ଡିଭୋର୍ସ ପରେ ଅନୁଭବ ମୋର । ଏପରି କିଛି ପୁଣି ସାକ୍ଷାତକାର ରେ କହିଲେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ।

ଦର୍ଶକବନ୍ଧୁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ରାନୀ ପଣ୍ଡା ନିକଟରେ ଏକ ସାକ୍ଷାତକାରରେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଆଉ ତାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ରାଣୀ ପଣ୍ଡା ଦେଇଥିବା କିଛି ମନ୍ତବ୍ୟ ଯାହାକୁ ନେଇ ଏବେଠୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା କୁହାଯାଇଛି । ତେବେ କିଛି ଦିନ ପୂର୍ବରୁ କେନ୍ଦ୍ରାପଡ଼ା ସାଂସଦ ତଥା ଓଡ଼ିଆ ଫ୍ଲିମ ଇଣ୍ଡଷ୍ଟ୍ରିର ଜଣେ ଆଗ ଧାଡ଼ିର ଅଭିନେତା ଅନୁଭବ ମହାନ୍ତିଙ୍କୁ ବିବାହ କରିବେ ବୋଲି କହି ଚର୍ଚ୍ଚାରେ ରହିଥିବା ଯାତ୍ରା ଜଗତ ତଥା ଓଡ଼ିଆ ଆଲବମ ଓ ବିଭିନ୍ନ ସିରିଏଲରେ କାମ କରିଥିବା ରାଣୀ ପଣ୍ଡା ବେଶ ଚର୍ଚ୍ଚାରେ ଅଛନ୍ତି ।

ତେବେ ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହର ବିଛେଦ ବା ଅନୁଭବ ମହାନ୍ତି ବର୍ଷାଙ୍କ ଡିଭର୍ସ ହେଲେ ରାଣୀ ପଣ୍ଡା ଅନୁଭବ ବିବାହ କରିବେ ବୋଲି କହିଛନ୍ତି । ଯେବେ ପର୍ଯ୍ୟନ୍ତ ଡିଭୋର୍ସ ହୋଇନି ସେପର୍ଯ୍ୟନ୍ତ ପର ଘଇତା ଉପରେ ନଜର ପକାଇବେନି । ଆଉ ଡିଭୋର୍ସ ପରେ ଅନୁଭବ ମୋର ବୋଲି ରାଣୀ ମିଡ଼ିଆ ସାମ୍ନାରେ କହିଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯଦି ଅନୁଭବ ମୋତେ ବାହା ହେଲେ ବାଲି ଯାତ୍ରା ପଡ଼ିଆରେ ତିନିଦିନ ପାଇଁ ଅନ୍ନଛତ୍ର ଦେବି । ଆଉ ଷ୍ଟାଟରରେ ରସଗୋଲା,କଦଳୀ, ଓ ଝିଲାପି ଦେବେ ବୋଲି କହିଛନ୍ତି।

ରାଣୀ ପଣ୍ଡା କହିଛନ୍ତି ତାଙ୍କୁ ଗୋଲ୍ଡ ବହୁତ ପସନ୍ଦ । ଜଦି ଅନୁଭବ ତାଙ୍କୁ ବାହା ହୁଅନ୍ତି ତାହେଲେ ସେ ତାଙ୍କୁ ଗୋଟିଏ ସୁନା ଚପଲ୍ ଦେବେ ବୋଲି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଜଦି ସେ ତାଙ୍କୁ ବାହା ହୁଅନ୍ତି ସେ ଗୋଟେ ଭଲ ବହୁ ଆଉ ଗୋଟେ ଭଲ ସ୍ତ୍ରୀ ହେବେ ବୋଲି କହିଛନ୍ତି । ରାଣୀ ପଣ୍ଡା କହିଛନ୍ତି ସେ କୁହନ୍ତି ନି କାମରେ କରି ଦେଖାନ୍ତି । ରାନୀ କହିଛନ୍ତି ସେ ତାଙ୍କୁ ଲାଇକ କରନ୍ତି, ରେଷ୍ପେକ୍ କରନ୍ତି । ଆଉ ତାଙ୍କ ଜନ୍ମ ଦିନରେ ତାଙ୍କୁ ୱିଶ ମଧ୍ୟ କରିଥିଲେ ।

ସେ କହିଛନ୍ତି ଯେ ଅନୁଭବ ଜଣେ ଫିଲ୍ମ ଲାଇନର ଆଗ ଧାଡ଼ିର ହ୍ୟାଣ୍ଡସମ୍ ନାୟକ ପୁଣି ସାଂସଦ ତେଣୁ ତାଙ୍କ ମନ ଆସିଗଲା ତାଙ୍କ ପ୍ରତି । ସେ କହିଛନ୍ତି ରାଣୀ ପଣ୍ଡା ଯାହା କୁହେ ,ତାହା ଖୋଲା ଖୋଲି କୁହେ ସେ କାହାକୁ ଡରେନି । ସେ ବର୍ଷାଙ୍କୁ ଅନୁଭବଙ୍କ ପରିସ୍ଥିତି ପାଇଁ ଦାୟୀ ବୋଲି କହିଛନ୍ତି । ସେ କହିଛନ୍ତି ବର୍ଷା ଅନୁଭବଙ୍କୁ ଭଲ ପାଆନ୍ତି ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି କି ସେ ଯାହା ବିଷୟରେ ଜାଣିନାହାନ୍ତି ସେ ବିଷୟରେ କିଛି କୁହନ୍ତି ନାହିଁ ସବୁ ଜାଣିଲା ପରେ ଯାଇକି ଯାହା କୁହନ୍ତି । ସେ କହିଛନ୍ତି ଯଦି ବର୍ଷାଙ୍କ ଗୋମୋର ଖୋଲାଯାଏ ତାହେଲେ ଓଡ଼ିଶାରେ ଚହଳ ପଡିଯିବ । ତେବେ ତାଙ୍କର ଏହିପରି ବୟାନ ପରେ ସେ ବହୁତ ଚର୍ଚ୍ଚାରେ ଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *