ବାବୁଶାନ୍ ମୋ ସହିତ ୨ଟି ଫିଲ୍ମ କରିଛନ୍ତି । ହେଲେ ସେ ସୁପରଷ୍ଟାର ବୋଲି ମୋତେ କେବେ ଲାଗିନି ।

ହଁ ଆଜ୍ଞା ଦର୍ଶକବନ୍ଧୁ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ ପ୍ରତିଦିନ କିଛି ନା କିଛି ନୂଆ ନୂଆ କଥା ଭାଇରାଲ ହୋଇଥାଏ ସୋସିଆଲ ମିଡ଼ିଆରେ । ଆଉ ଅନେକ ହିରୋ ଆଉ ହିରୋଇନ ମାନଙ୍କର ଅଭିନୟ ଜଗତରେ ସେମାନଙ୍କର କଣ ରହିଛି ଅଭିଜ୍ଞତା ସେ ବିଷୟରେ ମଧ୍ୟ ଅନେକ ସମୟରେ ଗଣ ମାଧ୍ୟମରେ ପ୍ରକାଶ କରିଥାନ୍ତି ।

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଅଲିଉଡର ଜଣେ ଚୁଲବୁଲି ସୁନ୍ଦରୀ ଅଭିନେତ୍ରୀ ତଥା ବହୁତ ଭଲ ଓଡ଼ିଆ ଡାନ୍ସରଙ୍କ ବିଷୟରେ । ଆଉ ତାହା ସହିତ ଦିବ୍ୟା ମହାନ୍ତି କେଉଁ ଭଳି ଭାବରେ ତାଙ୍କର ଅଭିନୟ କେରିୟର ଆରମ୍ଭ କରିଛନ୍ତି ସେ ବିଷୟରେ ମଧ୍ୟ ପ୍ରକାଶ କରିଛନ୍ତି ।

ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା । ତେବେ ନିକଟରେ ଏକ ସାକ୍ଷାତକାରରେ ଦିବ୍ୟା ମହାନ୍ତି କହିଛନ୍ତି କି ସେ ପ୍ରଥମେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ୨୦୧୫ରେ ଯେତେବେଳେ ସେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଆଉ ଜୟ ମା ଲକ୍ଷ୍ମୀ ସିରିଏଲରେ ସେ ଲକ୍ଷ୍ମୀ ଭାବରେ ଏକ୍ଟିଂ କରିଥିଲେ ବୋଲି କହିଛନ୍ତି।

ତାପରେ ସେ ୨୦୧୬-୨୦୧୮ ପର୍ଯ୍ୟନ୍ତ ତେଲଗୁକୁ ଚାଲି ଯାଇଥିଲେ ଆଉ ସେଠାରେ ଫ୍ଲିମ ମଧ୍ୟ କରିଥିଲେ । ତାହା ପରେ ସେ ଓଡିଶା ଆସିଥିଲେ ଆଉ ସୁନ୍ଦର ଗଡ଼ର ସଲମାନ ଖାନରେ ତାଙ୍କୁ ଫ୍ଲିମ ପାଇଁ ଅଫର ଆସିଥିଲା । ପ୍ରଥମେ ତାଙ୍କୁ ଡକା ଯାଇଥିଲା ଓ ପରେ ତାଙ୍କୁ ସିଲେକ୍ଟ କରାଯାଇଥିଲା । ତେବେ ସେ ସେହି ଫ୍ଲିମରେ ବାବୁସାନଙ୍କ ସହିତ ଅଭିନୟ କରିଥିଲେ । ବାବୁସାନ ସୁପୋରଷ୍ଟାର ହୋଇଥିଲେ ମଧ୍ୟ ସେ ସମସ୍ତଙ୍କ ସହିତ ବେଶ ଭଲ ଭାବରେ ମିଶୁଥିଲେ ଆଉ ଜଣା ପଡ଼ୁ ନ ଥିଲା କି ସେ ଏତେ ବଡ଼ ସୁପୋରଷ୍ଟାର ବୋଲି ମଧ୍ୟ ଦିବ୍ୟା କହିଥିଲେ ।

ଆଉ ତାହା ସହିତ ସେ ବାବୁସାନଙ୍କ ସହିତ ୨ଟି ଫ୍ଲିମ “ଲେଲା ମଜନୁ” ମଧ୍ୟ କରିଥିଲେ । ଆଉ ଅନ୍ୟ ହିରୋଙ୍କୁ ନେଇକି ୧୦ଟି ଫ୍ଲିମ ଟୋଟାଲ୍ ସେ କରିଛନ୍ତି । ତେବେ ଦିବ୍ୟାଙ୍କ କହିବା କଥା କି ତାଙ୍କୁ ଓଡିଶା ଡାନ୍ସର ହେବା ପାଇଁ ପ୍ରଥମେ ପସନ୍ଦ କରିଥାନ୍ତି ବୋଲି କୁହାଯାଉଛି । ଆଉ ତାସହିତ ଦିବ୍ୟା କହିଛନ୍ତି କି ସେ ସବୁବେଳେ ନିଜର ବୟସ ୧ବର୍ଷ ବଢ଼ାଇକି କୁହନ୍ତି ଆଉ ଯାହା କହିବାକୁ ଭଲ ଲାଗିଥାଏ ବୋଲି କହିଛନ୍ତି । ଅନ୍ୟ ହିରୋଇନ ମାନଙ୍କ ଭଳି ସେ ନିଜର ବୟସକୁ ଲୁଚାନ୍ତି ନାହିଁ ବୟସକୁ ସତ ହିଁ କୁହନ୍ତି ସବୁବେଳେ ଦିବ୍ୟା ।

Leave a Reply

Your email address will not be published. Required fields are marked *