ଏଥର ଖଣ୍ଡଗିରି ରେ ପ୍ରଦର୍ଶନ ହେବ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ଜୀବନ ଉପରେ ଆଧାରିତ ଏକ ନାଟକ।

ଦର୍ଶକବନ୍ଧୁ ଆପଣମାନେ ତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ବହୁଳ ଭାବରେ ଜାଣିଥିବେ।ସେ ତାଙ୍କର ମନ୍ତବ୍ୟ ଏବଂ ବିଭିନ୍ନ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ଏହି ଖବରଟି ଆପଣ ମାନେ ଜାଣିଥିବେ ନିଶ୍ଚୟ ଯେଉଁଠି ରାଣୀ ପଣ୍ଡାଙ୍କୁ କିଛି କଥା ପାଇଁ ଖଣ୍ଡଗିରିରେ ଯାତ୍ରା କରିବା ପାଇଁ ବାରଣ କରାଯାଇଥିଲା।ତେବେ କିନ୍ତୁ ଏବେ ସେହି ବାରଣ ହଟିଯାଇଛି।କାରଣ ରାଣୀ ପଣ୍ଡା ଙ୍କ ଜୀବନ ଉପରେ ଆଧାରିତ ଏକ ନାଟକ ଏହି ବର୍ଷ ସେଠି ପ୍ରଦର୍ଶିତ ହେବା ପାଇଁ ଯାଉଛି।

ତେବେ ଏହି କଥା ଉପରେ ନିଜର ମତ ରଖିଛନ୍ତି ରାଣୀ ପଣ୍ଡା ନିଜେ।ଆସନ୍ତୁ ପାଠକ ବନ୍ଧୁ ଜାଣିବା ଏହି ଖବର ବିଷୟରେ।ରାଣୀ ପଣ୍ଡାଙ୍କୁ ଯେତେବେଳେ ଏହି ବିଷୟ ରେ ପଚରା ଯାଇଥିଲା ସେ କହିଥିଲେ କି ସେ ବହୁତ ଖୁସି ଅଛନ୍ତି ଯେ ତାଙ୍କୁ ପ୍ରଶାସନ ଏହି ନାଟକକୁ ଖଣ୍ଡଗିରିରେ ପ୍ରଦର୍ଶନ କରିବା ପାଇଁ ଅନୁମତି ଦେଇଛି ବୋଲି।ତାଙ୍କ ନାଟକ ଟିର ନାମ ହେଉଛି “ଘୋଡ଼ା ହାତୀ ଗଣ୍ଡା ଗଣ୍ଡା,ଏକା ଲଢ଼ିବ ରାଣୀ ପଣ୍ଡା।”।

ତେବେ ଏଥର ଖଣ୍ଡଗିରି ଚମକିବ ତାଙ୍କ ନାଟକ ରେ ବୋଲି ସେ କହିଛନ୍ତି।ସେ ଚମକିବେ ଏବଂ ତାଙ୍କର ପ୍ରିୟ ଅନୁଭବ ମହାନ୍ତି ମଧ୍ୟ ଚମକିବେ ବୋଲି କହିଛନ୍ତି ସେ।ସେ ଅନୁଭବଙ୍କୁ ଏହି ନାଟକକୁ ଦେଖିବା ପାଇଁ ଡାକିବେ ନା ନାହିଁ ବୋଲି ପଚାରିବାରୁ ସେ କହିଲେ ମନା କରିଲେ ,କାରଣ ସେ ହେଉଛନ୍ତି ଜଣେ ସାଂସଦ ତାଙ୍କର ରେପୁଟେସନ ରହିଛି।କିନ୍ତୁ ସେ ଚାହାନ୍ତି ଯେ ଏହି ବର୍ଷ ସେ ଏବଂ ଅନୁଭବ ତାଙ୍କର ପ୍ରିୟ ସଲମାନ ଖାନ୍ ଙ୍କ ସହ ବିଗ ବସ୍ ରେ କାମ କରନ୍ତୁ ବୋଲି।

ଆଉ ସେ ଏହା ମଧ୍ୟ କହିଲେ କି ଅନୁଭବ ତାଙ୍କ ସହ ଦୁଇପଦ କଥା ହେଲେ ଜାଣିନେବେ କି ସେ କେମିତି ମଣିଷ,ଏଥିପାଇଁ ତାଙ୍କୁ ରାଣୀଙ୍କ ନାଟକ ଦେଖିବା ପାଇଁ ପଡ଼ିବନାହିଁ।ଆଉ ଏହି ନାଟକ ଦେଖିଲେ ଓଡ଼ିଶା ବାସୀଙ୍କ ଆଖିରେ ଲୁହ ନିଶ୍ଚୟ ଆସିବ ବୋଲି ସେ କହିଛନ୍ତି।ଆଉ ତାଙ୍କ ନାଟକରେ ଆଠଗଡ଼ର ଘଟଣାଟି ଆସିବା ନା ନାହିଁ ବୋଲି ପଚାରିବାରୁ ସେ ମନା କରିଲେ ଏବଂ କହିଲେ କି ଏହି ଘଟଣା ଟି ପରବର୍ତ୍ତୀ ନାଟକ ଆସିଲେ ଦେଖାଯିବ।

Leave a Reply

Your email address will not be published. Required fields are marked *