“ଛୋଟ ଥିଲା ବେଳେ ମତେ ବହୁତ ଖରାପ ଅଫର ଆସେ”, ଏପରି କିଛି କହି ମିଡିଆ ମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ରେସମା।:-

ଓଲିଉଡ ଇଣ୍ଡଷ୍ଟ୍ରିରେ ଆପଣ ଏପରି ଅନେକ କଳାକାର ଦେଖିଥିବେ ଯେଉଁମାନଙ୍କୁ ଲୋକ ଦେଖିବା ମାତ୍ରେ ଚିହ୍ନି ଯାଆନ୍ତି। କିନ୍ତୁ ଏହି ଇଣ୍ଡଷ୍ଟ୍ରିରେ ଏପରି କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ଏତେ ପ୍ରସିଦ୍ଧ ଅବଶ୍ୟ ନୁହନ୍ତି କିନ୍ତୁ ତାଙ୍କର ଅଭିନୟ ମଧ୍ୟ କୌଣସି ବଡ କଳାକାର ଠାରୁ କମ ନୁହେଁ।

ଆଜି ଆମେ କହିବାକୁ ଯାଉଛୁ ଓଡ଼ିଆ ଫିଲ୍ମ ରେ ସାଇଡ କ୍ୟାରେକ୍ଟରରେ କାମ କରୁଥିବା ଅଭିନେତ୍ରୀ ରେସମାଙ୍କ ବିଷୟରେ। ସେ ମିଡିଆରେ ମାଧ୍ୟମରେ ପ୍ରତିକ୍ରିୟା ଦେଇ ନିଜର କ୍ୟାରିଅର କିପରି ଗଢିଲେ ସେ ବିଷୟରେ କହିଛନ୍ତି।

ତାଙ୍କ କହିବା ଅନୁସାରେ ସେ ପିଲା ବେଳୁ ହିଁ ଅଭିନୟ କରିବାକୁ ଭଲ ପାଆନ୍ତି। ସେ ନିଜ ସ୍କୁଲରେ ମଧ୍ୟ ଅନେକ ଅଭିନୟ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ସେ ଯେଉଁଠାରେ ପିଲାବେଳେ ରହୁଥିଲେ ସେଠାରେ ଅଭିନୟ ଶିକ୍ଷା କୁ ନେଇ କୌଣସି ସୁବିଧା ନଥିଲା।

ଏହାପରେ ସେ ସମ୍ବଲପୁର ଆସିଲେ। ସମ୍ବଲପୁରରେ ପାଠ ପଢି ମାଟ୍ରିକ ଶେଷ କରିବା ପରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପାଠ ପଢିବା ଆରମ୍ଭ କଲେ। ଏହି ମହାବିଦ୍ୟାଳୟରେ ସେ ପାଠ ପଢିବା ସହ ଅଭିନୟ ମଧ୍ୟ ଶିଖିବାକୁ ଲାଗିଲେ। ତେବେ ତାଙ୍କ କହିବା ଅନୁସାରେ ସେତବେଳେ ତାଙ୍କୁ ଓଡ଼ିଆ ଭଲ ଭାବରେ ଆସୁନଥିଲା।

ସେ ଯେତେବେଳେ ହଷ୍ଟେଲରେ ରହୁଥିଲେ ସେହି ସମୟରେ ସେତବେଳେ ସାଙ୍ଗମାନଙ୍କ ଠାରୁ ଓଡ଼ିଆ ଶିଖିବାକୁ ଲାଗିଲେ। ଅଭିନୟ ବିଷୟରେ କହିବାକୁ ଗଲେ ପ୍ରଥମେ ସେ ମହାବିଦ୍ୟାଳୟର ଥ୍ରୀଏଟରରେ ଅଭିନୟ କରୁଥିଲେ। ଏହାପରେ ସେ ଭାବିଲେ ଯେ କେବଳ ଥ୍ରୀଏଟରରେ କାର୍ଯ୍ୟ କଲେ କୌଣସି ଲାଭ ନାହିଁ।

ଏହାପରେ ସେ ଘରଲୋକଙ୍କ ଅନୁମତି ନେଇ ଓଡ଼ିଆ ଫିଲ୍ମ ଜଗତରେ ପଶିଲେ ଏବଂ ଅନେକ ସପୋର୍ଟିଂ କ୍ୟାରେକ୍ଟରରେ ରେ କାମ କରିବାକୁ ଲାଗିଲେ। ତାଙ୍କ କହିବା ଅନୁସାରେ ଆଗକୁ ମଧ୍ୟ ଅନେକ ଫିଲ୍ମ ଆସୁଛି ଯେଉଁଥିରେ ତାଙ୍କୁ ଲୋକମାନେ ଦେଖିବାକୁ ପାଇବେ।

ତେବେ ଏହା ସହ ରେସମା ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ଅଭିନୟରେ ନିଜ କ୍ୟାରିଅର କରିବାକୁ ଚାହାନ୍ତି ସେ କରିପାରିବେ। କିନ୍ତୁ ଏମିତି ନୁହେଁ ଯେ ସମସ୍ତଙ୍କୁ ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିବ। ଆଉ ଏମିତିରେ ଦେଖିବାକୁ ଗଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଅଧିକାଂଶ ଅଭିନେତ୍ରୀ ମାନଙ୍କୁ ଟେର୍ଗେଟ କରନ୍ତି ଏବଂ ସେମାନଙ୍କୁ ଖରାପ ଭିଡ଼ିଓ ତିଆରି କରିବାକୁ ଅଫର ଦିଅନ୍ତି। କିନ୍ତୁ ସେଥିପ୍ରତି ସବୁବେଳେ ସାବଧାନ ରହିବା ଉଚିତ। ଏପରିଲୋକଙ୍କ ଠାରୁ ଦୂରେଇ ରହିବା ସବୁଠାରୁ ଭଲ ହେବ।

Leave a Reply

Your email address will not be published. Required fields are marked *