି ଏହି ସମୟର ଘଟଣାକୁ ରେକର୍ଡ କରି ସୋସିଆଲମିଡ଼ିଆରେ ପୋଷ୍ଟ କରିଛି। ଯାହା ଏବେ ବହୁତ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *