ଅନୁଭବ ଭାଇଙ୍କୁ ଯଦି ରାଣୀ ପଣ୍ଡା ବାହା ହେବେ ଓଡ଼ିଶାରେ ଆଉ କେହି ଅନୁଭବ ଭାଇଙ୍କୁ କିଛି କହି ପାରିବେନି । ଏପରି କିଛି ମନ୍ତବ୍ୟ ଦେଲେ ଶ୍ରୀକୁମାର ।

ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ନିକଟରେ ରାଣୀ ପଣ୍ଡା ଡ଼ିଭୋର୍ସ ପରେ ଅନୁଭବ ମହାନ୍ତିଙ୍କୁ ବାହା ହେବେ ବୋଲି ସୋସିଆଲ ମିଡ଼ିଆରେ କହିଥିଲେ । ଯାହାକୁ ନେଇ ଏକ ସାକ୍ଷାତକାରରେ ଶ୍ରୀକୁମାର କହିଥିଲେ ଯେ, “ରାଣୀ ପଣ୍ଡା ସେମିତି ଗୋଟେ ମଜାରେ କହି ଦେଇଥିବେ । ଆଉ ଯଦି ବି ଅନୁଭବ ଭାଇଙ୍କ ସହ ରାଣୀ ପଣ୍ଡାର ବାହାଘର ହୋଇଯାଏ ସେମିତି କିଛି ଅସୁବିଧା ନାହିଁ । ସବୁ ବହୁତ ଭଲ ।

ରାଣୀ ପଣ୍ଡା ଭି ଗୋଟେ ଯାତ୍ରା ଦୁନିଆର ଆଗ ଧାଡ଼ିର ଜଣେ ଆଇଟମ ଡ୍ୟାନ୍ସର । ସେ ମଧ୍ୟ ଛତିଶଗଡି ଓ ଭୋଜପୁରୀ ଫିଲ୍ମରେ କାମ କରିଛନ୍ତି । ଏସବୁ ବାଦ୍ ମଧ୍ୟ ରାଣୀ ପଣ୍ଡାଙ୍କ ଅଲଗା ଗୋଟିଏ ପରିଚୟ ହୋଇ ଯାଇଛି ଯେ ସେ ଗରିବ ଦୁଃଖୀ ମାନଙ୍କୁ ବିପଦ ବେଳେ ତାଙ୍କୁ ବହୁତ ସାହାର୍ଯ୍ୟ କରିଛନ୍ତି ।

ଆପଣଙ୍କର କୋଭିଡ ପେଣ୍ଡାମିକ୍ ସମୟରେ ରାଣୀ ପଣ୍ଡା ଗରିବ ଲୋକଙ୍କୁ ବହୁତ କିଛି ଦାନ କରିଛନ୍ତି ବହୁତ ସାହାଯ୍ୟ କରିଛନ୍ତି । ସେ ଜଣେ ଭଲ ମହିଳା ବିଶେଷ କରି ତାଙ୍କ ହୃଦୟ ଟା ବହୁତ ସୁନ୍ଦର । ମୁଁ ତାଙ୍କ ସହିତ ବହୁତ ପାଖରୁ ମିଶିଛି । ସାଙ୍ଗ ହେଇକି ଆମେ ଭୋଜି କରିଛୁ । ସାଙ୍ଗ ହେଇକି ତାଙ୍କର ପ୍ରିୟ ଭାତ, ଡାଲି, ଆଳୁ ଚଟଣି ମୋତେ ରାନ୍ଧିକି ଦେଇଛନ୍ତି ।

ଆଉ ମୋତେ ଗୋଟେ ବଡ଼ ଭାଇ ବୋଲି ସେ ସବୁବେଳେ ସମ୍ମାନ କରନ୍ତି । ତେଣୁ ଯଦି ସେ କହିଛନ୍ତି ମଜାରେ ହେଉ କି ସତରେ ହେଉ କହିଛନ୍ତି ଯେ ଅନୁଭବ ଭାଇଙ୍କୁ ବାହା ହେବି ବୋଲି ସେଇଟା କିଛି ଖରାପ ନୁହେଁ । ଯଦି ବାହା ହେଇଯାଆନ୍ତି ତୋ ଆହୁରି ବଢ଼ିଆ ହେବ ।

ବିନ୍ଦାସ୍ କାହିଁକି ନା ତାପର ଠାରୁ ଭାଇକୁ ଆଉ ଇଆଡୁ ସିଆଡୁ ଓଡ଼ିଶାରେ କେହି କିଛି କହି ପାରିବେନି । କହିଲା ମାତ୍ରେ ରାଣୀ ପଣ୍ଡା ସାମ୍ନାରେ ଆସିକି ଠିଆ ହୋଇଯିବ ବାଘ ହେଇକି । ଆଉ ଯଦି ଯାହାଭି କହିଛନ୍ତି, ରାଣୀ ସେଇଟା ଗୋଟେ ମଜାରେ କହି ଦେଇଛନ୍ତି । ଆଉ ଯଦି ବାହାଘର ଆଗକୁ ହୋଇଯାଏ ସେଥିପାଇଁ ବହୁତ ଅଭିନନ୍ଦନ ।

ତେବେ ଭାଇ ତୋ ମୁଁ କହି ପାରିବିନି ରାଜି ହେବେ କି ନାହଁ । କିନ୍ତୁ ଏଇଟା ଭାଇ ଶୁଣିଲା ପରେ ଯାହା କରିବେ ଆଉ । ରଣୀ ପଣ୍ଡା ଅନୁଭବ ଭାଇଙ୍କୁ ବହୁତ ଭଲ ପାଆନ୍ତି ସମ୍ମାନ କରନ୍ତି ଜଣେ କଳାକାର ହିସାବରେ । ଆଉ ରାଣୀ ପଣ୍ଡା ମଧ୍ୟ ତାଙ୍କ ଜାଗାରେ ବହୁତ୍ ଭଲ ମଣିଷ । କିନ୍ତୁ ବେଳେ ବେଳେ ରାଗିକି ଯେଉଁ ସୋସିଆଲ ମିଡ଼ିଆରେ ସେ ଭାଷା କହି ଦିଅନ୍ତି ସେଇଟାକୁ ବହୁତ ଲୋକ ଖରାପ ଭାବନ୍ତି । କିନ୍ତୁ ଆମେ ପ୍ରତ୍ୟେକ ମଣିଷ ଠାରୁ ତାର ଭଲ ଗୁଣଟିକୁ ଗ୍ରହଣ କରିବା ଉଚିତ୍” ।

Leave a Reply

Your email address will not be published. Required fields are marked *