ନ୍ୟା-ୟ ପାଇଁ 5 ଦିନ ଧରି ପ୍ରେମିକ ଘର ଆଗରେ ଧାରଣା ଦେଇ ବସିଥିଲା ପ୍ରେମିକା, ଶେଷକୁ ସମାଜ ସେବୀ ପ୍ରମିଳା ଦେବୀ ବଢ଼ାଇଲେ ହାତ

ଗଞ୍ଜାମ ଜିଲ୍ଲା ତାରାସିଂ ଥା-ନା ଅନ୍ତର୍ଗତ ଗାଲେରୀ ଫାଣ୍ଡି ଇଲାକାର ଖୋଦ ଗାଲେରୀ ଗ୍ରାମରୁ ଦେଖିବାକୁ ମିଳିଛି ଏବେ ଅଭା-ବନୀୟ ମା-ମଲା। ପ୍ରେମିକର ଘର ଆଗରେ 5 ଦିନ ଧରି ଧାରଣାରେ ବସିରହିଥିବା ପ୍ରେମିକାକୁ ମିଳିଲା ନ୍ୟା-ୟ।

ବୁଧବାର ଦିନ ସମାଜସେବୀ ପ୍ରମିଳା ତ୍ରିପାଠୀ ଏହି ଯୁବତୀ ପାଖରେ ପହଞ୍ଚି ତାକୁ ପୂର୍ଣ୍ଣ ସମର୍ଥନ ଦେଇ ନ୍ୟା-ୟ ମିଳିବା ଯାଏଁ ଧାରଣା ଜାରୀ ରହିବବୋଲି ଉଲ୍ଲେଖ କରିଥିଲେ। ତେବେ ଗତ 29 ତାରିଖ ଦିନ ପ୍ରମିଳା ଦେବୀ ଉଭୟ ପୁଅ ଝିଅଙ୍କର ବିବାହ କରାଇଥିଲେ।

ଘଟ-ଣାଟି କିଛି ଏପରି ହୋଇଥିଲା ଯେ ଗ୍ରାମର ଦୁଷ୍ମନ୍ତ ସାହୁ ନାମକ ଜଣେ ଯୁବକ ଏବେ ବ୍ରହ୍ମପୁରରେ ଫର୍ମାସିଷ୍ଟ କୋର୍ସରେ ଅଧ୍ୟୟନରତ କରୁଥିବା ବେଳେ ସେ ବ୍ରହ୍ମପୁର ଗୋସାଇଁ ନୁଆଗାଁର ଟିନାରାଣୀ ସାହୁ ନାମକ ଜଣେ ଯୁବତୀକୁ ପ୍ରେମ କରୁଥିଲେ। ତେବେ ଦୀର୍ଘ 3 ବର୍ଷ ଧରି ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ସଂପ-ର୍କକୁ ସ୍ୱାମୀ-ସ୍ତ୍ରୀ ରୂପ ଦେବାକୁ ପ୍ରେମିକା ଜିଦ୍ ଧରିଥିଲେ।

ଆଉ ନିଜ ପ୍ରେମିକଙ୍କ ଘର ଆଗରେ ଗତ 5 ଦିନ ଧରି ଧାରଣାରେ ବସି ରହିଥିଲେ। ନ୍ୟା-ୟ ନମିଳିବା ଯାଏଁ ସେ ଏହିଭଳି ବସିବେବୋଲି କହିଥିଲେ। ତେବେ ଯୁବତୀଙ୍କ ଦୁଃ-ଖକୁ ଦେଖିନପାରି ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ବ୍ରହ୍ମପୁରର ଜଣାଶୁଣା ସମାଜସେବୀ ପ୍ରମିଳା ତ୍ରିପାଠୀ।

ପ୍ରମିଳା କହିଥିଲେ ଯେ ଜଣେ ଯୁବତୀ ପ୍ରତାରଣାର ଶୀ-କାର ହେବାପରେ ହିଁ ଏଭଳି ଧାରଣା ଦେଇଥାଏ। ତେଣୁ ଯୁବତୀଟିକୁ ସମସ୍ତେ ସମର୍ଥନ ଦେବାକୁ ଆଗେଇ ଆସିବା ଉଚିତ। କିନ୍ତୁ ଏଭଳି ଘ-ଟଣା କାରଣରୁ ଗ୍ରାମରେ କୁପ୍ର-ଭାବ ପଡୁଥିବାରୁ ଗ୍ରାମବାସୀ ଏପରି କାର୍ଯ୍ୟକୁ ନାପସନ୍ଦ କରିଥିଲେ।

ତେବେ ପୁଅ ପରିବାରର କୌଣସି ସଦସ୍ୟ ଦୀର୍ଘଦିନ ଧରି ଘରେ ନଥିଲେ ଏବଂ ଘର ଚାବି ପଡିଥିଲା। ତେବେ ନ୍ୟା-ୟ ପାଇବା ଯାଏଁ ସେ ଘର ଆଗରେ ଏହିଭଳି ଧାରଣାରେ ବସିରହିବେବୋଲି ଯୁବତୀ ଜଣକ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ।

କିନ୍ତୁ ଏବେ ଯୁବତୀଙ୍କୁ ନ୍ୟା-ୟ ମିଳି ସାରିଛି। ତାଙ୍କର ଇଛା ପୂର୍ଣ୍ଣ ହୋଇଯାଇଛି। ଗାଁ ଲୋକଙ୍କ ସାମ୍ନାରେ ସମାଜସେବୀ ପ୍ରମିଳା ଦେବୀ ଉଭୟ ପୁଅ-ଝିଅଙ୍କର ବିବାହ କରାଇଛନ୍ତି। ଏହି ବିବାହରେ ସମ୍ପୁର୍ଣ୍ଣ ଗାଁ ଲୋକ ସାକ୍ଷୀ ଅଛନ୍ତି।

Leave a Reply

Your email address will not be published. Required fields are marked *