ପୋଖରୀରେ ବୁଡି ଚାଲିଗଲା ଦୁଇ ନାବାଲିକାଙ୍କ ଜୀବନ, ବାପା କଲେ ଥା-ନାରେ ଅଭି-ଯୋଗ

କଟକ ଜିଲ୍ଲା ନିଶ୍ଚିତକୋଇଲି ବନମାଳୀପୁର ଗ୍ରାମରୁ ଶୁଣିବାକୁ ମିଳିଛି ଏକ ଅଭା-ବନୀୟ ଘ-ଟଣା। ଏହି ଗ୍ରାମର ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କର ମୃ-ତ୍ୟୁ ଘଟିଛି। ମୃ-ତକ ଦୁଇ ଜଣ ହେଉଛନ୍ତି ସତ୍ୟସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ ଳିପ୍ସିତା ପଣ୍ଡା ଏବଂ ଇପ୍ସିତା ପଣ୍ଡା।

ତେବେ ଦୁଇ ଭଉଣୀଙ୍କ ଭିତରୁ ଜଣଙ୍କ ବୟସ 5 ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ 7 ବର୍ଷ ଥିଲା। ତେବେ ସୂଚନା ଅନୁସାରେ ଡିସେମ୍ବର 25 ତାରିଖ ରବିବାର ଦିନ ସକାଳ ସମୟରେ ଦୁଇ ଭଉଣୀ ପୋଖରୀ କୂଳରେ ଖେଳୁଥିଲେ।

ହଠାତ୍‌ ଅସାବଧାନତା କାରଣରୁ ଉଭୟ ଭଉଣୀ ପୋଖରୀ ପାଣିରେ ପଡିଯାଇଥିଲେ। ଏହାପରେ ଗାଁଲୋକମାନେ ଉଦ୍ୟମ କରି ଦୁଇ ଭଉଣୀଙ୍କୁ ପାଣିରୁ ଉ-ଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଦୁର୍ଭାଗ୍ୟବଶତଃ ପାଣିରେ ବୁଡି ଉଭୟ ଭଉଣୀଙ୍କ ମୃ-ତ୍ୟୁ ହୋଇସାରିଥିଲା।

ସେପଟେ ଦୁଇ ପିଲାଙ୍କ ମୃ-ତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟିଖସିଗଲା। ଉଭୟ ଝିଅଙ୍କର ବାପା ବିଶ୍ୱାସ କରିପାରୁନାହାନ୍ତି ଯେ ଏହା ଅସାବଧାନତା କାରଣରୁ ହୋଇଛି ବୋଲି। ତେବେ ଝିଅ ଦୁଇଙ୍କର ମୃ-ତ୍ୟୁ ପରେ ଏବେ ଗାଁର ଚାରିଆଡେ ମଧ୍ୟ ଶୋ-କର ଛା-ୟା ଖେଳିଯାଇଛି।

ମୃ-ତ ଦୁଇ ଭଉଣୀଙ୍କ ଦାଦା ବିକାଶ ପଣ୍ଡା କହିଛନ୍ତି, ଛୁଆ ଦୁଇଟି ଘର ପାଖ ରାସ୍ତାରେ ଖେଳୁଥିଲେ। ଖେଳୁ ଖେଳୁ କେତେବେଳେ ପୋଖରୀ ପାଖକୁ ଚାଲି ଯାଇଥିଲେ ତାହା ଜଣାପଡିଲା ନାହିଁ। କିନ୍ତୁ ବହୁତ ସମୟ ଧରି ଯେତେବେଳେ ଘର ଲୋକ ଉଭୟ ଝିଅଙ୍କୁ ଦେଖିବାକୁ ପାଇଲେ ନାହିଁ ସେତେବେଳେ ଖୋଜାଖୋଜି ଆରମ୍ଭ ହୋଇଥିଲା।

ଖୋଜି ଖୋଜି ଗାଁ ଲୋକମାନେ ପୋଖରୀ ପାଖରେ ପହଁଞ୍ଚି ଦେଖିଲେ ଯେ ବଡ଼ ଝିଅର ମୃ-ତଦେହ ଭାସୁଛି ଏବଂ ସାନ ଝିଅଟି ବୁଡ଼ି ଯାଇଥିଲା। ତେବେ ହଠାତ ଏପରି ପୋଖରୀ କୂଳକୁ ଆସି ଦୁଇ ଝିଅ ପୋଖରୀରେ ବୁଡିଯାଇଥିବା କଥା ବାପାଙ୍କୁ ହଜମ ହୋଇନଥିଲା। ସେ ସ-ନ୍ଦେହ କରି ସ୍ଥାନୀୟ ଥା-ନାରେ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *