ସୁପରଷ୍ଟାର ଅନୁଭବଙ୍କୁ ବିବାହ କରିବାକୁ ଇଛା ରଖିଛନ୍ତି ରାଣୀ ପଣ୍ଡା, ନିଜ ମତାମତର ଏକ ଭିଡ଼ିଓ ତିଆରି କରି ସୋସିଆଲମିଡିଆରେ କରିଛନ୍ତି ପୋଷ୍ଟ।:-

ଆଜିକାଲି ଆଠଗଡ଼ ମାମଲାକୁ ନେଇ ବହୁ ଚର୍ଚ୍ଚାରେ ରହୁଥିବା ରାଣୀ ପଣ୍ଡା ନିଜ ଏକ ଭିଡ଼ିଓ କୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରସିଦ୍ଧ ଅଭିନେତା ଅନୁଭବଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ରାଣୀ ପଣ୍ଡା। ନିଜର ଏକ ଭିଡ଼ିଓ ପ୍ରସ୍ତୁତ କରି ବିବାହ କରିବାକୁ ଅନୁରୋଧ କରିଛନ୍ତି।ତେବେ ଡିସେମ୍ବର 24 ତାରିଖ ଦିନ ଅଭିନେତା ଅନୁଭବ ମହାନ୍ତିଙ୍କ ଜନ୍ମଦିନ ଥିଲା।

ଏହି ସମୟରେ ଏକ ଭିଡ଼ିଓ ତିଆରି ସେ କହିଥିଲେ ଯେ “ଆଜି ମୋର ଜନ୍ମଦିନ ପାଇଁ ଶୁଭେଚ୍ଛା ଦେଉଥିବା ମୋ ଫ୍ୟାନ୍ସଙ୍କୁ ଅନେକ ଅନେକ ଧନ୍ୟବାଦ। କିଛି ଅସୁବିଧା ପାଇଁ ମୁଁ ଏବର୍ଷ ଜନ୍ମଦିନ ପାଳନ କରିବିନାହିଁ। ଯଦି ଆପଣମାନେ ମୋ ଜନ୍ମଦିନ ପାଳନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଆଖପାଖରେ ଥିବା ଗରିବ ଲୋକଙ୍କ ସହ ପାଳନ କରନ୍ତୁ।

ଯେତେବେଳେ ମତେ ଛାଡପତ୍ର ମିଳିବ ସେହିଦିନ ମୁଁ ନୂଆ ଜନ୍ମ ପାଇବି ଆଉ ସେହିଦିନ ଆପଣଙ୍କ ସହ ଧୁମଧାମରେ ଜନ୍ମଦିନ ପାଳନ କରିବି।”ତେବେ ଅନୁଭବଙ୍କର ଏହି ଭିଡ଼ିଓ ଭାଇରାଲ ହେବା ସଂଗେ ସଂଗେ ରାଣୀ ପଣ୍ଡାଙ୍କ ପ୍ରତିକ୍ରିୟା ଆସିଥିଲା। ରାଣୀ ଏକ ଭିଡ଼ିଓରେ ସିଧାସଳଖ ଅନୁଭବଙ୍କୁ କହିଛନ୍ତି ଯେ,

“ଛାଡପତ୍ର ପରେ ମୋତେ ବିବାହ କର । ମୁଁ ଭଲ ଭାବରେ ତୁମର ଜନ୍ମଦିନ ପାଳନ କରିବି।”ବିବାହ କରି ଅନୁଭବଙ୍କ ସହ ଜବରଦସ୍ତ ଜନ୍ମଦିନ ପାଳିବେ ବୋଲି ରାଣୀ ସ୍ଥିର କରିଛନ୍ତି। ତେବେ ଅନୁଭବଙ୍କ ଜନ୍ମଦିନ ବିଷୟରେ ପୂର୍ବରୁ ଜାଣି ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ରାଣୀ ପଣ୍ଡା।

ତେବେ ଯେତେବେଳେ ସେ ଜନ୍ମଦିନ ବିଷୟରେ ଜାଣିଲେ ସେ ସଂଗେ ସଂଗେ ଶୁଭେଚ୍ଛା ଜଣାଇଥିଲେ। ଅନୁଭବଙ୍କ ପାଇଁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ସହ ଭଗବାନଙ୍କ ପାଖରେ ଆଶିଷ କାମନା କରିଛନ୍ତି ରାଣୀ ପଣ୍ଡା।

Leave a Reply

Your email address will not be published. Required fields are marked *