ପୁଅ ଝିଅ ଫେସ ବୁକ ପ୍ରେମ କରି ବିବାହ କଲେ।କିନ୍ତୁ ଦେହ ସୁଖ ମେଣ୍ଟିବା ପରେ ଛାଡି ଦେଲା ପୁଅ।

ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳିଗଲାଣି।ଆଗରୁ ବାପା ମା ଯେଉଁଠି କହୁଥିଲେ ପିଲା ମାନେ ସେଇଠି ବିବାହ କରୁଥିଲେ।ବାପା ମା ମାନେ ପିଲା ମାନଙ୍କ ପାଇଁ ଜୀବନ ସାଥି ଖୋଜୁଥିଲେ ।କିନ୍ତୁ ଏବେ ସବୁ ବଦଳିଗଲାଣି।ଏବେ ପିଲା ମାନେ ନିଜେ ନିଜର ଜୀବନ ସାଥି ଖୋଜୁଛନ୍ତି।ପୁଅ ମାନେ ଝିଅ ମାନଙ୍କୁ ମିଠା ମିଠା କଥାରେ ଫସାଇ ବିବାହ କରୁଛନ୍ତି।ବିବାହର କିଛି ମାସ ହସ ଖୁସିରେ ରହିଲା ପରେ ଆଉ ସେ ହସ ଖୁସି ରହୁନାହିଁ।

ଏଭଳି ଅନେକ ଘଟଣା ସବୁଦିନ ନ୍ୟୁଜ୍ କିମ୍ବା ଖବରକାଗଜ ରୁ ଜାଣିବାକୁ ମିଳିଥାଏ।କିନ୍ତୁ ଏପରି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ପୁଅ ଜଣେ ଝିଅ କୁ ପ୍ରେମ କରି ବିବାହ କରି ଘର କୁ ଆଣିଥିଲେ।ଏହି ପରି ଅଘଟନା ଘଟିଛି ଗାୟତ୍ରୀ ସାମଲଙ୍କ ସହ।ସେ ଫେସ୍ ବୁକ୍ ରୁ ଭଲ ପାଇ ବିବାହ କରିଥିଲେ।ତାଙ୍କ ଅଭିଯୋଗ ଅନୁସାରେ ବାହାଘର ପରେ ସେ ତାଙ୍କ ଶାଶୁ ଘରେ ଥିଲେ ମାତ୍ର କିଛି ଦିନ ପରେ ତାଙ୍କ ସ୍ଵାମୀ ଦେହ ସୁଖ ପାଇଗଲା ପରେ ତାଙ୍କୁ ଛାଡ଼ି କୁଆଡେ ପୋଳlଇଛନ୍ତି।

ଏବେ ତାଙ୍କ ଶାଶୁଘରେ ତାଙ୍କୁ ରହିବାକୁ ଦଉନାହାନ୍ତି ତାଙ୍କ ଶାଶୁ ।ତାଙ୍କ ପୁଅ ବିଷୟରେ ପୋଚରିଲେ କହୁଛନ୍ତି ୧୦ ଦିନ ହେଲା ତାଙ୍କ ପୁଅ ଘରକୁ ଆସିନି।ତାଙ୍କ ଶାଶୂଙ୍କ କହିବା କଥା ଗୋଟେ ମା କଣ ତା ପୁଅ ନ ଦେଖି ରହିପାରିବ ।ମାତ୍ର ଏହାକୁ ମିଛ ବୋଲି ଦର୍ଶାଇଛନ୍ତି ଗାୟତ୍ରୀ ସାମଲ । ଗାୟତ୍ରୀ ସାମଲ ଏବେ ୫ ମାସ ଗର୍ଭବତୀ ଅଛନ୍ତି ବୋଲି କହିଛନ୍ତି।ତାଙ୍କ କହିବା ଅନୁସାରେ ତାଙ୍କ ଶାଶୁ ଘର ଲୋକ ଏବେ ନିର୍ଯାତନା ମଧ ଦେଉଛନ୍ତି।

ଗାୟତ୍ରୀ ସାମଲ ତାଙ୍କ ସ୍ବାମୀ ଙ୍କୁ ଖୋଜିବାକୁ ସେ ପୋଲିସ ନିକଟରେ ଅନୁରୋଧ କରିଛନ୍ତି। ଏହି ବିଷୟରେ ଥାନାରେ କେଶ ମଧ୍ୟ ରୁଜ୍ଜୁ ହେଇଛି।ଗାୟତ୍ରୀ ସାମଲଙ୍କ କହିବା କଥା ସେ ଏବେ ବାହାରେ ଘର ଭଡ଼ା ନେଇ ରହୁଛନ୍ତି।ଏହି ସବୁ ପାଇଁ ସେ ତାଙ୍କ ଶାଶୁ ଘର ଲୋକଙ୍କୁ ଦାୟୀ କରିଛନ୍ତି।ସେମାନେ ମିଳିମିଶି ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କ ପୁଅ କୁ କେଉଁଠି ଲୁଚାଇ ଦେଇଛନ୍ତି।ଏବେ ଦେଖିବାର କଥା ଏହିକି ଜେ ଗାୟତ୍ରୀ ସାମଲଙ୍କୁ ନ୍ୟାୟ ମିଳୁଛି କି ନାହିଁ।

Leave a Reply

Your email address will not be published. Required fields are marked *