ଆଜିକାଲି ଘଟୁଥିବା ପ୍ରେମ, ଧୋକ୍କା, ଅଶ୍ଲୀଳ ଇଙ୍ଗିତକୁ ନେଇ ନିଜର ମତାମତ ଫେଇଛନ୍ତି ଓଡ଼ିଆ ଫିଲ୍ମ ଜଗତର ସପୋର୍ଟିଂ ଅଭିନେତ୍ରୀ ରେସମା।:-

ଓଲିଉଡ ଇଣ୍ଡଷ୍ଟ୍ରିରେ ଆପଣ ଏପରି ଅନେକ କଳାକାର ଦେଖିଥିବେ ଯେଉଁମାନଙ୍କୁ ଲୋକ ଦେଖିବା ମାତ୍ରେ ଚିହ୍ନି ଯାଆନ୍ତି। କିନ୍ତୁ ଏହି ଇଣ୍ଡଷ୍ଟ୍ରିରେ ଏପରି କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ଏତେ ପ୍ରସିଦ୍ଧ ଅବଶ୍ୟ ନୁହନ୍ତି କିନ୍ତୁ ତାଙ୍କର ଅଭିନୟ ମଧ୍ୟ କୌଣସି ବଡ କଳାକାର ଠାରୁ କମ ନୁହେଁ।

ତେବେ ସେହିପରି ଓଡ଼ିଆ ଫିଲ୍ମରେ ସପୋର୍ଟିଂ କ୍ୟାରେକ୍ଟରରେ କାମ କରିଥିବା ଅଭିନେତ୍ରୀ ରେସମାଙ୍କୁ ଆପଣ ଭଲ ଭାବରେ ଜାଣିନଥିବେ ଅବଶ୍ୟ କିନ୍ତୁ ସେ ମଧ୍ୟ ଅନେକ ଫିଲ୍ମ ରେ କାର୍ଯ୍ୟ କରିସାରିଲେଣି।

ତେବେ ଅଭିନେତ୍ରୀ ରେସମା ଆଜି କାଲି ଘଟୁଥିବା ପ୍ରେମ, ଧୋକ୍କା ଏବଂ ରାସ୍ତାରେ ଯାଉଥିବା ବେଳେ ମହିଳାଙ୍କୁ କରାଯାଉଥିବା ଅଶ୍ଲୀଳ ଇଙ୍ଗିତକୁ ନେଇ ନିଜର ମତାମତ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରେମ ହେଉଛି ଭଗବାନଙ୍କର ଏକ ଆଶୀର୍ବାଦ। ପ୍ରେମ ଏବଂ ବିଶ୍ୱାସରେ ହିଁ ଏହି ଦୁନିଆ ଚାଲିଛି। କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ କିଛି ନ ବୁଝି ନ ବିଚାରି ପର ବ୍ୟକ୍ତିକୁ ପ୍ରେମ କରୁଛନ୍ତି।

ଯାହାଫଳରେ ଶେଷକୁ ଧୋକ୍କା ଛଡା ଆଉ କିଛି ମିଳୁନାହିଁ। ଏହିପରି ଲୋକଙ୍କ ପାଇଁ ପ୍ରେମ ଏବେ ଚାରିଆଡେ ବଦନାମ ହୋଇ ଚାଲିଛି। ସେଥିପାଇଁ କାହାକୁ ପ୍ରେମ କରିବା ଆଗରୁ ଆଗ ସେହି ବ୍ୟକ୍ତି ବିଷୟରେ ସବୁକିଛି ଜାଣିବାକୁ ଚେଷ୍ଟା କରନ୍ତୁ ଏହାପରେ ଯଦି ଆପଣଙ୍କୁ ଠିକ ଲାଗିବ ଏବଂ ସେହି ବ୍ୟକ୍ତିକୁ ଯଦି ଆପଣ ପ୍ରେମ କରନ୍ତି ତେବେ ତାକୁ ଜୀବନ ସାଥି କରିବାକୁ ପଛାନ୍ତୁ ନାହିଁ।

ଏହା ସହ ସେ କହିଛନ୍ତି ଯେ ରାସ୍ତାରେ ମହିଳାମାନେ ଯିବା ସମୟରେ କିଛି ପୁଅମାନେ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରନ୍ତି। ଯାହା ସମ୍ପୁର୍ଣ୍ଣ ସତ ଅଟେ। ଏପରି ଅନେକ ଅଭିଯୋଗ ମଧ୍ୟ ପ୍ରତ୍ୟକ ଥର ଦେଖିବାକୁ ମିଳିଛି। କିନ୍ତୁ କେବେଳ ପୁଅମାନେ ହିଁ ଝିଅମାନଙ୍କୁ ଦେଖି ଏପରି କଥା କୁହନ୍ତି କି ଭାବନ୍ତି ତାହା ନୁହେଁ।

ଝିଅମାନେ ମଧ୍ୟ ଏପରି ଇଙ୍ଗିତ କରନ୍ତି। କେବେଳ ପାର୍ଥକ୍ୟ ଏତିକି ଯେ ପୁଅମାନେ ସିଧାସଳଖ ଝିଅମାନଙ୍କ ଆଗରେ କମେଣ୍ଟ ମାରୁଥିବା ବେଳେ ଝିଅମାନେ ପରସ୍ପର ଭିତରେ ଏପରି କଥା କହି ହସମଜା କରନ୍ତି। କିନ୍ତୁ ପ୍ରକୃତରେ ଏଗୁଡିକ ଭଲ ଲାର୍ଯ୍ୟ ନୁହେଁ। ଏହା ସମାଜ ଉପରେ ବହୁତ ପ୍ରଭାବ ପକାଉଛି।

ଏହା ସହ ନିଜ ବିଷୟରେ ସେ କହିଛନ୍ତି ଯେ,” ମୋର କୌଣସି ବଏ ଫ୍ରେଣ୍ଡ ନାହାନ୍ତି। ମୁଁ ଏବେ ମୋର କ୍ୟାରିଅର ଉପରେ ଧ୍ୟାନ ଦେଉଛି। ମୋର ଏବେ ବହୁତ ବୟସ ପଡିଛି। ସେଥିପାଇଁ ଏବେ ଠାରୁ ପ୍ରେମ ବିଷୟରେ ଭାବିବା ମୁଁ ଜରୁରୀ ମନେ କରୁନି।” ଏହା ସହ ଆହୁରି ମଧ୍ୟ କହିଛନ୍ତି ଯେ,” ଓଡ଼ିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ କଳାକାର ମିହିର ଦାସଙ୍କୁ ମୁଁ ବହୁତ ମାନେ। ମିହିର ଦାସ ମୋ ସହ ବହୁତ ଭଲରେ କଥା ବାର୍ତା ହୁଅନ୍ତି। ସେ ମତେ ନିଜ ଝିଅ ପରି ମାନନ୍ତି। ଏବେ ସେ ଆଉ ଦୁନିଆ ରେ ନାହାନ୍ତି। ବହୁତ ଦୁଃଖ ଲାଗିଲେ ମଧ୍ୟ ମୁଁ ଏବେ ବି କହିବି ଯେ ମିହିର ଦାସଙ୍କ ପରି ଭଲ ମଣିଷ ମୁଁ ଆଉ ଦେଖିବାକୁ ପାଉନାହିଁ।

Leave a Reply

Your email address will not be published. Required fields are marked *