ଓଁ ନମଃ କୁ ଇଷ୍ଟା ସୁନ୍ଦରୀ ସହିତ ଯୋଡିଲେ ହ୍ୟୁମାନ ସାଗର।

ସୋସିଆଲ ମିଡ଼ିଆରେ ଅନେକ ସବୁ କଥା ଭାଇରାଲ୍ ହୋଇଥାଏ, ଆଉ ଅନେକ ଲୋକମାନେ ଏଠାରେ ସବୁବେଳେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥାଆନ୍ତି। ତେବେ ଫିଲ୍ମ ଷ୍ଟାର, ସିଙ୍ଗର୍ ଓ ଡ୍ୟାନ୍ସର୍ ମାନେ ଏଠାରେ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି।

ଏବେ ଅଧିକ ଚର୍ଚ୍ଚାରେ ରହୁଛନ୍ତି ନୂଆ ନୂଆ ସିଙ୍ଗର୍ ଏବଂ ତାଙ୍କ ଗୀତ ଗୁଡିକ।ଏବେ ହ୍ୟୁମନ୍ ସାଗରଙ୍କର ଏକ ଗୀତ ୟୁ ଟ୍ୟୁବ୍ ଏବଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ ସେ ଓଁ ନମଃ ଇଷ୍ଟା ସୁନ୍ଦରୀ ବୋଲି ଗୋଟେ ଗୀତ ଗାଇଛନ୍ତି।

ଏଠାରେ କଥା ହେଉଛି କି, ଓଁ ନମଃ ଶବ୍ଦଟି ଆମ ହିନ୍ଦୁ ଧର୍ମ ସହିତ ଓତ ପ୍ରତ ଭାବେ ଯୋଡିତ, ଓଁ ନମଃ ଶବ୍ଦ ପରେ ଆମେ ମାନେ ଦେବା ଦେବୀଙ୍କୁ ସ୍ମରଣ କରୁ ,ସମସ୍ତେ ଆମେ ଜାଣୁ ଯେ ଓଁ ନମଃ ଶବ୍ଦଟି ଦେବା ଦେବୀଙ୍କ ପାଇଁ ଓଁ ନମଃ ଶବ୍ଦ ଦ୍ୱାରା ଆମେ ମାନେ ଦେବା ଦେବୀଙ୍କୁ ସ୍ମରଣ କରିଥାଉ। ହ୍ୟୁମନ୍ ସାଗର ଏପରି ଭାବରେ ଓଁ ନମଃ କହିକି ଗୀତଟିକୁ ଆରମ୍ଭ କରୁଛନ୍ତି ଯାହାକୁ ଯିଏ ବି ପ୍ରଥମେ ଶୁଣିବେ ଭାବିବେ ଗୋଟେ ଭଜନ ଗୀତ ବୋଲି।

ହେଲେ ଏହା ଭଜନ ନୁହେଁ ସେ ଓଁ ନମଃ ପରେ ଇଷ୍ଟା ସୁନ୍ଦରୀ ବୋଲି ଗାଉଛନ୍ତି, ଏପରି ଭାବରେ ଝିଅ ମାନଙ୍କ ଉପରେ ଖରାପ ଖରାପ ଗୀତ ବନାଇ ଶସ୍ତା ଲୋକ ପ୍ରିୟତା ହାସଲ କରିବାକୁ ଚାହୁଁଛନ୍ତି। ସେମାନଙ୍କୁ କିଏ ଅଧିକାର ଦେଲା ଆମ ହିନ୍ଦୁ ଧର୍ମର ଏକ ପବିତ୍ର ଶବ୍ଦକୁ ନେଇ ଏପରି ଖରାପ ଗୀତକୁ ଗାଇବାକୁ, କେହିବି ଏହି ଗୁଣକୁ ଗ୍ରହଣ କରୁନେ ଆଉ ଏପରି ଗୀତ ରଚନା କରିବାକୁ ଆଉ ଗାଇବାକୁ ତାଙ୍କୁ କିଏ ଅଧିକାର ଦେଲା ସିଏ କୁହନ୍ତୁ।

Leave a Reply

Your email address will not be published. Required fields are marked *