ସଙ୍ଗୀତକୁ କେହି ପଚାରୁ ନାହାଁନ୍ତି,ଏବେ ଖାଲି ଦେହ ଦେଖି ଗୀତ ଗାଇବାକୁ ଦେଉଛନ୍ତି।

ସୋସିଆଲ ମିଡ଼ିଆରେ ଅନେକ ସବୁ କଥା ଭାଇରାଲ୍ ହୋଇଥାଏ, ଆଉ ଅନେକ ଲୋକମାନେ ଏଠାରେ ସବୁବେଳେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥାଆନ୍ତି। ତେବେ ଫିଲ୍ମ ଷ୍ଟାର, ସିଙ୍ଗର୍ ଓ ଡ୍ୟାନ୍ସର୍ ମାନେ ଏଠାରେ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଏବେ ଅଧିକ ଚର୍ଚ୍ଚାରେ ରହୁଛନ୍ତି ନୂଆ ନୂଆ ସିଙ୍ଗର୍ ଏବଂ ତାଙ୍କ ଗୀତ ଗୁଡିକ।

ଆମେ ସବୁବେଳେ ଦେଖିଥାଉ ଆଉ ଆମ ମାନଙ୍କ ମନରେ ମଧ୍ୟ ଏହା ଥାଏ କି, ଷ୍ଟାର ମାନେ ସିଏ ସିଙ୍ଗର୍ ହୁଅନ୍ତୁ ତ ଡ୍ୟାନ୍ସର୍ ବା ଆକ୍ଟର୍ ସେମାନେ ସବୁବେଳେ ବହୁତ ଭଲ ଲାଇଫ୍ ରେ ରୁହନ୍ତି ଏକ ଲଗ୍ଜିରିୟସ୍ ଲାଇଫ୍ ମେଣ୍ଟେନ୍ କରନ୍ତି, ହେଲେ ଆମେ ମାନେ ସେମାନଙ୍କର ସେହି ଲାଇଫ୍ ପଛର ଷ୍ଟ୍ରଗଲ୍ ସମ୍ପର୍କରେ ଜାଣି ପାରି ନଥାଉ।

ଜଣେ ଆଟିଷ୍ଟ୍ ହେଉଛନ୍ତି କ୍ରୀଷ୍ଣା ଯିଏ କି ଆମ ଓଡିଶାର ଜଣେ ଆଟିଷ୍ଟ୍ ସିଏ ଅନେକ ଗୀତ ଗାଇବା ସହ ଅନେକ ସ୍ଥାନରେ ନିଜର ସ୍ୱର ଦେଇଛନ୍ତି ଅର୍ଥାତ୍ ସିଏ ଭଏସ୍ ଆଟିଷ୍ଟ୍ ମଧ୍ୟ। ହେଲେ ତାଙ୍କ ଜୀବନରେ ଅନେକ ସବୁ ଦୁଃଖ ମଧ୍ୟ ରହିଛି।

ସେ ଯେହେତୁ ଏକ ବହୁତ ଗରୀବ ଶ୍ରେଣୀର ଝିଅ ନିଜର ଭବିଷ୍ୟତ ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡିଛି। ସେ ଗରୀବ ଶ୍ରେଣୀର ହୋଇଥିବା ସହ ବହୁତ ମୋଟା ମଧ୍ୟ ଆଉ ସେଥି ପାଇଁ ବି ମଧ୍ୟ ତାଙ୍କୁ ବହୁତ କଷ୍ଟ ସହିବା ସହ ଅନେକ କଷ୍ଟ ମଧ୍ୟ କରିବାକୁ ପଡିଛି। ଆଉ ଏହି ସବୁରେ ତାଙ୍କୁ ସବୁ ସ୍ଥାନରେ ସାଥ୍ ଦେଇଛନ୍ତି ତାଙ୍କର ସ୍ୱାମୀ। ସେ କହିଛନ୍ତି ତାଙ୍କ ସ୍ୱାମୀଙ୍କର ବହୁତ ଧୈର୍ଯ୍ୟ, ସେ ଏକ ସମୟକୁ ବହୁତ ଧୈର୍ଯ୍ୟର ସହ ହେଣ୍ଡେଲ୍ କରି ଥାଆନ୍ତି, ଆଉ କ୍ରିଷ୍ଣାଙ୍କୁ ମଧ୍ୟ ଅନେକ ସାହସ ଦେଇ ଥାଆନ୍ତି।

କ୍ରିଷ୍ଣା କହିଛନ୍ତି କି, ଉପଯୁକ୍ତ କଳାକୁ ଦେଖନ୍ତୁ ଉପଯୁକ୍ତ କଳାକାର ଯିଏ ତାଙ୍କୁ ଦେଖନ୍ତୁ, ଅଟୋ ଟ୍ୟୁନ୍ ମାରିକି ଗୀତ ପକାନ୍ତୁ ନାହିଁ। ଆଜି କାଲି ଗୋଟେ ଗୀତ କିଛି ମାନେ ହିଁ ନାହିଁ, ସଙ୍ଗୀତ କତ ସଙ୍ଗୀତକୁ କେହି ବୁଝୁ ହିଁ ନାହାଁନ୍ତି। ଏଠାରେ ସବୁ ଫେସ୍ ଭେଲ୍ୟୁ ଦରକାର, ତାର ଫେସ୍ କେତେ ସୁନ୍ଦର ତା ବଡି ଟା କେତେ ସୁନ୍ଦର ସେହି ସବୁକୁ ନେଇ ହିଁ କଳାକାର ବଛା ଯାଉଛି। ଏଇଟା ଦୟାକରି କରନ୍ତୁ ନାହିଁ ଯିଏ ପ୍ରକୃତ କଳାକାର ତାଙ୍କୁ ହିଁ ସୁଯୋଗ ଦିଅନ୍ତୁ।

Leave a Reply

Your email address will not be published. Required fields are marked *