ରାଜା ଓ ରାଣୀଙ୍କ ମିଳନ ହେବ । ଅନୁଭବଙ୍କୁ ଯିଏ ବାହାହେବ ସେ ରାଣୀ ଭଳି ରହିବ । ଏଭଳି କିଛି ମନ୍ତବ୍ୟ ଦେଲେ ରାକେଶ ।

ତେବେ ବନ୍ଧୁଗଣ ନିକଟରେ ଏକ ସାକ୍ଷାତକାରରେ ରାକେଶ ଅନୁଭବ ଏବଂ ରାଣୀ ପଣ୍ଡାଙ୍କ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆପଣମାନେ ରାଣୀ ପଣ୍ଡାଙ୍କ ଭିଡ଼ିଓ ଦେଖିଥିବେ ପୂର୍ବରୁ । ସେ ଅନୁଭବ ମହାନ୍ତିଙ୍କୁ ବାର୍ଥ ଡେ ୱିଶ୍ କରିଥିଲେ ଆଉ କହିଥିଲେ କି ଯଦି ବହାହେବେ ଅନୁଭବଙ୍କୁ ବାହା ହେବେ । ରାଣୀ ପଣ୍ଡା ପୁର୍ବରୁ ମଧ୍ୟ କହିଛନ୍ତି ଯେ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳିଆ ସ୍ଵାମୀ ମୋର ଦରକାର । ପ୍ରଦୀପ ମହାରଥୀଙ୍କ ଭଳିଆ ମଧ୍ଯ ସ୍ଵାମୀ ତାଙ୍କୁ ଦରକାର ବୋଲି ।

ଆଉ ଏବେ ତା ଭିତରେ ସୁପରଷ୍ଟାର ଅନୁଭବଙ୍କ ନାଆଁ ମଧ୍ଯ ଯୋଡ଼ି ହୋଇଗଲା ।ରାଣୀ ପଣ୍ଡାଙ୍କ ଲିଷ୍ଟ ଟିକେ ବଡ ବୋଲି ମୁଁ କହିବି । କିନ୍ତୁ ହଁ ଆମେମାନେ ସମସ୍ତେ ଜାଣିଛନ୍ତି ରାଣୀ ପଣ୍ଡା ବହୁତ ବଢ଼ିଆ ଲୋକ । ଆଉ ଯାହା କୁହନ୍ତି ସେ ପୁରା ଖୋଲା ହୃଦୟର ମଣିଷ । ରାଣୀ ଯାହା ଭି କୁହନ୍ତି ମୁହଁରେ କୁହନ୍ତି । ବାଡେଇକି କୁହନ୍ତି ।

କେତେବେଳେ କେମିତି ରାଗିଗଲେ ଖରାପ ଭାଷା ଟିକେ ବ୍ୟବହାର କରନ୍ତି । ନହେଲେ ଯାହା କୁହନ୍ତି ସତ କଥା କୁହନ୍ତି ଆଉ ମନ ଭିତରୁ କୁହନ୍ତି । ସେ ସେହି ହିସାବରେ ଯେହେତୁ ସଫା ହୃଦୟର ମଣିଷଟିଏ ସେ ସେଇଥିପାଇଁ ଅନୁଭବ ମହାନ୍ତିଙ୍କ ଭଳିଆ ପାର୍ଟନର ଡିଜର୍ଭ କରନ୍ତି । କାହିଁକି ନା ଅନୁଭବ ନାହାନ୍ତି ମଧ୍ଯ ରାଣୀଙ୍କ ଭଳିଆ ଜଣେ ସଫା ଓ ଖୋଲା ହୃଦୟର ମଣିଷଟିଏ । ଏମିତି ରେ ମଧ୍ଯ ଅନୁଭବକୁ ସମସ୍ତେ ଚାହାଁନ୍ତି ବାହା ହେବା ପାଇଁ । କିଏ ତାଙ୍କ ପାଖରେ ରହି ପାରୁନି କି ନାହିଁ ସେଇଟା ଅଲଗା କଥା କିନ୍ତୁ ଯିଏ ରହିବା କଥା ତୋ ସେ ରହିବା ପାଇଁ ଚାହୁଁ ନାହାଁନ୍ତି ।

କିନ୍ତୁ ରାଣୀ ପଣ୍ଡା ଅନୁଭବକୁ ବାହା ହେଲେ ଭଲରେ ରହିବେ ଖୁସିରେ ରହିବେ ।ସେକଥା ତୋ ସେ କହିଛନ୍ତି । ଆଉ ଏକଥା ମଧ୍ଯ ସତ ରାଣୀ ପଣ୍ଡା ଜାଣିଛନ୍ତି ଯେ ଅନୁଭବଙ୍କୁ ଯିଏ ଭି ବାହା ହେବ ସେ ରାଣୀ ଭଳିଆ ରହିବ । ଆଉ ରାଣୀ ପଣ୍ଡା ଭି ରାଣୀ ହୋଇ ପାରିବେ । ଏହି କଥା ରାଣୀ ଜାଣି ହିଁ ଅନୁଭବଙ୍କୁ ବାହା ହେବାକୁ ଚାହିଁଛନ୍ତି ।

Leave a Reply

Your email address will not be published. Required fields are marked *