ଯେଉଁମାନେ ରାନୀ ଙ୍କୁ ନାରୀ ଜାତିର କଳଙ୍କର ଆଖ୍ୟା ସଜେଇ ଦେଲେ ସେମାନେ କଣ ଠାକୁର ହୋଇଗଲେ, କହିଲେ ରାନୀ ପଣ୍ଡା।

ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ତ ଆପଣ ଭଲଭାବରେ ଜାଣିଥିବେ । ଅନେକ ତାଙ୍କୁ ବିବା-ଦୀୟ ଅଭିନେତ୍ରୀ ଭାବରେ ଜାଣନ୍ତି । କାରଣ ସେ ତାଙ୍କର କିଛି ବୋଲ୍ଡ ଅନ୍ଦାଜ ପାଇଁ ଏବଂ ଏହାକୁ ନେଇ ତାଙ୍କର ମନ୍ତବ୍ୟ ପାଇଁ ବିବା-ଦୀୟ ହୋଇ ପଡ଼ିଥିଲେ । ତେବେ ଅଭିନେତ୍ରୀ ରାନୀ ପଣ୍ଡା ଓଡ଼ିଶାର ଅଭିନୟ ଜଗତର ଜଣେ ଜଣାଶୁଣା ଚେହେରା ଅଟନ୍ତି । ସେ ଯାତ୍ରା ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା । ଆପଣମାନେ ଜାଣିଛନ୍ତି ଯେ ସେ ଯାତ୍ରା ପେଣ୍ଡାଲ ରେ ହଟ୍ ଡାନ୍ସ ର ବଡ଼ ଧମାକା ଦେଖାଉଥିବା ଜଣେ ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ।

ଏହା ସହିତ ସେ ଅଭିନୟ ମଧ୍ୟ କରିଛନ୍ତି । ସେ ତାଙ୍କର ଅଭିନୟ ଏବଂ ଡାନ୍ସ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ ।କହିବାକୁ ଗଲେ ରାନୀ ପଣ୍ଡା ଜଣେ ଭଲ ହୃଦୟର ମଣିଷ ଯିଏ ଅନେକ ଲୋକଙ୍କ ଦୁଃଖ ସମୟରେ ମଧ୍ୟ ଯାଇ ଛିଡ଼ା ହୋଇଥାନ୍ତି ଏବଂ ସହାୟତାର ହାତ ବଢାଇଥାନ୍ତି।ଯାହା ଦ୍ଵାରା ଅନେକ ଲୋକଙ୍କର ଦୁଃଖ ସମୟରେ ରାନୀ ପଣ୍ଡା ସାହା ବାଡି ଭାବରେ ସାହାଯ୍ୟ କରିଥାନ୍ତି ।

ରାନୀପଣ୍ଡା ବୋଲଗଡ଼ ମହୋତ୍ସବ କୁ ଆସିଥିଲେ ଏବଂ ସେଠାରେ କିଛି ଦୁଃଖଦ ଘଟଣା ଯାହା ତାଙ୍କ ସହିତ ଘଟିଛି ଯାହା ଉପରେ ଏକ କାହାଣୀ ଯାତ୍ରାରେ ତିଆରି ହୋଇଛି ତାହାର କିଛି ଆଭାସ ବା ସଂଳାପ କୁ ଏଠାରେ ସମସ୍ତଙ୍କ ଆଗରେ କହିଥିଲେ।ସମାଜରେ ସମସ୍ତେ ରାନୀ ପଣ୍ଡାଙ୍କୁ ବେ-ଶ୍ୟା ,ଚରିତ୍ରହିନା , ରାଣ୍ତୀ ବୋଲି କହିଥାନ୍ତି କିନ୍ତୁ ସେ କଣ ପାଇଁ ଆଜି ଏହି ଅବସ୍ଥାରେ ପହଞ୍ଚି ଛନ୍ତି ଏବଂ ଏହା ପାଇଁ ଦାୟୀ ଥିବା ଲୋକଙ୍କୁ ସମାଜ କଣ ଆଖ୍ୟା ଦେବ ।

ଯଦି ଜଣେ ନିଜ ପେଟ ପାଇଁ କାମକରୁଥିବା ଘରେ ନିଜ ମାଲିକ ଠାରୁ ଦୁ-ଷ୍କର୍ମ ର ଶି-କାର ହୋଇଥାଏ ତାହେଲେ ସେତେବେଳେ ଯିଏ ଦୁଷ୍କ-ର୍ମ ର ଶି-କାର ହେଲା ସିଏ ହେଲା ବେ-ଶ୍ୟା , ସମାଜ ତାକୁ ଆଡ ଆଖିରେ ଦେଖିଲା ,କିନ୍ତୁ କାହାପାଇଁ ସେ ବେ-ଶ୍ୟାରେ ପରିଣତ ହେଲା ତାକୁ କେହି କିଛି କହିଲେ ନାହିଁ।ସେ ଏମିତି ମଧ୍ୟ କହିଛନ୍ତି ନାରୀ ଯଦି ଦୁ-ଷ୍କର୍ମ ର ଶିକା-ର ହେଲା ତାହେଲେ ତାକୁ ଅସତୀ ବୋଲି କହିଛନ୍ତି ତାହେଲେ ତାକୁ ଯିଏ ଏହି ପରିସ୍ଥିତିରେ ପହଞ୍ଚାଇଛି ତାକୁ କଣ ଭାଗ୍ୟବାନ ର ଆଖ୍ୟା ଦିଆଯିବ।

Leave a Reply

Your email address will not be published. Required fields are marked *