ଯଦି ବାହାଘର ବେଳେ ଶଶୁରଘର ବାଧ୍ୟ କରି ଟଙ୍କା ଦେଉଚନ୍ତି,ତାହେଲେ ବେଦୀ ରୁ ଉଠି ଆସ, ବାହା ହୁଅନି।

ଆମ ସମାଜରେ ପ୍ରଥମରୁ ହିଁ ବାହାଘର ସହିତ ଯୌତୁକ ନିର୍ଯ୍ୟାତନା କଥା ଟି ଅତପ୍ରତଃ ଭାବେ ଯୋଡିତ ହୋଇ ରହିଛି। ବାହାଘର ପରେ ଯଦି ଶ୍ବଶୁର ଘର ଲୋକଙ୍କ ମନ ଚାହିଁ ଜିନିଷ ବା ଯୌତୁକ ବାପଘର ଲୋକ ଝିଅକୁ ନଦେଇ ଥାଆନ୍ତି ସେଥିପାଇଁ ଝିଅଟିକୁ ବହୁତ କଷ୍ଟ ସହିବାକୁ ପଡିଥାଏ, ଏହି ସବୁ କଥାରେ ବୋହୂ ମାନଙ୍କୁ ମାରିଦେଉଥିବା କଥା ମଧ୍ୟ ଆମେ ମାନେ ବହୁତ ସମୟରେ ଶୁଣିବାକୁ ପାଇଛୁ।

ସମାଜରେ ଏପରି ସବୁ ଘଟଣା ଘଟୁଥିବାର ଦେଖି ସରକାର ଏକ ଆଇନ ଲାଗୁ କରିଲେ।ଯେଉଁଥିରେ ଯଦି ବାହାଘର ବେଳେ ଝିଅ ଘରଠାରୁ ଯୌତୁକ ନେଉଥିବେ କିମ୍ବା ବାହାଘର ପରେ ଯୌତୁକ ପାଇଁ ଝିଅକୁ ନିର୍ଯ୍ୟାତନା ଦେଉଥିବେ ତେବେ ଏଥିପାଇଁ ସେମାନେ ଆଇନ ଦ୍ୱାରା ଦଣ୍ଡିତ ହେବେ।

ଏହି ସବୁ ପରେ ବି ଯୌତୁକ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିଛି, ଏବେ ଝିଅମାନେ ଯୌତୁକ ପାଇଁ ନିର୍ଯ୍ୟାତନା ପାଉ ନାହାଁନ୍ତି। ବାହାଘର ବେଳେ ଝିଅ ଘର ଲୋକ ପୁଅ ଘର ଲୋକକୁ ଯାଚି କରି ଯୌତୁକ ଦେଇ ପରେ ଯୌତୁକ ନିର୍ଯ୍ୟାତନାର ମିଛ କେସ୍ ରେ ପୁଅ ମାନଙ୍କୁ ଫସାଇ ଦେଉଛନ୍ତି। ଦେଖିବାକୁ ମିଳୁଛି କି ମହିଳା ମାନଙ୍କ ହିତ ପାଇଁ ଯେଉଁ ଅସ୍ତ୍ରଟି ସେମାନଙ୍କୁ ଦିଆ ଯାଇଥିଲା ସେମାନେ ସେଇ ଅସ୍ତ୍ର ଦ୍ୱାରା ଲୋକ ମାନଙ୍କୁ କାଟୁଛନ୍ତି।ସେମାନେ କେବଳ ତାଙ୍କ ସ୍ୱାମୀଙ୍କୁ ନୁହଁ ତାଙ୍କ ପରିବାର ତଥା ପରିବାର ଲୋକଙ୍କୁ ହଇରାଣରେ ପକାଉଛନ୍ତି।

ଆଜିକାଲି ଯେଉଁ ବିବାହ ସବୁ ହେଉଛି ସେଥିରେ ବିବାହ କରୁଥିବା ପିଲା କିମ୍ବା ତାଙ୍କ ଘର ଲୋକମାନେ ଯୌତୁକ ନେବାକୁ ପସନ୍ଦ କରୁ ନାହାଁନ୍ତି।ଘରର ବୋହୂ ମାନଙ୍କୁ ତ ଘରର ଲକ୍ଷ୍ମୀ ବୋଲି କୁହାଯାଏ ଯଦି ସ୍ୱୟଂ ଲକ୍ଷ୍ମୀ ଘରକୁ ଆସୁଛନ୍ତି। ତେବେ ଆଉ କୌଣସି ଜିନିଷର ଆବଶ୍ୟକତା କଣ। ଯୌତୁକ ହେଉଛି ଏପରି ଏକ ଜିନିଷ ଯେଉଁଥିରେ କୌଣସି ସମ୍ପର୍କ ଯୋଡି ହୁଏନି ବରଂ ଭାଙ୍ଗିଥାଏ। ସରକାରୀ ଚାକିରିଆ ଦେଖିକରି ଆଜିକାଲି ଘର ଲୋକମାନେ ଝିଅକୁ ବାହାଘର କରୁଛନ୍ତି।କାରଣ କିଛି ଯଦି ବାହାଘର ପରେ ହେଲା ସେତେବେଳେ ସେହି ପୁଅ ବେକରେ ଦୌଡି ପକେଇବେ ଆଉ ମାସକୁ ମାସ ଟଙ୍କା ହଡପ୍ କରିବେ ।

ନିଜ ଝିଅ କେଉଁଠାରେ ଭଲରେ ରହିବ ବା ଖୁସିରେ ରହିବ ସେହି କଥା ଚିନ୍ତା କରୁ ନାହାଁନ୍ତି କେବଳ ଗୋଟିଏ ସରକାରୀ ଚାକିରି ଦେଖି କରି ଝିଅର ବାହାଘର କରାଇ ଦେଉଛନ୍ତି। ଏବେତ ପୁଅ ଘର ଲୋକ ଆଉ ଝିଅ ଘରଠୁ ଯୌତୁକ ନେବାକୁ ଚାହୁଁ ନାହାଁନ୍ତି ସେମାନେ ଜାଚି ହୋଇ ପୁଅ ଘର ଲୋକଙ୍କୁ ଆକାଉଣ୍ଟ୍ ମାଧ୍ୟମରେ ହେଉ ବା ଏକ ଚେକ୍ ଦେଇ ଦେଉଛନ୍ତି। ପରେ ଯୌତୁକ କେସ୍ ରେ ପୁଅ ଘର ଲୋକଙ୍କୁ ଫସାଇ ଦେଉଛନ୍ତି। ସମାଜ ଏବେ ବଦଳିଲାଣି, ଆଗ ସମୟରେ ଝିଅ ମାନେ ନିର୍ଯ୍ୟାତନା ପାଉଥିଲେ।ଝିଅମାନେ ଏହି ହଇରାଣ ଭୋଗୁଥିଲେ ଏବେ ଝିଅ ମାନଙ୍କ ଅପେକ୍ଷା ପୁଅ ମାନଙ୍କ କ୍ଷେତ୍ରରେ ଏପରି ସବୁ ଘଟଣା ଦେଖିବାକୁ ମିଳିଲାଣି।

Leave a Reply

Your email address will not be published. Required fields are marked *